Posted inଖେଳ

୧୪ ବର୍ଷ ଯାଏ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୨।୧୦: ମ୍ୟାଚ ଫିକ୍ସିଂ ଉପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇସିସି ୟୁଏଇର ଜଣେ ଘରୋଇ କ୍ରିକେଟରଙ୍କୁ ମ୍ୟାଚ ଫିକ୍ସିଂ ମାମଲାରେ ୧୪ ବର୍ଷ ପର୍ଯ୍ୟନ୍ତ କ୍ରିକେଟ୍‌ରୁ ବାସନ୍ଦ କରିଛି। ଏହି କ୍ରିକେଟରଙ୍କ ନାମ ମେହେରଦୀପ ଛାୟକର। ୨୦୧୯ରେ ସେ ୟୁଏଇ ଏବଂ ଜିମ୍ବାୱେ ମଧ୍ୟରେ ହୋଇଥିବା ସିରିଜ୍‌ ଏବଂ ସେହି ବର୍ଷ କାନାଡାର ଜିଟି୨୦ ଲିଗରେ ମ୍ୟାଚ ଫିକ୍ସିଂ କରିଥିବା ଅଭିଯୋଗ ହୋଇଥିଲା। ଶୁଣାଣି ସମୟରେ ଟ୍ରିବ୍ୟୁନାଲ ମେହେରଦୀପଙ୍କୁ ଆଇସିସି ଏବଂ କ୍ରିକେଟ କାନାଡାର ଦୁର୍ନୀତି ନିବାରଣ ସଂହିତାର ସାତୋଟି ନିୟମ ଉଲ୍ଲଂଘନ କରି ଦୋଷୀ ସାବ୍ୟସ୍ତ କରିଛି। ଟ୍ରିବ୍ୟୁନାଲ ଦ୍ୱାରା ଛାୟକରଙ୍କ ନିଷେଧାଦେଶ ସମ୍ପର୍କରେ ଆଇସିସି ଏକ ବିବୃତ୍ତି ଜାରି କରିଛି।
ଛାୟକର ୟୁଏଇର ଅନେକ ଶ୍ରେଷ୍ଠ କ୍ରିକେଟ କ୍ଲବ ପାଇଁ ଉଇକେଟ କିପର ବ୍ୟାଟ୍ସମ୍ୟାନ ଭାବରେ ଖେଳିଛନ୍ତି। ତାଙ୍କ ବିରୋଧରେ ମ୍ୟାଚ ଫିକ୍ସିଂ ଅଭିଯୋଗକୁ ଛାୟକର ଅସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା : ଫେରିଲେ ଷ୍ଟୋକ୍ସ, ଆର୍ଚର

ଲଣ୍ଡନ, ୨୨ା୧(ପି.ଟି.)-ଭାରତ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ ମ୍ୟାଚ ପାଇଁ ୧୬ ଜଣିଆ ଇଂଲଣ୍ଡ କ୍ରିକେଟ ଦଳ ଘୋଷଣା କରାଯାଇଛି। ଏଥିରେ ବିସ୍ଫୋରକ ଅଲରାଉଣ୍ଡର ବେନ୍‌...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କୋହଲି ସ୍ଥିର, ରାହାନେ ଖସିଲେ

ଦୁବାଇ, ୨।୨(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ପୂର୍ବଭଳି ଶୀର୍ଷ ସ୍ଥାନ ବଜାୟ...

ଓଡ଼ିଶା ଏଫ୍‌ସିରେ ଥୋଇବା ସାମିଲ

ଭୁବନେଶ୍ୱର, ୧୭ ।୬(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ଯୁବ ଫୁଟବଲର ଥୋଇବା ସିଂ ମୋଇରାଙ୍ଗଥେମ୍‌ ଓଡ଼ିଶା ଏଫସି ଦଳରେ ଯୋଗ ଦେଇଛନ୍ତି। ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ୭ମ ସଂସ୍କରଣ...

ଓଡ଼ିଶା ଟ୍ରେନ ଦୁର୍ଘଟଣାକୁ ନେଇ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ କୋହଲି

ନୂଆଦିଲ୍ଲୀ,୩।୬: ଶୁକ୍ରବାର ଓଡ଼ିଶାର ବାଲେଶ୍ୱରଠାରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାକୁ ନେଇ...

ତୁମେ ମରିଯିବା ଉଚିତ୍‌ ଥିଲା, କାହିଁକି ଏମିତି କଥା ଶୁଣିଥିଲେ ମିଷ୍ଟ୍ରି ସ୍ପିନର୍‌

ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଭାରତୀୟ ଦଳରେ ସାମିଲ ହୋଇଥିବା ଟିମ ଇଣ୍ଡିଆର ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ନିଜ ସହ ଜଡିତ ଏକ...

ଆଇପିଏଲ- ୧୪: ପନ୍ତ- ରାହୁଲ ମୁକାବିଲା

ମୁମ୍ବାଇ,୧୮।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରବିବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ...

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ଶ୍ରୀଲଙ୍କା ମୁକାବିଲା

ଲିଡ୍ସ,୨୨।୬(ପି.ଟି.)- ଚଳିତ ବିଶ୍ୱକପ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଆୟୋଜକ ତଥା ଫେଭରାଇଟ ଇଂଲଣ୍ଡ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଶୁକ୍ରବାର ସ୍ଥାନୀୟ ହେଡିଂଲି ଗ୍ରାଉଣ୍ଡରେ...

ରାଇନାଙ୍କୁ ପଛରେ ଛାଡ଼ିଲେ ଧାଓ୍ବନ

ଅହମ୍ମଦାବାଦ,୨୯।୪ : ମିଷ୍ଟର ଆଇପିଏଲ ଭାବେ ଜଣାଶୁଣା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କୁ ପଛରେ ପକାଇ ଦେଇଛନ୍ତି ଶିଖର ଧାଓ୍ବନ। ଚମତ୍କାର...

Advertisement
Archives

Model This Week