Posted inଜାତୀୟ

ଖୁବ୍‌ଶୀଘ୍ର ପ୍ରକାଶ ପାଇବ UGC-NET ନୂଆ ପରୀକ୍ଷା ସୂଚୀ: ସଚିବ

ନୂଆଦିଲ୍ଲୀ,୨୦ା୬: ଦେଶରେ ଡାକ୍ତରୀ, ଇଞ୍ଜିନିୟରିଂ ଓ ଫେଲୋଶିପ୍‌ ଭଳି ସମ୍ମାନଜନକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାର ପରିଚାଳନା ଦାୟିତ୍ୱ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ହାତରେ ନ୍ୟସ୍ତ ରହିଛି। କିନ୍ତୁ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ଅଧୀନ ଏହି ଏଜେନ୍ସିର ଅପରିଣାମଦର୍ଶିତା ଯୋଗୁ ଲକ୍ଷଲକ୍ଷ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି। ଲଗାତର ଗୋଟିଏ ପରେ ଗୋଟିଏ ବଡ଼ ପରୀକ୍ଷାରେ ଅନିୟମିତତା ଓ ରେଜଲ୍ଟରେ ବିଭ୍ରାଟ ଏନ୍‌ଟିଏର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ପରୀକ୍ଷାକୁ ନେଇ ତୁମ୍ବି ତୋଫାନ ଚାଲିଥିବା ବେଳେ ଖୁବ୍‌ଶୀଘ୍ର ୟୁଜିସି-ଏନ୍‌ଇଟି ନୂଆ ପରୀକ୍ଷା ସୂଚୀ ଘୋଷଣା ହେବ ବୋଲି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି। ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଗୋବିନ୍ଦ ଜୟସ୍ବାଲ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ପ୍ରାଥମିକ ପ୍ରମାଣ ମିଳିବା ପରେ ପରୀକ୍ଷା ବାତିଲ କରାଯାଇଛି। ତ୍ରୁଟି ନେଇ କେହି ଅଭିଯୋଗ କରିବା ପୂର୍ବରୁ ଇନ୍‌ପୁଟ ମିଳିଥିଲା। ପରୀକ୍ଷା ତ୍ରୁଟିର ତଦନ୍ତ ପାଇଁ ସିବିଆଇକୁ ସୁପାରିସ କରାଯାଇଛି।

ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦେଶର ବିଭିନ୍ନ ସହରରେ ୧୮ ଜୁନ୍ ୨୦୨୪ରେ ହେବାକୁ ଥିବା ୟୁଜିସି-ଏନଇଟି ଜୁନ୍ ୨୦୨୪ ପରୀକ୍ଷାକୁ ବାତିଲ କରିଦେଇଛି। ଏନଟିଏ ଦୁଇଟି ସିଫ୍ଟରେ ଓଏମଆର (କଲମ ଏବଂ କାଗଜ) ପ୍ରଣାଳୀରେ ପରୀକ୍ଷା ଆୟୋଜନ କରିଥିଲା।

୧୯ ଜୁନ୍  ୨୦୨୪ ରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଗୃହ ମନ୍ତ୍ରଣାଳୟର ଭାରତୀୟ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର (ଆଇ ୪ ସି) ର ଜାତୀୟ ସାଇବର କ୍ରାଇମ୍ ଅପରାଧ ବିଶ୍ଳେଷଣ ୟୁନିଟ୍ ଠାରୁ କିଛି ଇନ୍ପୁଟ୍ ପାଇଥିଲା। ମଙ୍ଗଳବାର ଆୟୋଜିତ ପରୀକ୍ଷାରେ ଅନିୟମିତତା ହୋଇଥିବା ଏହି ଇନପୁଟ୍ ସୂଚନା ଦେଇଥିବା କୁହାଯାଉଛି।

ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ନିଶ୍ଚିତ କରିବାକୁ, ଶିକ୍ଷା ମନ୍ତ୍ରଣାଳୟ ୟୁଜିସି-ଏନଇଟି ଜୁନ୍ ୨୦୨୪ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ପରୀକ୍ଷା ପୁନର୍ବାର କରାଯିବ, ଯେଉଁଥି ପାଇଁ ପରେ ସୂଚନା ଦିଆଯିବ।ଏଥିସହ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର କରାଯାଇଛି।

ୟୁଜିସି କହିଛି, ‘ପରୀକ୍ଷା ପୁନର୍ବାର କରାଯିବ, ଯାହା ବିଷୟରେ ସୂଚନା ଦିଆଯିବ। ପରୀକ୍ଷାର ଅଖଣ୍ଡତା ଏବଂ ଛାତ୍ରମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପ୍ରତିବଦ୍ଧ। ସୂଚନାଯୋଗ୍ୟ ୟୁଜିସି-ଏନଇଟି ପରୀକ୍ଷା ଜୁନ୍ ୨୦୨୪ ଦେଶର ୩୧୭ ଟି ସହରର ୧୨୦୫ ପରୀକ୍ଷା କେନ୍ଦ୍ରରେ କରାଯାଇଥିଲା ଯେଉଁଥିରେ ୧୧,୨୧,୨୨୫ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?