ୟୁକ୍ରେନ୍ ଫାଷ୍ଟ ଲେଡିଙ୍କ ଇମୋଶନାଲ ପୋଷ୍ଟ ଭାଇରାଲ, ଶେୟାର କଲେ ବମ ସେଲ୍ଟରରେ ଜନ୍ମ ଝିଅର ଫଟୋ

କ୍ୱିଭ୍‌,୧ ।୩: ୟୁକ୍ରେନକୁ ଚପାଇ ଦେବାକୁ ସମସ୍ତ ଶକ୍ତି ଲଗାଇ ଦେଇଛି ରୁଷିଆ । ଲଗାତାର ଭାବେ ପଞ୍ଚମ ଦିନରେ ବି ମିଶାଇଲ ଆକ୍ରମଣ କରି ଚାଲିଛି ରୁଷିଆ । ଏମିତିକି ଏବେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସିଜଫାୟାର ପାଇଁ ତାଙ୍କ ସର୍ତ୍ତକୁ ଖୋଲି ଦେଇଛନ୍ତି । ଇତିମଧ୍ୟରେ ଗତ ଦୁଇଦିନ ହେବ ୟୁକ୍ରେନର ଫାଷ୍ଟ ଲେଡି ଅର୍ଥାତ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲନସ୍କିଙ୍କ ସହଧର୍ମିଣୀ ଇନଷ୍ଟାଗ୍ରାମରେ ଏକ ଇମୋଶନାଲ ପୋଷ୍ଟ ଶେୟାରେ କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଯୁଦ୍ଧରେ ଲଢିବାର ସାହସ ବି ଦେଖାଇଛନ୍ତି ତାସହ ଭବିଷ୍ୟତର ଚେହେରାକୁ ବି ଦେଖାଇଛନ୍ତି ।
ଫାଷ୍ଟ ଲେଡି ଓଲେନା ଜେଲନସ୍କି ଇନଷ୍ଟାଗ୍ରାମରେ ଏକ ଝିଅର ଫଟୋ ଶେୟାର କରିଛନ୍ତି ଯାହାର ଜନ୍ମ ବମ ସେଲ୍ଟରରେ ହୋଇଛି । ଏହି ପୋଷ୍ଟର କ୍ୟାପଶନରେ ଫାଷ୍ଟ ଲେଡି ଲେଖିଛନ୍ତି, ଏହି ଝିଅର ଜନ୍ମ କ୍ୱିଭର ବମ ସେଲ୍ଟରରେ ହୋଇଛି । ଏହା ସମ୍ପୂର୍ଣ୍ଣ ଭାବେ ଭିନ୍ନ ପରିସ୍ଥିତିରେ, ଶାନ୍ତିପୂର୍ଣ୍ଣ ଆକାଶତଳେ ହେବାର ଥିଲା, ଏ ସେହି ଶିଶୁ ଯାହାକୁ ପିଲାମାନେ ଦେଖିବା ଦରକାର । ହେଲେ ମୁଖ୍ୟ କଥା ହେଉଛି ଦେଶରେ ଯୁଦ୍ଧ ଚାଲିଥିବା ବେଳେ ସଡ଼କରେ ତାଙ୍କ ନିକଟରେ ଡାକ୍ତର ଓ ଶିଶୁଟିର ଦେଖାଶୁଣା କରିବାକୁ ଲୋକ ଥିଲେ । ଶିଶୁଟିର ସୁରକ୍ଷା ନିଆଯିବ । ପ୍ରିୟ ଦେଶବାସୀ ଆପଣମାନେ ଅବିଶ୍ୱସନୀୟ ।


ଦୁଇ ଦିନ ମଧ୍ୟରେ ଆପଣମାନେ ସେନା ପାଲଟି ଯାଇଛନ୍ତି । ମେଟ୍ରୋରେ, ବମ ସେଏ୍‌ଟରରେ, ଶିଶୁ ଓ ବୁଲା ଜୀବଜନ୍ତୁଙ୍କ ସହ ଆପଣମାନେ ଆପଣଙ୍କ କାମ କରୁଛନ୍ତି । ପରସ୍ପରକୁ ସାହଯ୍ୟ କରିବାକୁ ସମୟ ବାହାର କରୁଛନ୍ତି । ସୁରକ୍ଷା ପାଇଁ ପଡୋଶୀଙ୍କୁ ସାହଯ୍ୟ କରୁଛନ୍ତି । ଆପଣମାନେ ସୋସିଆଲ ମିଡିଆରେ ଏକାଠି ହୁଅନ୍ତୁ । ସେନାକୁ ସାହାଯ୍ୟ କରନ୍ତୁ, ସେନା ଓ ପୀଡିତଙ୍କ ପାଇଁ ରକ୍ତଦାନ କରନ୍ତୁ । ଘରେ ସେହିମାନଙ୍କୁ ସ୍ଥାନ ଦିଅନ୍ତୁ ଯାହାର ଆବଶ୍ୟକତା ରହିଛି । ଶତ୍ରୁର ଗତିପଥକୁ ନଜର କରନ୍ତୁ । ତାହେଲ ଯାଇ ବମ ସେଲ୍ଟରରେ ଜନ୍ମ ନେଇଥିବା ଶିଶୁଙ୍କୁ ଆମେ ଏକ ଶାନ୍ତିପୂର୍ଣ୍ଣ ଦେଶରେ ରହିବାର ସୁଯୋଗ ଦେଇପାରିବା ବୋଲି ଫାଷ୍ଟ ଲେଡି ଉଲ୍ଲେଖ କରିଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri