ୟୁକୋ ବ୍ୟାଙ୍କର ହାରାହାରି ୩୪% ମହିଳା କର୍ମଚାରୀ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଅଲ୍‌ ଇଣ୍ଡିଆ ୟୁକୋ ବ୍ୟାଙ୍କ ଅଫିସର୍ସ ଫେଡେରେଶନ (ସର୍ବଭାରତୀୟ ୟୁକୋ ବ୍ୟାଙ୍କ ଅଧିକାରୀ ସଙ୍ଗଠନ) ପକ୍ଷରୁ ଏକ ଦିନିକିଆ ମହିଳା ଅଧିକାରୀଙ୍କ ଜାତୀୟ ସମ୍ମିଳନୀ ଭୁବନେଶ୍ୱରର ହୋଟେଲ ଏକ୍‌ସିଲେନ୍ସିଠାରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ରବିବାର ୟୁକୋ ବ୍ୟାଙ୍କ ଅଧିକାରୀ ସଂଘ ଓଡ଼ିଶା ଏବଂ ନିଖିଳ ଓଡ଼ିଶା ୟୁକୋ ବ୍ୟାଙ୍କ ଅଧିକାରୀ ସଂଘର ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ କହିଥିଲେ, ସମସ୍ତ ବ୍ୟାଙ୍କର ହାରାହାରି ମହିଳା କର୍ମଚାରୀଙ୍କ ସଂଖ୍ୟା ୨୪% ହୋଇଥିବାବେଳେ କେବଳ ୟୁକୋ ବ୍ୟାଙ୍କର ହାରାହାରି ମହିଳା କର୍ମଚାରୀଙ୍କ ସଂଖ୍ୟା ୩୪% ହୋଇଥିବାରୁ ସେ ଉଭୟ ବ୍ୟାଙ୍କ ଓ ମହିଳା କର୍ମଚାରୀମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ସେହିଭଳି ଭୁବନେଶ୍ୱରର ସାମାଜିକ ସଂଗଠନ ନିଃଶ୍ୱାସର ମୁଖ୍ୟ ନିର୍ଦ୍ଦେଶିକା ପ୍ରଫେସର ଡ. ସଶ୍ମି ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ମହିଳା ଅଧିକାରୀମାନଙ୍କୁ ବିଶେଷ ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟୁକୋ ବ୍ୟାଙ୍କର ସର୍ବଭାରତୀୟ ଅଧିକାରୀ ସଂଘର ସଭାପତି ରାଜକୁମାର ଅରୋରା, ସଂଘର ପରାମର୍ଶ ପରିଷଦର ସର୍ବଭାରତୀୟ ଅଧ୍ୟକ୍ଷ ଅଶୋକ କୁମାର ହଣ୍ଡା, ଅଧିକାରୀ ସଂଘର ସର୍ବଭାରତୀୟ ଅଧ୍ୟକ୍ଷ ଦୀପଙ୍କର ମିତ୍ର, ସଂଘର ସର୍ବଭାରତୀୟ ସାଧାରଣ ସମ୍ପାଦକ ସନ୍ଦୀପ ଚୋବେ, ବରିଷ୍ଠ ଉପାଧ୍ୟକ୍ଷ ଅଜୟ କୁମାର ରାଉତରାୟ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।
ସେହିପରି ଏହି ସମ୍ମିଳନୀରେ ଦେଶର ବିଭିନ୍ନ ରାଜ୍ୟରୁ ଶତାଧିକ ମହିଳା ଅଧିକାରୀମାନେ ଯୋଗଦେଇଥିଲେ। ଅପରପକ୍ଷରେ ସଂଘର ସାଧାରଣ ସମ୍ପାଦକ ସୁକାନ୍ତ ଛାଟୋଇ ସ୍ବାଗତ ଅଭିିଭାଷଣ ସହିତ ମଞ୍ଚ ପରିଚାଳନା କରିଥିଲାବେଳେ ବ୍ୟାଙ୍କର ପୂର୍ବତନ ଅଧିକାରୀ ଯୁଧିଷ୍ଠିର ମହାରଣା, ପ୍ରକାଶ ଚନ୍ଦ୍ର ରାଏ, ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ମହିଳା ଅଧିକାରୀମାନଙ୍କର ସମସ୍ୟା ଏବଂ ଏହାର ସମାଧାନ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ପରିଶେଷରେ ଆକାଶ ବକ୍ସି ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ ସୂର୍ଯ୍ୟଘର: ଓଡ଼ିଶାର ପ୍ରଥମ ସୋଲାର ଦିଦି ବ୍ୟାଚ୍‌ର ପ୍ରଶିକ୍ଷଣ ସମ୍ପନ୍ନ

ଭୁବନେଶ୍ୱର, ୨୦।୬: ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ) ପକ୍ଷରୁ କଟକସ୍ଥିତ ଟାଟା ପାୱାର ସ୍କିଲ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ (ଟିପିଏସଡିଆଇ)ରେ ପିଏମ ସୂର୍ଯ୍ୟଘର: ମୁଫ୍ତ…

ବୈଜ୍ଞାନିକଙ୍କ ଚେତାବନୀ: ଓଡ଼ିଶାରୁ ଲୋପ ପାଇଯାଇପାରନ୍ତି ‘ନୀଳରକ୍ତ କଙ୍କଡ଼ା’

କେନ୍ଦ୍ରାପଡ଼ା,୨୦ା୬ (ପି.ଟି.)ଓଡ଼ିଶା ଉପକୂଳରୁ ଆଗାମୀ ୮ ରୁ ୧୦ ବର୍ଷ ମଧ୍ୟରେ ବିରଳ‘ଘୋଡ଼ା ନାଲ କଙ୍କଡ଼ା’ ବା ‘ନୀଳରକ୍ତ କଙ୍କଡ଼ା’ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯାଇପାରନ୍ତି ବୋଲି…

ଗାଁ ଭିତରେ ପଶିଲା ଦନ୍ତା ହାତୀ: ଗ୍ରାମବାସୀ ଆତଙ୍କିତ

ଦେବଗଡ,୨୦।୬(ଶଶାଙ୍କ ଶେଖର ଝାଙ୍କର):ଗାଁ ଭିତରେ ପଶିଲା ଦନ୍ତା ହାତୀ। ଗ୍ରାମବାସୀ ଆତଙ୍କିତ। ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳ ନୁଆଁଡିହ ପଞ୍ଚାୟତର ମହାସିନ୍ଧୁ ଗ୍ରାମରେ ଏକ ଦନ୍ତା ହାତୀ…

ଯୁବକଙ୍କୁ ଛୁରି ଭୁସି ହତ୍ୟା ଘଟଣା: ତଦନ୍ତ ଆରମ୍ଭ

ଦେବଗଡ,୨୦।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଗୁଣ୍ଡୁରିପୋଷି କଲୋନୀ ସାହିରେ ଛୁରି ଭୁସି ଯୁବକଙ୍କୁ ହତ୍ୟା ଘଟଣାରେ ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯାଇ…

‘ତୁରନ୍ତ ଭତ୍ତା ଟଙ୍କା ପ୍ରଦାନ କରାଯାଉ’, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର, ୨୦।୬ (ସୁନିତ୍‌ ମିଶ୍ର): ରାଜ୍ୟର ପ୍ରାୟ ୧୮ ଲକ୍ଷ ସାମାଜିକ ସୁରକ୍ଷା ପେନ୍‌ସନଭୋଗୀଙ୍କୁ ଗତ ୩ ମାସ ହେଲା ପେନ୍‌ସନ ଟଙ୍କା ମିଳିନାହିଁ। ଭତ୍ତା ଟଙ୍କା…

ଜାତୀୟ ରାଜପଥ ପ୍ରକଳ୍ପକୁ କାଳ ପ୍ରଶାସନିକ ଜଟିଳତା

ଭୁବନେଶ୍ୱର,୨୦।୬ (ସୁନିତ୍‌ ମିଶ୍ର): ଓଡ଼ିଶାରେ ଚାଲିଥିବା ଏକାଧିକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟ ବିଳମ୍ବର ସମ୍ମୁଖୀନ ହେଉଛି। ବିଭିନ୍ନ ପ୍ରକାର ପ୍ରଶାସନିକ ଜଟିଳତା କାରଣରୁ କାମରେ…

ଫୁଟ୍‌ପାଥରେ ଚାଲିବା ମୌଳିକ ଅଧିକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦ା୬: ସୁରକ୍ଷା ପାଇଁ ନିର୍ଦ୍ଧାରିତ ଫୁଟ୍‌ପାଥରେ ଚାଲିବା ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଚାଲିବାକୁ ମୌଳିକ ଅଧିକାର ଭାବେ ଗ୍ରହଣ…

ଆଜିଠାରୁ ଆଇଟିଇପି ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର,୨୦ା୬(ସୁଚିସ୍ମିତା ସାହୁ): ଚଳିତ ଶିକ୍ଷାବର୍ଷ ନିମନ୍ତେ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେଶନ ପ୍ରୋଗ୍ରାମ (ଆଇଟିଇପି) ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri