ଦୋନବାସରେ ବିଜୟ ଅଭିମୁଖେ ୟୁକ୍ରେନ୍‌, ୨୪ ଘଣ୍ଟାରେ ୨୯ ଥର ଆକ୍ରମଣ କଲାଣି ବାୟୁସେନା

କ୍ୱିଭ,୩ ।୧୦: ୟୁକ୍ରେନର ପୂର୍ବରେ ଦୋନୋସ୍କ ପ୍ରାନ୍ତର ଲାୟମନକୁ ରୁଷିଆ କବଜାରୁ ମୁକ୍ତ କରିବା ପରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଉତ୍ସାହିତ ଜଣାପଡୁଛନ୍ତି । ଲାୟମନକୁ ଦୋନବାସ (ପୂର୍ବ)ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ମୋର୍ଚ୍ଚ ବୋଲି କହି ଜେଲେନସ୍କି କହିଛନ୍ତି, ଏଠାରୁ ରୁଷିଆ ସେନାଙ୍କ ପଳାୟନ ଦର୍ଶାଉଛି ସମ୍ପୂର୍ଣ୍ଣ ଦୋନବାସ ଉପରେ ରୁଷିଆ ସେନା ଦୁର୍ବଳ ହେବାରେ ଲାଗିଛି ଆଉ ୟୁକ୍ରେନ ବିଜୟ ଆଡକୁ ଗତି କରୁଛି । ସୂଚନାଯୋଗ୍ୟ, ରୁଷିଆ ପ୍ରତିରକ୍ଷା ମନ୍ତଣାଳୟର ପ୍ରବକ୍ତା ଇଗୋର କୋନାଶେଂକୋଭ କହିଛନ୍ତି, ରୁଷିଆ ସେନା ରଣନୀତିି ଆଧାରରେ ଲାୟମନ ଛାଡିଛନ୍ତି । ଏଠାରେ ଥିବା ସେନାଙ୍କୁ ଅନ୍ୟ ସ୍ଥାନକୁ ପଠାଯାଇଛି । ଏପଟେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟତମ ବନ୍ଧୁଙ୍କ ମଧ୍ୟରେ ସାମିଲ ଚେଚେନ କମାଣ୍ଡର ରମଜାନ କାଦିରୋବ ପୁଟିନଙ୍କୁ ହାଲକା ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ଲାୟମନରୁ ରୁଷିଆ ସେନା ହଟିବା ଲଜ୍ୟାଜନକ ବିଷୟ ଏଇଥିପାଇଁ କାରଣ ଏହା ଦୋନେସ୍କ ପ୍ରାନ୍ତର ଏକ ଅଂଶ ଯାହା ରୁଷିଆରେ ମିଶି ସାରିଛି ।
ଅନ୍ୟପଟେ ୟୁକ୍ରେନ ସେନା ଗତ ୨୪ ଘଣ୍ଟାରେ ଫାଇଟର ଜେଟ ଦ୍ୱାରା ୨୯ ଆକ୍ରମଣ କରି ସାରିଛି । ଏହି ଆକ୍ରମଣରେ ରୁଷିଆ ସେନାର ଅସ୍ତ୍ରଶସ୍ତ୍ର ଭଣ୍ଡାର, ଆଣ୍ଟି ଏୟାର କ୍ରାପ୍ଟ ମିଶାଇଲ ସିଷ୍ଟମ ଓ କମାଣ୍ଡ ପୋଷ୍ଟ ନଷ୍ଟ ହୋଇଯାଇଛି । ୟୁକ୍ରେନ ଆହୁରି ମଧ୍ୟ ଦାବି କରିଛି ରୁଷିଆ ପକ୍ଷରୁ ୪ ମିଶାଇଲ ଆକ୍ରମଣ ଓ ୧୬ ବିମାନ ଆକ୍ରମଣ କରାଯାଇଛି । ରୁଷିଆ କହିଛି ରବିବାର ଖାର୍କିଭରେ ରୁଷିଆ ସେନା ୟୁକ୍ରେନର ୭ ଅସ୍ତ୍ରଶସ୍ତ୍ର ଭଣ୍ଡାର ନଷ୍ଟ କରିଛି ଯେଉଁଥିରେ ମିଶାଇଲ ଓ ତୋପୋ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା ପରେ ଭାରତର ସହାୟତାକୁ ପ୍ରଶଂସା, ପ୍ରଧାନମନ୍ତ୍ରୀ କହିଲେ…

କାଠମାଣ୍ଡୁ,୨ା୯: ନେପାଳରେ ଭୟଙ୍କର ବନ୍ୟା ପରେ ଭାରତ ପକ୍ଷରୁ ମିଳୁଥିବା ଲଗାତାର ସହାୟତାକୁ ନେଇ ଭାରତ ଓ ଚାଇନାକୁ ଧନ୍ୟବାଦ ଜଣାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହା।…

ସ୍ତ୍ରୀର ପରକୀୟା ପ୍ରୀତି ଉପରେ ନଜର ରଖିବା ପଡ଼ିଲା ମହଙ୍ଗା: ଟୁଥବ୍ରଶ୍‌ରୁ ସନ୍ଦେହ କରି ଫସିଲେ ସ୍ୱାମୀ, କୋର୍ଟ କହିଲେ…

ନୂଆଦିଲ୍ଲୀ,୨।୯: ପତ୍ନୀଙ୍କ ପରକୀୟା ସମ୍ପର୍କ ଉପରେ ସନ୍ଦେହ ଉପୁଜିବା ପରେ ଆରମ୍ଭ ହେଲା ବିବାଦ । ସନ୍ଦେହ ଦୂର କରିବା ପାଇଁ ସ୍ୱାମୀ ଏମିତି ଏକ ପଦକ୍ଷେପ…

ଗାଧୋଇବା ସମୟରେ ନଦୀରେ ଭାସି ଜଣେ ନିଖୋଜ

ଗୁଣପୁର,୨ା୯(ସୁଜାତା ପାଢ଼ୀ): ଗାଧୋଇବା ସମୟରେ ନଦୀରେ ଭାସିଯାଇ ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଗୁଣପୁର ବଂଶଧାରା ନଦୀରେ। ନିଖୋଜ ଜଣେ ବ୍ୟକ୍ତି ଓ ତାଙ୍କ…

ସାବଧାନ! UPI ଓ QR କୋଡ୍‌ ବ୍ୟବହାରକାରୀ ତୁରନ୍ତୁ କରନ୍ତୁ ଏହି କାମ, ୧୫ ସେପ୍ଟେମ୍ୱର ଡେଡ୍‌ଲାଇନ

ନୂଆଦିଲ୍ଲୀ,୨।୯: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ (ମର୍ଚାଣ୍ଟ) ଏବଂ QR କୋଡ କିମ୍ୱା UPI ମାଧ୍ୟମରେ ଡିଜିଟାଲ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଆପଣଙ୍କ ପାଇଁ…

ସ୍କୁଲରେ ବାଜିବ ବେଲ, ହେଲେ ଆଉ ବଜାଇବେନି ସନ୍ତୋଷ

ଭଞ୍ଜନଗର,୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂସ୍ଥିତ କାହ୍ନୁ ରାଉତ ଉଚ୍ଚ ବିଦ୍ୟାଳୟର ପିଅନ ସନ୍ତୋଷ ଗୌଡ଼ (୫୮)ଙ୍କ ବୁଧବାର ଅକାଳ ବିୟୋଗରେ ବିଦ୍ୟାଳୟ…

ଭାରତର ଏହି ବଜାରରେ ବିକ୍ରି ହେଉଛି ଅଜଗର ଅଣ୍ଡା, ଦାମ୍‌ ଜାଣିଲେ…

ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସେମାନଙ୍କର ଅନନ୍ୟ ଖାଦ୍ୟ ପାଇଁ ସାରା ଦେଶରେ ଜଣାଶୁଣା। ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ଲୋକମାନେ ମାଛ, ମାଂସ ବ୍ୟତୀତ…

ସମସ୍ତଙ୍କ ହୃଦୟ ଜିଣିଲେ ସୋନୁ ସୁଦ: କାଠମାଣ୍ଡୁରେ ପହଞ୍ଚି…

କାଠମାଣ୍ଡୁ,୨।୯:ନେପାଳରେ ଭୟଙ୍କର ବନ୍ୟା ଶହ ଶହ ଲୋକଙ୍କ ଜୀବନକୁ ଭାଙ୍ଗି ଦେଇଛି। ଘରଗୁଡ଼ିକ ବାଲି ପରି ଭାସି ଯାଇଛି ଏବଂ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି।…

ଗିଲ୍‌-ବୁମ୍‌ରାଙ୍କୁ ବଡ଼ ଝଟକା! ICC ଟେଷ୍ଟ ରାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ, ନୂଆ ତାଲିକା ଦେଖି ଚମକିଯିବେ!

ନୂଆଦିଲ୍ଲୀ,୨।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ନୂଆ ଟେଷ୍ଟ ରାଙ୍କିଙ୍ଗ୍‌ ଜାରି ହୋଇଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଟେଷ୍ଟ କ୍ରିକେଟ ଚାଲିଥିବା ବେଳେ ଏହାର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri