UGC NET June 2025 ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ କେବେ ହେବ ପରୀକ୍ଷା, ଶେଷ ତାରିଖ…

ନୂଆଦିଲ୍ଲୀ,୧୭।୪: ଏନ୍‌ଟିଏ ଜୁନ ୨୦୨୫ ରେ UGC NET ର ବିଜ୍ଞପ୍ତି ପ୍ରକାଶ କରିଛି। ଏହା ସହିତ ଆବେଦନ ପୋର୍ଟାଲ ମଧ୍ୟ ଖୋଲିଛି। ପ୍ରାର୍ଥୀମାନେ ୧୬ ଏପ୍ରିଲରୁ ପରୀକ୍ଷାରେ ଲାଗି ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ମେ’ ୭ ରହିଛି। ପ୍ରାର୍ଥୀମାନେ ଫି’ ଜମା କରିବା ପାଇଁ ଆଉ ଗୋଟିଏ ଦିନ ଅର୍ଥାତ ମେ’ ୮ ପର୍ଯ୍ୟନ୍ତ ସମୟ ପାଇବେ। ଏହି ପରୀକ୍ଷା ଜୁନ ୨୧ ରୁ ଜୁନ ୩୦ ମଧ୍ୟରେ ହେବ ବୋଲି କୁହାଯାଇଛି। ଛାତ୍ରୀଛାତ୍ରମାନେ https://ugcnet.nta.ac.in / www.nta.ac.in କୁ ଯାଇ ଆବେଦନ କରିପାରିବେ।
ପ୍ରାର୍ଥୀମାନେ ଗତ କିଛି ଦିନ ଧରି UGC NET ଜୁନ-୨୦୨୫ ପରୀକ୍ଷା ତାରିଖକୁ ଅପେକ୍ଷା କରିଥିଲେ। NTA ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପରୀକ୍ଷାର ଦାୟିତ୍ୱ ଜାତୀୟ ପରୀକ୍ଷା ସଂସ୍ଥାକୁ ହସ୍ତାନ୍ତର କରିଛି। ବିଜ୍ଞପ୍ତି ଅନୁସାରେ ଆଡମିଟ୍‌ କାର୍ଡ ପ୍ରକାଶନର ତାରିଖ, ସହର ଏବଂ କେନ୍ଦ୍ର ବିଷୟରେ ସୂଚନା ପରେ ଦିଆଯିବ।
UGC NET ଜୁନ ୨୦୨୫ ଗୁରୁତ୍ୱପୂର୍ଣ୍ଣ ତାରିଖ :
-ଜୁନ ୨୦୨୫ ରେ UGC NET ପାଇଁ ଆବେଦନ କରିବାର ତାରିଖ: ଏପ୍ରିଲ ୧୬ ରୁ ମଇ ୦୭ ରାତି ୧୧:୫୯
-ପରୀକ୍ଷା ଫିସ ଦେବାର ଶେଷ ତାରିଖ: ୮ ମଇ ରାତି ୧୧:୫୯
-ଅନଲାଇନ ଆବେଦନ ଫର୍ମରେ ତ୍ରୁଟି ସଂଶୋଧନ ତାରିଖ: ୦୯ ମଇ ରୁ ୧୦ ମଇ ୨୦୨୫
-ପରୀକ୍ଷା କେନ୍ଦ୍ରର ସହର କେବେ ଘୋଷଣା କରାଯିବ: ଏ ବିଷୟରେ ସୂଚନା ପରେ ଦିଆଯିବ।
-NTA ୱେବସାଇଟ ରୁ କେବେ ଆଡମିଟ କାର୍ଡ ଡାଉନଲୋଡ ପାଇଁ ଉପଲବ୍ଧ ହେବ: ସୂଚନା ପରେ ଦିଆଯିବ।
-UGC NET ପରୀକ୍ଷା କେବେ ଅନୁଷ୍ଠିତ ହେବ: ୨୧ ଜୁନ ୨୦୨୫ ରୁ ୩୦ ଜୁନ ୨୦୨୫ ମଧ୍ୟରେ (ଏହା ଆନୁମାନିକ ତାରିଖ)
କେତେ ଫି ନିଆଯିବ?
ଜୁନ ୨୦୨୫ରେ UGC NET ପାଇଁ, ସାଧାରଣ ବର୍ଗର ପ୍ରାର୍ଥୀମାନଙ୍କୁ ୧୧୫୦ ଟଙ୍କା ଫି’ ଦେବାକୁ ପଡିବ। EWS ବର୍ଗର ସାଧାରଣ ପ୍ରାର୍ଥୀ ଏବଂ OBC ପ୍ରାର୍ଥୀମାନଙ୍କୁ ୬୫୦ ଟଙ୍କା ଫି ଜମା କରିବାକୁ ପଡିବ। ଏହା ବ୍ୟତୀତ ST-SC ଏବଂ PWD ଏବଂ ତୃତୀୟ ଲିଙ୍ଗ ପ୍ରାର୍ଥୀଙ୍କ ପାଇଁ ଏହି ଫି’ ୩୨୫ ଟଙ୍କା ସ୍ଥିର କରାଯାଇଛି।
ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ:
-ପ୍ରାର୍ଥୀମାନେ https://ugcnet.nta.ac.in ରେ UGC NET-୨୦୨୫ ପରୀକ୍ଷା ପାଇଁ ଅନଲାଇନରେ ଆବେଦନ କରିପାରିବେ। ଅନ୍ୟ କୌଣସି ମାଧ୍ୟମରେ ପୂରଣ ହୋଇଥିବା ଆବେଦନ ଗ୍ରହଣ କରାଯିବ ନାହିଁ।
-ଯଦି ଜଣେ ପ୍ରାର୍ଥୀ ଗୋଟିଏରୁ ଅଧିକ ଆବେଦନ ଫର୍ମ ପୂରଣ କରନ୍ତି, ତେବେ ତାହା ନାକଚ ହୋଇଯିବ।
-ସମସ୍ତ ପ୍ରାର୍ଥୀ NTA ୱେବସାଇଟରେ ଉଲ୍ଲେଖିତ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବେ। ଯଦି ଏହା କରାଯାଏ ନାହିଁ, ତେବେ ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବ।
-ସୂଚନା ଆବେଦନରେ ଉଲ୍ଲେଖ କରାଯାଇଥିବା ଇମେଲ ଆଇଡି କିମ୍ବା ଫୋନ ନମ୍ବରକୁ ପଠାଯିବ, ତେଣୁ ଏହା ସଠିକ ହେବା ଗୁରୁତ୍ୱପୂର୍ଣ୍ଣ।
– NTA ଏହା ମଧ୍ୟ କହିଛି ଯେ ଯଦି କୌଣସି ପ୍ରାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାରେ ଅସୁବିଧା ହୁଏ, ତେବେ ସେମାନେ ୦୧୧  ୪୦୭୫୯୦୦୦ / ୦୧୧  ୬୯୨୨୭୭୦୦ ରେ କିମ୍ବା ugcnet@nta.ac.in ରେ ଇମେଲ କରିପାରିବେ।

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?