ଶ୍ରୀଲଙ୍କା ଆକ୍ରମଣରେ ମୃତକଙ୍କ ଭାଇରାଲ ହୋଇଥିବା ଫଟୋ ୧୩ ବର୍ଷର ପୁରୁଣା

କଲମ୍ବୋ,୨୯।୪: ଶ୍ରୀଲଙ୍କାରେ ଏପ୍ରିଲ ୨୧ ଇଷ୍ଟର ଉତ୍ସବ ପାଳିତ ହେଉଥିବା ବେଳେ ସିରିଏଲ ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣରେ ୨୫୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଶହରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଲୋକେ ମୃତକଙ୍କ ପରିବାରଙ୍କୁ ସମ୍ବେଦନା ଜଣାଇବା ସହ ତୀବ୍ର ନିନ୍ଦା ମଧ୍ୟ କରିଥିଲେ। ଏହାରି ଭିତରେ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ଶ୍ରୀଲଙ୍କାର ମୃତକଙ୍କ ସହ ଜଡ଼ିତ ଥିବା କୁହାଯାଇଛି। ତେବେ ଭାଇରାଲ ହୋଇଥିବା ୨ଟି ଫଟୋ ମଧ୍ୟରୁ ପ୍ରଥମରେ ଜମି ତଳେ କଫିନ ଥିବା ବେଳେ ଅନ୍ୟଟିରେ ଲୋକମାନେ ନିଜ କାନ୍ଧରେ କଫିନକୁ ବୋହିଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହୋଇଥିବା ଏହି ଫଟୋକୁ ଶ୍ରୀଲଙ୍କା ଆକ୍ରମଣର ପରର ଦୃଶ୍ୟ ବୋଲି ଦାବି କରାଯାଇଥିଲା। ହେଲେ ତେବେ ବହୁ ଯାଞ୍ଚ ପରେ ଏହି ଫଟୋ ଶ୍ରୀଲଙ୍କା ଆକ୍ରମଣ ପରେ ନୁହେଁ ବରଂ ୧୩ ବର୍ଷ ପୁରୁଣା ଅର୍ଥାତ୍‌ ୨୦୦୬ ଜୁନର ବୋଲି ଜଣାପଡ଼ିଛି। ୨୦୦୬ରେ ଏକ ବାରୁଦ ସୁଡଙ୍ଗ ଫାଟିବାରୁ ୬୪ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଶେୟାର ହୋଇଥିବା ୨ଟି ଫଟୋ ଏହି ଘଟଣାର ଅଂଶ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଦୂତ ସାଜିଥିବା ପାକିସ୍ତାନ ଏବେ ସାଜିବ ‘ଖଳନାୟକ’! ଟ୍ରମ୍ପଙ୍କ ଚକ୍ରବ୍ୟୂହରେ ଫସିଲେ ଶେହବାଜ

ନୂଆଦିଲ୍ଲୀ,୨୫।୫: ପାକିସ୍ତାନ ସମ୍ମୁଖରେ ଏଭଳି ଏକ ଦ୍ୱନ୍ଦ୍ୱ ଦେଖାଦେଇଛି, ଯେଉଁଥିରେ ଯଦି ସେ ସ୍ବୀକାର କରେ ତେବେ ବି ଫସିବ ଏବଂ ଯଦି ମନା କରେ ତେବେ…

ଆମେରିକା-ଇରାନ ମଧ୍ୟରେ ବାତିଲ ହୋଇପାରେ ଶାନ୍ତି ଚୁକ୍ତି: ତେହରାନ ଏବେ କାହିଁକି ଦେଇଛି ଚେତାବନୀ? ଜାଣନ୍ତୁ…

ତେହରାନ,୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ପାଇଁ ପ୍ରୟାସ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି ଯେ ଦୁଇ ରାଷ୍ଟ୍ର…

ସକାଳୁ ସକାଳୁ ଇରାନକୁ ଧମକ ଦେଲେ ଟ୍ରମ୍ପ! ଡିଲ ଉପରେ ସସପେନ୍ସକୁ ନେଇ ପଠାଇଲେ…

ଓ୍ବାଶିଂଟନ,୨୫।୫: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ଭାବ୍ୟ ଚୁକ୍ତିକୁ ନେଇ ସସପେନ୍ସ ଜାରି ରହିଛି। ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ…

ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ,୨୫ା୫: ଭାରତ ଗସ୍ତରେ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରୁଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହଠାତ୍‌…

ଭାରତକୁ ଟାର୍ଗେଟ କରାଯାଇନି: ରୁବିଓ

ନୂଆଦିଲ୍ଲୀ,୨୫ା୫(ପି.ଟି.): ଭାରତ ଓ ଆମେରିକା ମଧ୍ୟରେ ବହୁପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତିନାମା ଖୁବ୍‌ଶୀଘ୍ର ଚୂଡ଼ାନ୍ତ ହେବାକୁ ଯାଉଛି, ଯାହା ଉଭୟ ଦେଶ ପାଇଁ ଲାଭଦାୟକ ଏବଂ ସ୍ଥାୟୀ ହେବ…

ୟୁକ୍ରେନ ଉପରେ ରୁଷିଆର ବଡ଼ ଆକ୍ରମଣ; ୬୦୦ ଡ୍ରୋନ୍ ଏବଂ ୯୦ ମିସାଇଲ୍ ପ୍ରୟୋଗ, ୪ମୃତ

କିଭ,୨୪।୫: ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷିଆ ମୋଟ…

ଏମିତି ଘୋଷଣା କଲା ଇରାନ ଖୁସି ହୋଇଗଲା ସାରା ବିଶ୍ୱ, ଏଥର ଶେଷ ହେବ ଯୁଦ୍ଧ!

ନୂଆଦିଲ୍ଲୀ/ତେହରାନ,୨୪।୫: ଭାରତରେ ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଡକ୍ଟର ଅବଦୁଲ ମାଜିଦ ହାକିମ ଏଲାହିଙ୍କ ଏକ ବିବୃତ୍ତି ଅନ୍ତର୍ଜାତୀୟ ରାଜନୀତିରେ ଏକ ନୂତନ ଆଲୋଚନାର ସୂତ୍ରପାତ କରିଛି।…

ଭାରତର ମାଷ୍ଟରଷ୍ଟ୍ରୋକ୍‌, ଅଡୁଆରେ ଚାଇନା

ନୂଆଦିଲ୍ଲୀ,୨୪।୫: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ଭାରତ ସମେତ ବିଶ୍ୱବ୍ୟାପୀ ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଚାଇନା ଯୁଦ୍ଧଜାହାଜ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri