Posted inଖେଳ

ଭୁବନେଶ୍ୱରରେ ହୋଇପାରେ ଅଲ୍‌ଟିମେଟ ଖୋ ଖୋ

ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଛତ୍ରପତି ଶିବାଜୀ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଛି ଅଲ୍‌ଟିମେଟ ଖୋ ଖୋ ଲିଗ୍‌ର ପ୍ରଥମ ସଂସ୍କରଣ। ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାରୁ ପ୍ରତିଯୋଗିତା କ୍ରମେ ରୋମାଞ୍ଚକ ହେବାରେ ଲାଗିଛି। ଓଡ଼ିଶା ସରକାରଙ୍କ ସହଯୋଗରେ ରାଜ୍ୟର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଇତିମଧ୍ୟରେ ପୁଣେର ଉକ୍ତ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ପ୍ରତ୍ୟକ୍ଷଭାବେ ଖେଳର ରୋମାଞ୍ଚ ନେବା ସହ ଖେଳାଳି, କୋଚ୍‌ ଏବଂ ଉଚ୍ଚପଦସ୍ଥ କର୍ମକର୍ତ୍ତାଙ୍କୁ ଭେଟିବା ସୁଯୋଗ ପାଇଥିଲେ। ଏକ ସାକ୍ଷାତକାର ଅବସରରେ ଲିଗ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ତେନ୍‌ଜିଂ ନିୟୋଗୀ ଲିଗ୍‌ର ଉଦ୍ଦେଶ୍ୟ, ପରିବର୍ତ୍ତିତ ନୀତିନିୟମ, ପ୍ରଥମ ସଂସ୍କରଣରେ ଏହାକୁ ମିଳିଥିବା ସମର୍ଥନ ଏବଂ ଆଗାମୀ ଦିନର ଯୋଜନା ସମ୍ପର୍କରେ ପ୍ରକାଶ କରିଥିଲେ।
ଖୋ ଖୋ ହେଉଛି ସ୍ବଦେଶୀ କ୍ରୀଡ଼ା। ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ଏହି ଖେଳ ସବୁଠାରେ ଖେଳାଯାଉଥିଲେ ହେଁ ଏହାର ପ୍ରଚାର ପ୍ରସାର ଏତେ ହୋଇପାରି ନାହିଁ। ତେଣୁ ଏହାକୁ ଅଧିକ ଲୋକପ୍ରିୟ କରିବା ପାଇଁ ଦୀର୍ଘ ଦିନରୁ ସ୍ବପ୍ନ ରହିଥିଲା। ଅଲ୍‌ଟିମେଟ ଖୋ ଖୋ ସେହି ପରିକଳ୍ପନାରୁ ଜନ୍ମ ନେଇଛି। ପ୍ରତ୍ୟେକ ଜିନିଷର ଆରମ୍ଭ ସହଜ ହୋଇ ନ ଥାଏ। ଆରମ୍ଭ ହେଲା ପରେ ତାହାକୁ ବଜାୟ ରଖିବା ମଧ୍ୟ କଷ୍ଟକର ହୋଇଥାଏ। ତେଣୁ ଏହି ଲିଗ୍‌ ଯେପରି ଆଗାମୀ ଦିନରେ ଆହୁରି ବଡ଼ ଆକାରରେ ହୋଇପାରିବ ଏବଂ ଅଧିକ ଆକର୍ଷଣୀୟ ହେବ ସେଥିପାଇଁ ଯୋଜନା ପ୍ରସ୍ତୁତ କରାଯିବ। କୋଭିଡ୍‌-୧୯ ପାଇଁ ଏହି ଲିଗ୍‌ ବିଳମ୍ବରେ ଆରମ୍ଭ ହୋଇଛି ଏବଂ ଆମେ ଏହାକୁ ଗୋଟିଏ ସହରରେ ସୀମିତ ରଖିଛୁ। ଆଗାମୀ ଦିନରେ ଏହାକୁ ଅଧିକ ସହରରେ ପହଞ୍ଚାଇବା ପାଇଁ ଯୋଜନା କରୁଛୁ। ଓଡ଼ିଶା ସରକାର ଖେଳ ପାଇଁ ଅନେକ କିଛି ପଦକ୍ଷେପ ଗ୍ରହଣ କରିଛନ୍ତି। ଫଳରେ ସେଠାରେ ଏବେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ସମ୍ଭବ ହୋଇପାରିଛି। ତେଣୁ ଭବିଷ୍ୟତରେ ଭୁବନେଶ୍ୱରରେ ମଧ୍ୟ ଏହି ଲିଗ୍‌ର କିଛି ମ୍ୟାଚ ଆୟୋଜନ ହୋଇପାରେ। ବିଦେଶୀ ଖେଳାଳିଙ୍କୁ ସାମିଲ କରାଯିବାର କିଛି ଯୋଜନା ରହିଛି କି ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ନିୟୋଗୀ କହିଲେ ଯେ, ଆଫ୍ରିକୀୟ ଦେଶଗୁଡ଼ିକରେ ୬ ଫୁଟରୁ ଊର୍ଦ୍ଧ୍ୱ ଖେଳାଳିମାନେ ଖେଳୁଥିବା ନଜିର ରହିଛି। ତେଣୁ ବିଦେଶୀ ଖେଳାଳିଙ୍କ ଉପସ୍ଥିତି ନିଶ୍ଚିତ ପ୍ରତିଯୋଗିତାକୁ ଅଧିକ ଆକର୍ଷଣୀୟ ଏବଂ ରୋମାଞ୍ଚକ କରିବ। ଆଗାମୀ ଦିନରେ ଯଦି ବିଦେଶୀ ଖେଳାଳିଙ୍କୁ ସାମିଲ କରାଯିବ ତେବେ ବିଭିନ୍ନ ଦୃଷ୍ଟିକୋଣକୁ ବିଚାରକୁ ନେଇ ବିଶେଷ କରି ଯେପରି ଭାରତୀୟ ଖେଳାଳିମାନେ ଅଧିକ ଉପକୃତ ହୋଇପାରିବେ ତାକୁ ଦୃଷ୍ଟିରେ ରଖାଯିବ।
ନିୟମ ପରିବର୍ତ୍ତନ ସମ୍ପର୍କରେ ନିୟୋଗୀଙ୍କ ମତ ହେଲା, ପ୍ରତିଯୋଗିତାକୁ ମନୋରଞ୍ଜନଧର୍ମୀ କରାଯିବାକୁ ଚେଷ୍ଟା କରାଯାଇଛି। ଏବେ ଅଧିକାଂଶ ଖେଳରେ ନିୟମ ପରିବର୍ତ୍ତନ ହୋଇଯାଇଛି। ବିଶେଷ କରି ଲିଗ୍‌ଗୁଡ଼ିକରେ ଏହା ପ୍ରଣୟନ ହୋଇଛି। ତେଣୁ ଆମେ ଖେଳାଳି ନିଲାମ ପ୍ରକ୍ରିୟା ସହ ଅଲ୍‌ଟିମେଟ ଖୋ ଖୋରେ ଡିଆର୍‌ଏସ୍‌, ଆଟାକର ଓ ଓ୍ବାଜିର ଭଳି କେତେକ ନୂଆ କଥାକୁ ସାମିଲ କରିଛୁ। ବିଶେଷ କରି କ୍ୟାମେରାରେ ଯେପରି ମ୍ୟାଚ ସମୟର ଆକ୍ସନ ଭଲଭାବେ ଦୃଶ୍ୟମାନ ହୋଇପାରିବ ତାକୁ ଦୃଷ୍ଟିରେ ରଖିଛୁ। ଏଥିପାଇଁ ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ନିଆଯାଇଛି। ଆଗାମୀ ଦିନରେ ମହିଳା ଖୋ ଖୋ ଲିଗ୍‌ର ମଧ୍ୟ ଆୟୋଜନ ଯୋଜନା ରହିଛି। ତେବେ ଏଥିପାଇଁ ଭଲଭାବେ ବିଚାରବିମର୍ଶ ପରେ ଯାହାକିଛି ନିଷ୍ପତ୍ତି ନିଆଯିବ। ଖୋ ଖୋର ପ୍ରଚାର ଓ ପ୍ରସାର ଠିକ୍‌ଭାବେ ହୋଇପାରିଲେ ଏହା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନ୍ୟ କ୍ରୀଡ଼ା ପରି ଲୋକପ୍ରିୟତା ଅର୍ଜନ କରିପାରିବ ଏଥିରେ ଦ୍ୱିମତ ନାହିଁ ବୋଲି ତେନ୍‌ଜିଂ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri