ଯୁଦ୍ଧ ବିଭୀଷିକା ବଖାଣିଲେ ୟୁକ୍ରେନ୍‌ ଫେରନ୍ତା ଡାକ୍ତରୀ ଛାତ୍ର

ନବରଙ୍ଗପୁର,୧୦ା୩(ବି.ପ୍ର.) ୟୁକ୍ରେନ୍‌ରେ ଫସିଥିବା ନବରଙ୍ଗପୁରର ଡାକ୍ତରୀ ଛାତ୍ର ନୃସିଂହ ନାଥ ପାତ୍ର ଓ ସୌରଭ ସାହୁ ଘରକୁ ଫେରିଛନ୍ତି। ସେଠାକାର ଯୁଦ୍ଧ ବିଭୀଷିକା ଓ ବଞ୍ଚତ୍ବା ପାଇଁ ସେମାନେ କରିଥିବା ସଂଗ୍ରାମ ସମ୍ପର୍କିତ ଅନୁଭୂତି ବଖାଣିଥିଲେ।
ନବରଙ୍ଗପୁର ସହର କେଉଟ ସାହିର ରଜନୀ ପାତ୍ରଙ୍କ ପୁଅ ନୃସିଂହ ନାଥ ୟୁକ୍ରେନ୍‌ର ଟେରନାପିନ ନ୍ୟାଶନାଲ ମେଡିକାଲ ୟୁନିଭରସିଟିରେ ଡାକ୍ତରୀ ପାଠ ପଢୁଥିଲେ। ଚଳିତବର୍ଷ ତାଙ୍କର ପାଠ୍ୟକ୍ରମର ପଞ୍ଚମ ବର୍ଷ ଥିଲା। ପାଠ୍ୟକ୍ରମ ଶେଷ ହେବା ପୂର୍ବରୁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଯିବାରୁ ଘରକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପ୍ରତ୍ୟାବର୍ତ୍ତନ ପୂର୍ବରୁ ୟୁକ୍ରେନ୍‌ ଉପରେ ହଠାତ୍‌ ଆକ୍ରମଣ କରିଥିଲା ରୁଷ। ଫଳରେ ଅନ୍ୟ ଭାରତୀୟଙ୍କ ସହିତ ନୃସିଂହ ନାଥ ମଧ୍ୟ ୟୁକ୍ରେନ୍‌ରେ ଫସି ଯାଇଥିଲେ। ସେ ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ରେ ଥିବା ଭାରତୀୟ ଦୂତବାସରେ ଆସି ୨ଦିନ ରହିଥିଲେ। ସେଠାରୁ ଟ୍ରେନ୍‌ ଯୋଗେ ୟୁକ୍ରେନ ବର୍ଡର ଅତିକ୍ରମ କରି ସ୍ଲୋଭାକିଆରେ ପହଞ୍ଚତ୍ଥିଲେ। ସେଠାରୁ ସୁରକ୍ଷିତ ଭାବେ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାରେ ଦିଲ୍ଲୀ-ବିଶାଖାପାଟଣା ହୋଇ ନବରଙ୍ଗପୁରରେ ପହଞ୍ଚତ୍ ଥିବା ନେଇ ନୃସିଂହ ନାଥ କହିଛନ୍ତି। ସେହିଭଳି ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ଗାଁର ସୁବାସ ସାହୁଙ୍କ ଏକ ମାତ୍ର ପୁଅ ସୌରଭ ମଧ୍ୟ ୟୁକ୍ରେନ୍‌ର ମାଇକଲେଭରେ ଫସି ରହିଥିଲେ। ସେ ପେଟ୍ରୋ ମହିଲ ବ୍ଲାକ ସି ନ୍ୟାଶନାଲ ୟୁନିଭରସିଟିରେ ପଢୁଥିଲେ। ସେ ମାଇକଲିଭରୁ ତିନି ଦିନ ବସ ଯାତ୍ରା କରି ଓଡେଶା, ମାଲଦିଆ ହୋଇ ରୋମାନିଆରେ ପହଞ୍ଚତ୍ବା ପରେ କେନ୍ଦ୍ର ସରକାରଙ୍କ ଚେଷ୍ଟାରେ ମୁମ୍ବାଇରେ ପହଞ୍ଚତ୍ଥିଲେ। ସେଠାରୁ ଭୁବନେଶ୍ୱର ଆସିବା ପରେ ନବରଙ୍ଗପୁର ଅଭିମୁଖେ ବାହାରିଥିଲେ। ଯୁଦ୍ଧ ବିଭୀଷିକା ଭିତରେ ସେମାନେ କିପରି ବଞ୍ଚତ୍ବାକୁ ସଂଗ୍ରାମ କରୁଥିଲେ ସେ ସମ୍ପର୍କରେ ସୌରଭ କହିଛନ୍ତି। ଘରକୁ ଫେରିଲା ପରେ ବାପା ସୁବାସ କୁମାର ସାହୁଙ୍କ ସହ ମିଶି ନବରଙ୍ଗପୁର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକଙ୍କୁ ଭେଟିଥିଲେ। ସେମାନଙ୍କ ଭବିଷ୍ୟତ ଉପରେ ଜିଲା ପ୍ରଶାସନ ଦୃଷ୍ଟି ଦିଅନ୍ତୁ ବୋଲି ସୌରଭ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

୩୩ ଭୂମିହୀନଙ୍କ ମୁହଁରେ ଫୁଟିଲା ହସ, ସମସ୍ତଙ୍କୁ ମିଳିଲା…

ଝରିଗାଁ,୧୨ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଗୁରୁବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ସୁମନ୍ତ ପାତ୍ରଙ୍କ ସଂଯୋଜନାରେ…

ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ଝିଅ ଅନ୍ୟଜାତିରେ ବିବାହ କରିବାରୁ ମଲାପରେ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ବଡ଼ ପୁଅ ବି ଆସିଲେନି…

ନବରଙ୍ଗପୁର,୨୫।୨(ସଦାଶିବ ପ୍ରହରାଜ): ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ…

ମାରଣାସ୍ତ୍ର ଦେଖାଇ ବ୍ୟାବସାୟୀଙ୍କ ଘରୁ ଲୁଟ୍‌

ପାପଡ଼ାହାଣ୍ଡି,୨୪।୨(ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରର ସଦର ବ୍ୟବସାୟୀ କାଶୀନାଥ ଗୁପ୍ତାଙ୍କ ଘରୁ ବଡ଼ ଧରଣର ଲୁଟ୍‌ ହୋଇଛି। କଳା ମୁଖା ପିନ୍ଧା ଦୁବୃର୍ତ୍ତମାନେ…

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା…

୧୨ ଘଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri