ଭାରତୀୟ ଶିଶୁ ପାଇଁ ନିୟମ ଭାଙ୍ଗିଲା ୟୁଏଇ

ଆବୁଧାବି,୨୯।୪: ଜଣେ ଭାରତୀୟ ଶିଶୁକୁ ଜନ୍ମ ପ୍ରମାଣ ପତ୍ର ଦେବା ଲାଗି ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ) ତା’ର ନିୟମ ଭଙ୍ଗ କରିଛି। ଏହି ଆଧାରରେ ୟୁଏଇ ସରକାର ଜଣେ ହିନ୍ଦୁ ପିତା ଓ ମାସଲମାନ ମା’ଙ୍କ ୯ ମାସର ଶିଶୁକୁ ଜନ୍ମ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ୟୁଏଇର ନିୟମ ରହିଛି ଜଣେ ମୁସଲମାନ ପୁରୁଷ ଅନ୍ୟ ଧର୍ମର ମହିଳାଙ୍କୁ ବିବାହ କରିପାରିବେ। ହେଲେ ଜଣେ ମୁସଲମାନ ମହିଳା ଅନ୍ୟ ଧର୍ମର ପୁରୁଷଙ୍କୁ ବିବାହ କରିପାରିବେ ନାହିଁ। ହେଲେ ଉକ୍ତ ଭାରତୀୟ ଦମ୍ପତିଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଥାଇ ମଧ୍ୟ ୟୁଏଇ ତାଙ୍କୁ ଶିଶୁଟିର ଜନ୍ମ ପ୍ରମାଣପତ୍ର ଦେଇଛି। ସୂଚନାଯୋଗ୍ୟ, ଶାରଜାହାରେ ରହୁଥିବା ହିନ୍ଦୁ ପୁରୁଷ କିରଣ ବାବୁ ଓ ମୁସଲମାନ ମହିଳା ସନମ ସାବୁ ସିଦ୍ଦିକି ୨୦୧୬ରେ କେରଳରେ ବିବାହ କରିଥିଲେ। ୨୦୧୮ରେ ଆବୁ ଧାବିରେ ରହୁଥିବା ବେଳେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା। ହେଲେ ଜାତିଗତ କାରଣ ଦର୍ଶାଇ ହସ୍ପିଟାଲ ଶିଶୁଟିର ଜନ୍ମ ପ୍ରମାଣପତ୍ର ଦେଇ ନ ଥିଲା। ଏହାପରେ ସେମାନେ ଆଇନର ସାହାଯ୍ୟ ନେଇଥିଲେ। ହେଲେ ସେଥିରେ କୌଣସି ସୁଫଳ ମିଳି ନ ଥିଲା। ଶେଷରେ ଭାରତୀୟ ଦୁତାବାସ ଜରିଆରେ ଶିଶୁର ଜନ୍ମ ପ୍ରମାଣ ପତ୍ର ପାଇବାକୁ ଆବେଦନ କରିବାରୁ ଏବେ ସେହି ୯ ମାସର ଶିଶିଟିକୁ ୟୁଏଇ ଜନ୍ମ ପ୍ରମାଣ ପତ୍ର ଦେଇଥିବା ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ପାଇଁ ଏଚ୍‌-୧ବି ଭିଜା ବନ୍ଦ ଲାଗି ଆମେରିକା ସିନେଟ୍‌ରେ ବିଲ୍‌ ଆଗତ

ଓ୍ୱାଶିଂଟନ,୨୬ା୭: ଆମେରିକା ସିନେଟ୍‌ରେ ଏକ ନୂଆ ବିଧେୟକ ଆସିଛି। ଏହି ବିଲ୍‌ ଅନୁଯାୟୀ ଆଗାମୀ ୩ବର୍ଷ ପାଇଁ ନୂତନ ଏଚ୍‌-୧ବି ଭିଜା ସେବା ବନ୍ଦ ରଖିବାକୁ ଏବଂ…

ରାତ୍ରୀଭୋଜନରେ ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ, କହିଲେ ତୃତୀୟ ଥର ରାଷ୍ଟ୍ରପତି…

ଓ୍ବାଶିଂଟନ,୨୫।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଆସୋସିଏସନ୍ ରାତ୍ରୀଭୋଜନରେ ସମ୍ଭାବ୍ୟ ତୃତୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ବିଷୟରେ ମନ୍ତବ୍ୟ ଦେଇଥିଲେ । ଯାହାକି ସମସ୍ତଙ୍କୁ…

ହର୍ମୁଜରେ ଏଲପିଜି ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ; ଏଥିରେ ଥିଲେ୨୮ ଭାରତୀୟ

ତେହରାନ/ନୂଆଦିଲ୍ଲୀ,୨୫।୭: ତେହରାନରେ ଥିବା ଭାରତୀୟ ଦୂତାବାସ ରିପୋର୍ଟ କରିଛି ଯେ ଶୁକ୍ରବାର (ଜୁଲାଇ ୨୪) ଦିନ ଇରାନ ଜଳସୀମାରେ 28 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ନେଇ…

ଶତାବ୍ଦୀର ସବୁଠାରୁ ମହଙ୍ଗା ଛାଡ଼ପତ୍ର; ସ୍ତ୍ରୀଙ୍କୁ ଏତେ କୋଟି ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ, ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ସିଓଲ,୨୫।୭: ଦକ୍ଷିଣ କୋରିଆର ଜଣାଶୁଣା ‘ଏସକେ ଗ୍ରୁପ’ର କୋଟିପତି ଚେୟାରମାନ ଚେ ତେ-ଓ୍ବନ ତାଙ୍କ ପୂର୍ବତନ ସ୍ତ୍ରୀ ରୋ ସୋ-ୟଙ୍ଗଙ୍କୁ ୯୪୪ ବିଲିୟନ ଓ୍ବନ୍‌ ପ୍ରାୟ ୬୪୦…

ବାଂଲାଦେଶକୁ ବଡ଼ ଝଟକା, ଇସ୍ତଫା ଦେଲେ ରାଷ୍ଟ୍ରପତି

ଢାକା,୨୪।୭: ବାଂଲାଦେଶ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ୨୪ ଜୁଲାଇ, ୨୦୨୬ରେ ସମ୍ବିଧାନର ଧାରା ୫୦(୩) ଅନୁଯାୟୀ ସଂସଦର ବାଚସ୍ପତିଙ୍କୁ ଏକ…

Social Media Ban: ୧୫ ବର୍ଷରୁ କମ ବୟସର ପିଲାମାନେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ, ସଂସଦରେ ବିଲ ଗୃହୀତ

ପ୍ୟାରିସ,୨୪।୭: ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ନେତୃତ୍ୱରେ, ବିଶ୍ୱର ସବୁଠାରୁ ଆଧୁନିକ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ଫ୍ରାନ୍ସର ସଂସଦ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସଂସଦ ୧୫ ବର୍ଷରୁ…

ପୁଣି ଫୁଟିଲା ଟ୍ରମ୍ପଙ୍କ ଟାରିଫ୍‌ ବୋମା: ଭାରତ ଉପରେ ଲଗାଇଲେ ଟାରିଫ୍‌

ଓ୍ବାଶିଂଟନ୍‌,୨୪।୭:ମଧ୍ୟ ପୂର୍ବର ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ପଦକ୍ଷେପ ନେଇଛନ୍ତି। ବାଧ୍ୟତାମୂଳକ ଶ୍ରମ ସହ ଜଡିତ ଉତ୍ପାଦ ବିରୋଧରେ ସେମାନେ ଏକ…

CJP ଆନ୍ଦୋଳନ, ଏଣ୍ଟ୍ରି ମାରିଲାଣି ପାକିସ୍ତାନ! ଲାଠିଚାର୍ଜକୁ ନେଇ କହିଲା ଏମିତି ହେଉଛି ଖୁବ ଆଲୋଚନା

ନୂଆଦିଲ୍ଲୀ/ଇସଲାମାବାଦ,୨୩।୭: NEET-UG ପେପର୍‌ ଲିକ ବିବାଦ ଏବଂ ‘କକ୍ରୋଚ ଜନତା ପାର୍ଟି’ (CJP) ଦ୍ୱାରା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି କରାଯାଇଥିବା ପ୍ରତିବାଦ ଉପରେ ପାକିସ୍ତାନ ପ୍ରତିକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri