Posted inଖେଳ

ଅଲ୍‌ଟିମେଟ ଖୋ ଖୋ

ସ୍ବଦେଶୀ କ୍ରୀଡ଼ା ଖୋ ଖୋରେ ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି। ଏହି ଖେଳର ଅଧିକ ପ୍ରଚାର ପ୍ରସାର ଏବଂ ଏହାକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ଆରମ୍ଭ ହେବାକୁ ଯାଉଛି ଫ୍ରାଞ୍ଚାଇଜ୍‌ ଭିତ୍ତିକ ଅଲ୍‌ଟିମେଟ ଖୋ ଖୋ ଲିଗ୍‌। ପ୍ରତିଯୋଗିତାର ସର୍ବପ୍ରଥମ ସଂସ୍କରଣ ଅଗଷ୍ଟ ୧୪ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ…

ସ୍ବଦେଶୀ କ୍ରୀଡ଼ା ଖୋ ଖୋରେ ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି। ଏହି ଖେଳର ଅଧିକ ପ୍ରଚାର ପ୍ରସାର ଏବଂ ଏହାକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ଆରମ୍ଭ ହେବାକୁ ଯାଉଛି ଫ୍ରାଞ୍ଚାଇଜ୍‌ ଭିତ୍ତିକ ଅଲ୍‌ଟିମେଟ ଖୋ ଖୋ ଲିଗ୍‌। ପ୍ରତିଯୋଗିତାର ସର୍ବପ୍ରଥମ ସଂସ୍କରଣ ଅଗଷ୍ଟ ୧୪ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ଖୋ ଖୋ ଫେଡେରେଶନ ଅଫ୍‌ ଇଣ୍ଡିଆ ସହିତ ମିଶି ଡାବର ଇଣ୍ଡିଆର ଚେୟାରମ୍ୟାନ ଅମିତ ବର୍ମନ ଏହାକୁ ପ୍ରମୋଟ କରୁଛନ୍ତି। ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସର ବ୍ୟାଡ୍‌ମିଣ୍ଟନ ହଲ୍‌ରେ ମ୍ୟାଚଗୁଡ଼ିକ ଖେଳାଯିବ।
ପ୍ରତିଯୋଗିତାରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିବେ। ସେଗୁଡ଼ିକ ହେଲେ ମୁମ୍ବାଇ ଖିଲାଡିଜ୍‌, ଗୁଜରାଟ ଜିଆଣ୍ଟ୍ସ, ଚେନ୍ନାଇ କୁଇକ୍‌ ଗନ୍ସ,ତେଲ୍‌ଗୁ ଯୋଦ୍ଧାସ, ରାଜସ୍ଥାନ ଓ୍ବାରିୟର୍ସ ଏବଂ ଓଡ଼ିଶା ଜଗରନଟ୍ସ। ୨୧ ଦିନ ବିଶିଷ୍ଟ ଟୁର୍ନାମେଣ୍ଟରେ ମୋଟ ୩୪ଟି ମ୍ୟାଚ ଅନୁଷ୍ଠିତ ହେବ। ଲିଗ୍‌ ପର୍ଯ୍ୟାୟ ଶେଷରେ ଶ୍ରେଷ୍ଠ ୪ଟି ଦଳ ପ୍ଲେ-ଅଫ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବେ। ନକ୍‌ଆଉଟ ମ୍ୟାଚ ଗୁଡ଼ିକ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଢାଞ୍ଚାରେ କ୍ୱାଲିଫାୟର ଓ ଏଲିମିନେଟର ଭିତ୍ତିରେ ଅନୁଷ୍ଠିତ ହେବ। ଏଲିମିନେଟର ଓ କ୍ୱାଲିଫାୟର-୧ ସେପ୍ଟେମ୍ବର ୨ରେ, କ୍ୱାଲିଫାୟର-୨ ସେପ୍ଟେମ୍ବର ୩ରେ ଏବଂ ଫାଇନାଲ ସେପ୍ଟେମ୍ବର ୪ରେ ଅନୁଷ୍ଠିତ ହେବ। ଶୀର୍ଷ ୨ ଦଳ ମଧ୍ୟରେ କ୍ୱାଲିଫାୟର ଖେଳାଯିବ। ଏହାର ବିଜେତା ସିଧାସଳଖ ଫାଇନାଲରେ ପ୍ରବେଶ କରିବ। ତୃତୀୟ ଓ ଚତୁର୍ଥ ସ୍ଥାନୀୟ ଦଳ ମଧ୍ୟରେ ଏଲିମିନେଟର ଅନୁଷ୍ଠିତ ହେବ। ଏହାର ବିଜେତା ଏବଂ କ୍ୱାଲିଫାୟର-୧ର ପରାଜିତ ଦଳ ମଧ୍ୟରେ କ୍ୱାଲିଫାୟର-୨ ଖେଳାଯିବ। ଏହାର ବିଜେତା କ୍ୱାଲିଫାୟର-୧ର ବିଜେତାକୁ ଫାଇନାଲରେ ଭେଟିବ। ଲିଗ୍‌ ପର୍ଯ୍ୟାୟରେ ଦିନକୁ ୨ଟି ଲିଗ୍‌ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ ରାତି ୭ଟାରେ ଆରମ୍ଭ ହେବ।
ଓଡ଼ିଶା ଜଗରନଟ୍ସ: ହକି ସମେତ ବିଭିନ୍ନ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଇ ଆସୁଥିବା ଓଡ଼ିଶା ସରକାର ସ୍ବଦେଶୀ ଖେଳ ଖୋ ଖୋକୁ ମଧ୍ୟ ସମର୍ଥନର ହାତ ବଢ଼ାଇଛନ୍ତି। ଫଳ ସ୍ବରୂପ ହକିରେ କଳିଙ୍ଗ ଲାନ୍ସର୍ସ ଏବଂ ଫୁଟବଲରେ ଓଡ଼ିଶା ଏଫ୍‌ସି ଭଳି ଖୋ ଖୋରେ ଏକ ଓଡ଼ିଶା ଭିତ୍ତିକ ଦଳ ସାମିଲ ହୋଇ ପାରିଛି। ଏହାର ନାମ ରଖା ଯାଇଛି ଓଡ଼ିଶା ଜଗରନଟ୍ସ। ଅଲ୍‌ଟିମେଟ ଖୋ ଖୋରେ ୫ମ ଫ୍ରାଞ୍ଚାଇଜ୍‌ ଦଳଭାବେ ଓଡ଼ିଶା ଜଗରନଟ୍ସର ପ୍ରବେଶ ଘଟିଛି। ଅଗଷ୍ଟ ୧ରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଦଳର ଜର୍ସି ଉନ୍ମୋଚନ କରିଛନ୍ତି। ଓଡ଼ିଶା ସ୍ପୋଟର୍‌ସ ଡେଭେଲପ୍‌ମେଣ୍ଟ ଆଣ୍ଡ ପ୍ରମୋଶନ କମ୍ପାନୀ (ଓଏସ୍‌ଡିପିସି) ମାଲିକାନାରେ ଓଡ଼ିଶା ଜଗରନଟ୍ସ ଆଗାମୀ ଲିଗ୍‌ରେ ଖେଳିବାକୁ ଯାଉଥିବାବେଳେ ଅଶ୍ୱିନୀ କୁମାର ଶର୍ମା ଏହାର ମୁଖ୍ୟ କୋଚ୍‌ ଅଛନ୍ତି। ଲିଲନ ପ୍ରସାଦ ସାହୁ ଟିମ୍‌ ମ୍ୟାନେଜର ଦାୟିତ୍ୱ ତୁଲାଉଛନ୍ତି। ଓଡ଼ିଶା ଜଗରନଟ୍ସ ଦଳରେ ମୋଟ ୨୫ ଖେଳାଳି ରହିଛନ୍ତି। ରାଜ୍ୟର ୬ ଖେଳାଳି ଏଥିରେ ରହିଥିବାବେଳେ ମୋଟ ୧୦ ଖେଳାଳି ଓଭରଅଲ୍‌ ଲିଗ୍‌ରେ ପ୍ରତିନିଧିତ୍ୱ କରିବେ। ଅଗ୍ରଣୀ ଇସ୍ପାତ ନିର୍ମାତା ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ଲିମିଟେଡ (ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ) ସହିତ ମିଶି ଓଏସ୍‌ଡିପିସି ଅଲ୍‌ଟିମେଟ ଖୋ ଖୋ ପାଇଁ କାର୍ଯ୍ୟ କରୁଛି। ଅଲ୍‌ଟିମେଟ ଖୋ ଖୋର ସର୍ବପ୍ରଥମ ସଂସ୍କରଣ ପାଇଁ ଓଡ଼ିଶା ଜଗରନଟ୍ସ ଦଳରେ ୨ ଜଣ ଅଧିନାୟକ ରହିବେ। ସେମାନେ ହେଲେ ଏକଲବ୍ୟ ପୁରସ୍କାରପ୍ରାପ୍ତ ମିଲିନ୍ଦ ଦିଲୀପ ଚଭାରେକର ଓ ଦୀପେଶ ବିଜୟ ମୋରେ। ଘରୋଇ ମ୍ୟାଚଗୁଡ଼ିକରେ ଦୀପେଶ ବିଜୟ ଏବଂ ଅନ୍ୟ ମ୍ୟାଚରେ ମିଲିନ୍ଦ ଏହି ଗୁରୁଦାୟିତ୍ୱ ତୁଲାଇବେ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ପ୍ରକାଶ କରାଯାଇଛି। ଓଡ଼ିଶା ଜଗରନଟ୍ସ ଏହାର ପ୍ରଥମ ମ୍ୟାଚ ୧୫ ତାରିଖରେ ଚେନ୍ନାଇ କ୍ୱିକ୍‌ ଗନ୍ସ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ।
ଓଡ଼ିଶା ଜଗରନଟ୍ସ ଦଳ
ଆଟାକର: ଦର୍ଶନାପୁ ସତୀଶ, ଦୀନେଶ ନାଏକ, ଲିପୁନ ମୁଖୀ, ମହେଶ ପି., ମନୋଜ ନାରାୟଣରାଓ, ମୁକେଶ ପ୍ରଜାପତ, ଶିବ୍‌ କୁମାର ସେନ୍‌ ଓ ସୁରଜ ଶୀତଲ ଲାଣ୍ଡେ।
ଡିଫେଣ୍ଡର: ଗୌତମ ଏମ୍‌. କେ, ଗୁରଜିନ୍ଦର ସିଂ, ସୁରେଶ କୁମାର, ସ୍ବୟମ ସତ୍ୟପ୍ରକାଶ ପରିଜା, ଥୁଙ୍ଗନା ବିନୋଦ କୁମାର ଓ ବିଶାଲ।
ଅଲ୍‌ରାଉଣ୍ଡର: ଆଦିତ୍ୟ କୁଡାଲେ, ଅର୍ଜୁନ ସିଂ, ଅବିନାଶ ଶିବାଜୀ ଦେଶାଇ, ଦୀପେଶ ବିଜୟ ମୋରେ (ଅଧିନାୟକ), ଜଗନ୍ନାଥ ମୁର୍ମୁ, ମିଲିନ୍ଦ ଦିଲୀପ ଚଭାରେକର (ଅଧିନାୟକ), ନିଲେଶ୍‌ ଆନନ୍ଦ ଯାଦବ, ଶୁଭାଶିଷ ସାନ୍ତ୍ରା, ଦିଲୀପ ଖାଣ୍ଡାଭି, ସିଦ୍ଧେଶ୍ୱର ଟୁଡୁ, ସୁକାନ୍ତ ସିଂ।

ଟିମ୍‌ ମାଲିକ
ମୁମ୍ବାଇ ଖିଲାଡିଜ୍‌ -ବାଦଶାହ ଓ ପୁନିତ ବାଲାନ
ଚେନ୍ନାଇ କୁଇକ୍‌ ଗନ୍ସ-କେଏଲ୍‌ଓ ସ୍ପୋଟର୍‌ସ
ତେଲ୍‌ଗୁ ଯୋଦ୍ଧାସ- ଜିଏମ୍‌ଆର୍‌ ସ୍ପୋଟର୍‌ସ
ଓଡ଼ିଶା ଜଗରନଟ୍ସ- ଓଡ଼ିଶା ସରକାର
ରାଜସ୍ଥାନ ଓ୍ବାରିୟର୍ସ- କାପ୍ରି ଗ୍ଲୋବାଲ
ଗୁଜରାଟ ଜିଆଣ୍ଟ୍ସ -ଅଦାନି ସ୍ପୋଟର୍‌ସଲାଇନ୍‌

ଲିଗ୍‌ ପର୍ଯ୍ୟାୟ କାର୍ଯ୍ୟସୂଚୀ
ତାରିଖ ମ୍ୟାଚ
ଅଗଷ୍ଟ ୧୪ ମୁମ୍ବାଇ ଖିଲାଡିଜ୍‌ ବନାମ ଗୁଜରାଟ ଜିଆଣ୍ଟ୍ସ
ଚେନ୍ନାଇ କୁଇକ୍‌ ଗନ୍ସ ବନାମ ତେଲ୍‌ଗୁ ଯୋଦ୍ଧାସ
ଅଗଷ୍ଟ ୧୫ ରାଜସ୍ଥାନ ଓ୍ବାରିୟର୍ସ ବନାମ ମୁମ୍ବାଇ ଖିଲାଡିଜ୍‌
ଓଡ଼ିଶା ଜଗରନଟ୍ସ ବନାମ ଚେନ୍ନାଇ କୁଇକ୍‌ ଗନ୍ସ
ଅଗଷ୍ଟ ୧୬ ତେଲ୍‌ଗୁ ଯୋଦ୍ଧାସ ବନାମ ରାଜସ୍ଥାନ ଓ୍ବାରିୟର୍ସ
ଗୁଜରାଟ ଜିଆଣ୍ଟ୍ସ ବନାମ ଓଡ଼ିଶା ଜଗରନଟ୍ସ
ଅଗଷ୍ଟ ୧୭ ଗୁଜରାଟ ଜିଆଣ୍ଟ୍ସ ବନାମ ମୁମ୍ବାଇ ଖିଲାଡିଜ୍‌
ତେଲ୍‌ଗୁ ଯୋଦ୍ଧାସ ବନାମ ଚେନ୍ନାଇ କୁଇକ୍‌ ଗନ୍ସ
ଅଗଷ୍ଟ ୧୯ ରାଜସ୍ଥାନ ଓ୍ବାରିୟର୍ସ ବନାମ ଓଡ଼ିଶା ଜଗରନଟ୍ସ
ମୁମ୍ବାଇ ଖିଲାଡିଜ୍‌ ବନାମ ଚେନ୍ନାଇ କୁଇକ୍‌ ଗନ୍ସ
ଅଗଷ୍ଟ ୨୧ ଓଡ଼ିଶା ଜଗରନଟ୍ସ ବନାମ ଗୁଜରାଟ ଜିଆଣ୍ଟ୍ସ
ରାଜସ୍ଥାନ ଓ୍ବାରିୟର୍ସ ବନାମ ତେଲ୍‌ଗୁ ଯୋଦ୍ଧାସ
ଅଗଷ୍ଟ ୨୩ ତେଲ୍‌ଗୁ ଯୋଦ୍ଧାସ ବନାମ ମୁମ୍ବାଇ ଖିଲାଡିଜ୍‌
ଗୁଜରାଟ ଜିଆଣ୍ଟ୍ସ ବନାମ ଚେନ୍ନାଇ କୁଇକ୍‌ ଗନ୍ସ
ଅଗଷ୍ଟ ୨୪ ଚେନ୍ନାଇ କୁଇକ୍‌ ଗନ୍ସ ବନାମ ଓଡ଼ିଶା ଜଗରନଟ୍ସ
ମୁମ୍ବାଇ ଖିଲାଡିଜ୍‌ ବନାମ ରାଜସ୍ଥାନ ଓ୍ବାରିୟର୍ସ
ଅଗଷ୍ଟ ୨୫ ଓଡ଼ିଶା ଜଗରନଟ୍ସ ବନାମ ରାଜସ୍ଥାନ ଓ୍ବାରିୟର୍ସ
ଗୁଜରାଟ ଜିଆଣ୍ଟ୍ସ ବନାମ ତେଲ୍‌ଗୁ ଯୋଦ୍ଧାସ
ଅଗଷ୍ଟ ୨୬ ଚେନ୍ନାଇ କୁଇକ୍‌ ଗନ୍ସ ବନାମ ଗୁଜରାଟ ଜିଆଣ୍ଟ୍ସ
ମୁମ୍ବାଇ ଖିଲାଡିଜ୍‌ ବନାମ ତେଲ୍‌ଗୁ ଯୋଦ୍ଧାସ
ଅଗଷ୍ଟ ୨୭ ରାଜସ୍ଥାନ ଓ୍ବାରିୟର୍ସ ବନାମ ଚେନ୍ନାଇ କୁଇକ୍‌ ଗନ୍ସ
ଓଡ଼ିଶା ଜଗରନଟ୍ସ ବନାମ ମୁମ୍ବାଇ ଖିଲାଡିଜ୍‌
ଅଗଷ୍ଟ ୨୮ ଓଡ଼ିଶା ଜଗରନଟ୍ସ ବନାମ ତେଲ୍‌ଗୁ ଯୋଦ୍ଧାସ
ରାଜସ୍ଥାନ ଓ୍ବାରିୟର୍ସ ବନାମ ଗୁଜରାଟ ଜିଆଣ୍ଟ୍ସ
ଅଗଷ୍ଟ ୨୯ ଚେନ୍ନାଇ କୁଇକ୍‌ ଗନ୍ସ ବନାମ ମୁମ୍ବାଇ ଖିଲାଡିଜ୍‌
ତେଲ୍‌ଗୁ ଯୋଦ୍ଧାସ ବନାମ ଗୁଜରାଟ ଜିଆଣ୍ଟ୍ସ
ଅଗଷ୍ଟ ୩୦ ମୁମ୍ବାଇ ଖିଲାଡିଜ୍‌ ବନାମ ଓଡ଼ିଶା ଜଗରନଟ୍ସ
ଚେନ୍ନାଇ କୁଇକ୍‌ ଗନ୍ସ ରାଜସ୍ଥାନ ଓ୍ବାରିୟର୍ସ
ଅଗଷ୍ଟ ୩୧ ଗୁଜରାଟ ଜିଆଣ୍ଟ୍ସ ବନାମ ରାଜସ୍ଥାନ ଓ୍ବାରିୟର୍ସ
ତେଲ୍‌ଗୁ ଯୋଦ୍ଧାସ୍‌ ବନାମ ଓଡ଼ିଶା ଜଗରନଟ୍ସ


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri