ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଭାବପ୍ରବଣ ବାର୍ତ୍ତା: ଲଢେଇରେ ସମସ୍ତେ ହାତ ଛାଡିଦେଲେ

କ୍ୱିଭ୍‌,୨୫।୨: ରୁଷିଆର ଆକ୍ରମଣ ପରେ ୟୁକ୍ରେନରେ ଏକ ଭୟଙ୍କର ଯୁଦ୍ଧ ଚାଲିଛି। ଚାରିଆଡେ ଭୟ ଏବଂ ବିନାଶର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସମୟରେ, ୟୁକ୍ରେନର ରାଷ୍ଟ୍ରପତି ଭ୍ଲୋଡିମିର୍‌ ଜେଲେନସ୍କି ଏକ ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି- ଯୁଦ୍ଧରେ ସମସ୍ତେ ଆମକୁ ଏକୁଟିଆ ଛାଡିଦେଇଛନ୍ତି। ଯେଉଁମାନେ ଏହି ଯୁଦ୍ଧରେ ପ୍ରାଣ ହରାଇଛନ୍ତି ସେମାନେ ୟୁକ୍ରେନର ହିରୋମାନଙ୍କଠାରୁ କମ ନୁହଁନ୍ତି। ସାଧାରଣ ନାଗରିକଙ୍କ ଉପରେ ରୁଷିଆର ଆକ୍ରମଣକୁ ସେ ନିନ୍ଦା କରିଛନ୍ତି। ୟୁକ୍ରେନରେ ଏପର୍ଯ୍ୟନ୍ତ ୧୩୭ ସୈନିକ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ ୩୧୬ଜଣ ଆହତ ହୋଇଛନ୍ତି।
ରାଷ୍ଟ୍ରପତି କହିଛନ୍ତି,ରୁଷିଆର ଏହି କାର୍ଯ୍ୟ ଭୁଲ ଅଟେ। ଏହା ପୂର୍ବରୁ ଦାବି କରିଛି ଯେ ଏହା କେବଳ ସାମରିକ ଟାର୍ଗେଟ ଉପରେ ଆକ୍ରମଣ କରିବ, କିନ୍ତୁ ରୁଷିଆ ସୈନ୍ୟବାହିନୀ ଏବଂ ଯୁଦ୍ଧ ଜାହାଜ ମଧ୍ୟ ସାଧାରଣ ଅଞ୍ଚଳକୁ ଟାର୍ଗେଟ କରୁଛନ୍ତି। ସେମାନେ ଲୋକଙ୍କୁ ହତ୍ୟା କରୁଛନ୍ତି। ଶାନ୍ତ ସହରଗୁଡ଼ିକ ସାମରିକ ବେସରେ ପରିଣତ ହେଉଛି। ଏହାକୁ କଦାପି କ୍ଷମା କରାଯିବ ନାହିଁ । ରୁଷିଆ ଓଡେସା ଦ୍ୱୀପ ଦଖଲ କରିଛି। ସେଠାରେ ଅବସ୍ଥାପିତ ସମସ୍ତ ୟୁକ୍ରେନ ସୀମା ସୁରକ୍ଷାକରୀଙ୍କୁ ହତ୍ୟା କରାଯାଇଛି।
ଅନ୍ୟପକ୍ଷରେ, ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଦ୍ୱିତୀୟ ଦିନରେ ରୁଷିଆର ବିମାନ ମଧ୍ୟ ବୋମାମାଡ଼ କରିଥିଲା। ଶୁକ୍ରବାର ସକାଳେ ଯୁଦ୍ଧ ଆରମ୍ଭ ହେବାର ୨୪ ଘଣ୍ଟା ବିତିଗଲାଣି। ଆମେରିକାର ପ୍ରତିରକ୍ଷା ଅଧିକାରୀଙ୍କ ଅନୁଯାୟୀ ରୁଷିଆ ଆସନ୍ତା ୯୬ ଘଣ୍ଟା ମଧ୍ୟରେ ୟୁକ୍ରେନର ରାଜଧାନୀ କ୍ୱିଭ୍‌କୁ କବ୍‌ଜା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri