ଷ୍ଟ୍ରଙ୍ଗ୍‌ରୁମ୍‌ ବାହାରେ ପଡ଼ିଛି ଭୋଟ୍‌ କାଗଜ, ଫଳାଫଳକୁ ନେଇ ଆଶଙ୍କାରେ ଜନସାଧାରଣ

କେନ୍ଦ୍ରାପଡ଼ା ଅଫିସ,୨୫ା୨: କେନ୍ଦ୍ରାପଡ଼ା ବ୍ଲକର ଷ୍ଟ୍ରଙ୍ଗରୁମ୍‌ ବାହାରେ ଭୋଟ୍‌ କାଗଜ ପଡ଼ିଛି। ଶୁକ୍ରବାର ଏପରି ଘଟଣା କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ହୋଇଥିବା ବ୍ଲକର ଷ୍ଟ୍ରଙ୍ଗରୁମ ନିକଟରେ ଦେଖିବାକୁ ମିଳିଛି। ଫଳରେ ଚଳିତ ନିର୍ବାଚନ ଫଳାଫଳକୁ ନେଇ ସ୍ଥାନୀୟ ଜନସାଧାରଣ ଆଶଙ୍କା ପ୍ରକଟ କରିଛନ୍ତି। ଏହି ବ୍ଲକ ଅଞ୍ଚଳର ନିର୍ବାଚନ ଗତ ୨୨ ତାରିଖରେ ସରିଛି। ଭୋଟଗ୍ରହଣ ପରେ କାଗଜପତ୍ର ଉକ୍ତ ଷ୍ଟ୍ରଙ୍ଗରୁମରେ ରହିଛି। ତେବେ ଆଜି ସକାଳେ ଏହି ବ୍ଲକର କଂସାର ଓ କପାଳେଶ୍ୱର ପଞ୍ଚାୟତର କେତେକ ଭୋଟ୍‌ କାଗଜ ବାହାରେ ପଡ଼ିଥିବା ଦେଖି ହୋ-ହଲ୍ଲା ହୋଇଥିଲା।

ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ଘଟଣା ସମ୍ପର୍କରେ ତଦନ୍ତ ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଡିଓ ବନ୍ଦନା ଖଟୁଆ କହିଛନ୍ତି, ଏବେ ଷ୍ଟ୍ରଙ୍ଗରୁମ୍‌ରେ ତାଲା ପଡ଼ିଛି। ଏହା ସିସିଟିଭି ଅଧୀନରେ ଅଛି। ଆସନ୍ତାକାଲି ଅର୍ଥାତ୍‌ ୨୬ରେ ଷ୍ଟ୍ରଙ୍ଗରୁମ୍‌ ଭୋଟ୍‌ ଗଣତି ପାଇଁ ଖୋଲାଗଲେ ବାହାରେ ପଡ଼ିଥିବା ଭୋଟ କାଗଜର ସିରିଏଲ ମିଳାଯିବ। ବାହାରେ ପଡ଼ିଥିବା ସମସ୍ତ ଭୋଟ୍‌ କାଗଜ ସଂଗ୍ରହ କରାଯାଉଥିବା ବିଡିଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ ସେଣ୍ଟରରେ କୋଲକାତା ଫେରନ୍ତାଙ୍କ ଜୀବନ ଗଲା

ଭଦ୍ରକ ଅଫିସ, ୧୦।୬: ଭଦ୍ରକ ଜିଲା ଭଦ୍ରକ ବ୍ଲକ କୋର୍କୋରା ଗ୍ରାମ କ୍ୱାରାଣ୍ଟାଇନ ସେଣ୍ଟରରେ ବୁଧବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ଅଚଳାବସ୍ଥାରେ ଇ-ଟଏଲେଟ୍‌

ଭୁବନେଶ୍ୱର,୧୮।୪ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ସ୍ବଚ୍ଛ, ସବୁଜ, ସୁନ୍ଦର କରି ଗଢିତୋଳିବା ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସ୍ମାର୍ଟ ସିଟିକୁ ଯେପରି ବାହ୍ୟ...

୩ ପୋଲିସ କର୍ମଚାରୀ ନିଲମ୍ବିତ

ବାରିପଦା ଅଫିସ,୪ା୫: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନାର ୩ ଜଣ ପୋଲିସ କର୍ମଚାରୀଙ୍କୁ ବୁଧବାର ମୟୂରଭଞ୍ଜ ଏସ୍‌ପି ନିଲମ୍ବନ କରିଛନ୍ତି। ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ...

ଅନୁଗୋଳରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଶୋ’ ରୁମ୍‌

ଅନୁଗୋଳ ଅଫିସ,୮ା୪: ଅନୁଗୋଳ ବଜାରରେ ଶନିବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ବଜାରରେ ଥିବା ମଙ୍ଗଲମ୍‌ ନାମକ ଏକ ଡ୍ରେସ୍‌ ଶୋ’ ରୁମ୍‌ ହୁତ୍‌ହୁତ୍‌...

ବିଶୋଧନ ହେଲା ଖଜୁରିପଡା ବ୍ଲକ କାର୍ଯ୍ୟାଳୟ

ଖଜୁରିପଡା,୭ା୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣମଣକୁ ଆଖିଆଗରେ ରଖି ଖଜୁରିପଡା ବ୍ଲକ କାର୍ଯ୍ୟାଳୟ ପରିସରକୁ ବିଶୋଧନ କରାଯାଇଛି। ବିଡିଓ ରବୀନ୍ଦ୍ର ନାଥ କହଁରଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଅଗ୍ନିଶମ ବିଭାଗ...

ଚାଷ ଦେଇଛି ପୁରସ୍କାର

ବଅଁରପାଳ, ୧୦।୮(ଡି.ଏନ୍‌.ଏ.) – ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ ବି ଚାଷକୁ କରିହେବ ପେସା। ଭଲ ଲାଭ ମିଳିପାରିବ ଏଥିରୁ। ଏହାକୁ ପ୍ରମାଣିତ କରିଛନ୍ତି ବଅଁରପାଳ...

ବରଗଡ଼ରେ ଯୋଗଦେଲେ ନୂତନ ଅତିରିକ୍ତ ଜିଲାପାଳ

ବରଗଡ଼ ଅଫିସ,୨୩।୯ : ବରଗଡ଼ର ନୂତନ ଅତିରିକ୍ତ ଜିଲାପାଳ ଭାବେ ସୋମବାର ମିର୍ଦ୍ଧା ଟପ୍ପୋ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ଭବାନୀପାଟଣା ଉପଜିଲାପାଳ ଭାବେ...

ସ୍କୁଲ୍‌ ହଷ୍ଟେଲକୁ ଆସିଥିବା ଡାଲି ବସ୍ତା ଦୋକାନରେ ବିକ୍ରି ହେବା ନେଇ ଉତ୍ତେଜନା

ନୂଆଗାଁ, ୧୩।୪ (ଡି.ଏନ.ଏ.): ସୁନ୍ଦରଗଡ ଜିଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହାତୀବାରି ହାଇସ୍କୁଲ ହଷ୍ଟେଲ ଛାତ୍ରୀଛାତ୍ରଙ୍କ ପାଇଁ ଆସିଥିବା ୩୦ କେଜି ହରଡ ଡାଲି ବସ୍ତାକୁ...

Advertisement
Archives

Model This Week