Posted inଖେଳ

ଅଲିମ୍ପିକ୍ସ ବର୍ଜନ ପାଇଁ ୟୁକ୍ରେନ୍‌ର ଧମକ

ଲାଉସାନେ,୫ା୨: ପ୍ୟାରିସ୍‌ ଅଲିମ୍ପିକ୍ସ-୨୦୨୪କୁ ବର୍ଜନର ଧମକ ଦେଇଛି ୟୁକ୍ରେନ୍‌। ଅଲିମ୍ପିକ୍ସକୁ ମାତ୍ର ୧୮ ମାସ ସମୟ ବାକି ରହିଥିବା ବେଳେ ରୁଷ୍‌ ଓ ବେଲାରୁଷ୍‌କୁ ବାସନ୍ଦ କରିବା ନେଇ ୟୁକ୍ରେନ୍‌ ଜୋର୍‌ଦାର ଉଦ୍ୟମ କରିଛି। ଗତ ୧୦ ଦିନ ହେବ ୟୁକ୍ରେନ୍‌ ପକ୍ଷରୁ ଉଭୟ ରାଷ୍ଟ୍ରକୁ ବାଦ୍‌ ନ ଦେଲେ ଅଲିମ୍ପିକ୍ସ ବର୍ଜନର ଏକ ପ୍ରଚାର ଅଭିଯାନ ଚଳାଯାଉଛି ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି(ଆଇଓସି) ଉପରେ ଚାପ ପକାଯାଉଛି। ଏହାକୁ ନେଇ ଆଇଓସି ସଭାପତିଙ୍କ ପକ୍ଷରୁ ଏକ ମତାମତ ମଧ୍ୟ ଜାରି କରାଯାଇଛି। ରାଜନେତାମାନେ ରାଜନୈତିକ ସ୍ବାର୍ଥ ସାଧନ ପାଇଁ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ମାନଙ୍କୁ ମାଧ୍ୟମ ଭାବରେ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ପ୍ୟାରିସ୍‌ ଅଲିମ୍ପିକ୍ସରେ ରୁଷ୍‌ ଓ ବେଲାରୁଷ୍‌ର ଆଥ୍‌ଲେଟମାନେ ନିରପେକ୍ଷ ଭାବେ ଅଂଶଗ୍ରହଣ କରିବେ। ଗୋଟିଏ ଦେଶର ଭୁଲ୍‌ ପାଇଁ ଏହାର ଆଥ୍‌ଲେଟମାନଙ୍କୁ ଦଣ୍ଡିତ କରାଯିବା ସମ୍ପୂର୍ଣ୍ଣ ଭୁଲ୍‌। ତେଣୁ ଆଥ୍‌ଲେଟମାନଙ୍କ ଅଂଶଗ୍ରହଣକୁ ବିରୋଧ କରୁଥିବା ଦେଶକୁ ଦଣ୍ଡିତ କରାଯିବ ବୋଲି ଆଇଓସି ସ୍ପଷ୍ଟ କରିଛି।

ନିୟମାବଳୀ
ଅଲିମ୍ପିକ୍ସ ନିୟମାବଳୀ ଅନୁସାରେ କୌଣସି ଦେଶକୁ ବାସନ୍ଦ କରିବା ନେଇ ସେପରି କିଛି ନିୟମ ନାହିଁ। ୨୦୬ଟି ଦେଶର ଅଲିମ୍ପିକ୍ସରେ ଅଂଶଗ୍ରହଣର ଅଧିକାର ରହିଛି ବୋଲି ଉଲ୍ଲେଖ ରହିଛି। ରୁଷ୍‌ ଏବଂ ବେଲାରୁଷ୍‌ ବିପକ୍ଷରେ କାର୍ଯ୍ୟ କରିବା ପାଇଁ କୌଣସି ସ୍ପଷ୍ଟ ଲିଖିତ ନିୟମ ନ ଥିବା ବେଳେ ମିଳିତ ଜାତିସଂଘ ବିରୋଧରେ ଯାଇ ଯୁଦ୍ଧ କରିବା ବିପକ୍ଷରେ କାର୍ଯ୍ୟାନୁଷ୍ଠାନର କୌଣସି ବ୍ୟବସ୍ଥା ନ ଥିବା କହିଛନ୍ତି ଆଇଓସି ମାନବାଧିକାର କମିଶନର ଓକିଲ ସିଲ୍ଭିଆ ଶେଙ୍କ।

ବର୍ଜନର ଇତିହାସ
ଅଲିମ୍ପିକ୍ସକୁ ଅତୀତରେ ଅନେକ ଦେଶ ବର୍ଜନ କରିଛନ୍ତି। ତେବେ ୧୯୮୮ ସିଓଲ ଅଲିମ୍ପିକ୍ସ ପରଠାରୁ କୌଣସି ଦେଶ ଅଲିମ୍ପିକ୍ସକୁ ବର୍ଜନ କରିନାହାନ୍ତି। ୧୯୭୬-୧୯୮୪ ମଧ୍ୟରେ ଏହି ବୟକଟ୍‌ ସବୁଠାରୁ ଶୀର୍ଷରେ ରହିଥିଲା। ୧୯୭୬ରେ ନ୍ୟୁଜିଲାଣ୍ଡର ଅଂଶଗ୍ରହଣକୁ ବିରୋଧ କରି ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକ ମଣ୍ଟ୍ରିଲ ଅଲିମ୍ପିକ୍ସକୁ ବର୍ଜନ କରିଥିଲେ। ସେହିପରି ୧୯୮୦ରେ ଆଫଗାନିସ୍ତାନ ଉପରେ ସୋଭିଏତ୍‌ ୟୁନିୟନର ଆକ୍ରମଣକୁ ବିରୋଧ କରି ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ପ୍ରାୟ ୬୦ଟି ଦେଶ ଅଲିମ୍ପିକ୍ସ ବର୍ଜନ କରିଥିଲେ। ୧୯୮୪ରେ ଲସ୍‌ଏଞ୍ଜେଲ୍‌ସ ଅଲିମ୍ପିକ୍ସକୁ ସୋଭିଏତ୍‌ ୟୁନିୟନ ନେତୃତ୍ୱରେ ପୂର୍ବ ୟୁରୋପୀୟ ଦେଶଗୁଡ଼ିକ ବର୍ଜନ କରିଥିଲେ।

ବାସନ୍ଦ
ଅଲିମ୍ପିକ୍ସରୁ ଅନେକ ଦେଶଙ୍କୁ ବିଭିନ୍ନ କାରଣରୁ ବାସନ୍ଦ ମଧ୍ୟ କରାଯାଇଛି। ଜାତିଗତ ଭେଦଭାବ କାରଣରୁ ୧୯୬୪-୧୯୮୮ ଯାଏ ଦକ୍ଷିଣ ଆଫ୍ରିକାକୁ ବାସନ୍ଦ କରିଥିଲା ଆଇଓସି। ତେବେ ଦକ୍ଷିଣ ଆଫ୍ରିକା ଉପରେ ମିଳିତ ଜାତିସଂଘ ପକ୍ଷରୁ ସାଙ୍କ୍‌ଶନ ଲାଗୁ କରାଯାଇଥିବା ବେଳେ ରୁଷିଆ ଉପରେ ଏହା ଲାଗୁ କରାଯାଇନାହିଁ। ଟୋକିଓ ୨୦୨୦ରୁ ଓହରିବା କାରଣରୁ ଉତ୍ତର କୋରିଆକୁ ବେଜିଂ ଓ୍ବିଣ୍ଟର ଅଲିମ୍ପିକ୍ସରୁ ବାସନ୍ଦ କରାଯାଇଥିଲା। ମହିଳାମାନଙ୍କୁ ଖେଳିବାର ଅଧିକାର ପ୍ରଦାନ କରାଯାଇ ନ ଥିବାରୁ ୨୦୨୪ ଅଲିମ୍ପିକ୍ସରୁ ଆଫଗାନିସ୍ତାନକୁ ବାସନ୍ଦ କରାଯାଇପାରେ।

ନିରପେକ୍ଷ ଆଥଲେଟ୍‌
ରୁଷ୍‌ ଏବଂ ବେଲାରୁଷ୍‌ ଆଥ୍‌ଲେଟମାନେ ନିରପେକ୍ଷ ଭାବରେ ଅଂଶଗ୍ରହଣ କରିବା ପାଇଁ ଆଇଓସି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ୧୯୯୨ରେ ଯୁଗୋସ୍ଲୋଭିଆର ଆଥଲେଟ୍‌ ଏବଂ ୨୦୧୬ରେ କୁଏତ୍‌ର ଆଥ୍‌ଲେଟମାନେ ନିରପେକ୍ଷ ଭାବେ ଅଲିମ୍ପିକ୍ସ ପତାକା ଅଧୀନରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri