ଆମେରିକାର ସାମରିକ ଦସ୍ତାବିଜ୍‌ ପ୍ରଘଟ

ଓ୍ବାଶିଂଟନ୍‌, ୧୧।୪: ୟୁକ୍ରେନ୍‌ ଯୁଦ୍ଧ ଉପରେ ଆମେରିକାର ଅତ୍ୟନ୍ତ ଗୋପନ ଦସ୍ତାବିଜ୍‌ ସୋସିଆଲ ମିଡିଆରେ ଲିକ୍‌ ହୋଇଯାଇଥିବା ଏହାର ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। କେହି ଜଣେ ଦସ୍ତାବିଜ୍‌ର ଫଟୋ ଉଠାଇ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟେଲିଗ୍ରାମରେ ଛାଡ଼ିଛନ୍ତି। ଉକ୍ତ ପ୍ଲାଟଫର୍ମର ୫୦ କୋଟିରୁ ଊର୍ଦ୍ଧ୍ୱ ୟୁଜର ଥିବା କୁହାଯାଉଛି। ସେଠାରୁ ଏହାକୁ ଟୁଇଟରରେ ଛଡ଼ାଯାଇଛି। ପେଣ୍ଟାଗନ୍‌ ଅଧିକାରୀମାନେ ସୋସିଆଲ ମିଡିଆରୁ ଏହି କ୍ଲାସିଫାଏଡ୍‌ ତଥ୍ୟକୁ ହଟାଇବାକୁ ଲାଗିପଡ଼ିଛନ୍ତି। ଉକ୍ତ ଡକ୍ୟୁମେଣ୍ଟରେ କେବଳ ୟୁକ୍ରେନ୍‌ ଯୁଦ୍ଧ ସମ୍ପର୍କିତ ତଥ୍ୟ ନ ଥିଲା, ବିଶ୍ୱର ଅନ୍ୟ ଭାଗର ଗୋପନ ତଥ୍ୟ ମଧ୍ୟ ରହିଥିଲା। ପେଣ୍ଟାଗନ୍‌ ଗୋପନୀୟତା ସହ ବଡ଼ ଧରଣର ସାଲିସ୍‌ କରାଯାଇଥିବା ସନ୍ଦେହ କରାଯାଉଛି। ରୁଷିଆ ସପକ୍ଷବାଦୀ ଟେଲିଗ୍ରାମ ଚ୍ୟାନେଲରେ ଗୁରୁବାର ଡକ୍ୟୁମେଣ୍ଟ ଫଟୋର ୫ଟି ସ୍ଲାଇଡ୍‌ ପ୍ରକାଶ ପାଇଥିଲା। ୟୁକ୍ରେନ ଯୁଦ୍ଧ ବେଳେ ରୁଷିଆର ୧୬,୦୦୦ରୁ ୧୭,୫୦୦ ସୈନ୍ୟ ମରିଥିବା ଗୋଟିଏ ସ୍ଲାଇଡ୍‌ରେ ଉଲ୍ଲେଖ ରହିଛି। ଏହା ମାସେ ତଳର ଦସ୍ତାବିଜ୍‌।
ଗୋପନ ଦସ୍ତାବିଜ୍‌ ଲିକ୍‌ ଘଟଣା ସାମ୍ନାକୁ ଆସିବା ପରେ ପେଣ୍ଟାଗନ୍‌ ସମେତ ନ୍ୟାୟ ବିଭାଗ ତଦନ୍ତରେ ଲାଗିପଡ଼ିଛନ୍ତି। ଗୁପ୍ତ ସାମରିକ ଦସ୍ତାବିଜ୍‌ କିପରି ଲିକ୍‌ ହେଲା ଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଗଲା ତାହାର ଖୋଳତାଡ଼ ଚାଲିଛି। ପ୍ରଥମେ ଟେଲିଗ୍ରାମ ଓ ଟୁଇଟରରେ ଉକ୍ତ ଡକ୍ୟୁମେଣ୍ଟ ମିଳିବା ପରେ ଖବରଦାତା, ଗବେଷକ ଓ ସୋସିଆଲ ମିଡିଆ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ, ମାର୍ଚ୍ଚ ୧ରେ ଅନ୍ୟ ସାଇଟ୍‌ରେ ଲିକ୍‌ ହୋଇଥିବା ଅତିରିକ୍ତ ଡକ୍ୟୁମେଣ୍ଟ ଖୋଜିବାରେ ଲାଗିପଡ଼ିଥିଲେ। ତେବେ ଡକ୍ୟୁମେଣ୍ଟ ଚୋରି କିମ୍ବା ଲିକ୍‌ କରିବା ପାଇଁ କିଏ ଦାୟୀ ତାହା କୁହାଯାଇ ନାହିଁ। ଏହା ପଛରେ ରୁଷିଆର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ପୁଣି ମହଙ୍ଗା ହେଲା ଚିନି ଦର, ଜାଣନ୍ତୁ ଏବେ କେତେ ରେଟ୍‌

ନୂଆଦିଲ୍ଲୀ, ୨୬।୮: ପର୍ବପର୍ବାଣୀ ଯେତିକି ପାଖେଇ ଆସୁଛି, ଚିନି ଦର ସେତିକି କମିବା ବଦଳରେ ବଢ଼ିବାରେ ଲାଗିଛି। ଚିନି ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଚିନ୍ତା…

TMCରେ ବଡ଼ ହଲଚଲ: ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ଅଡୁଆ ବଢ଼ିଲା! ୭ ଦିନରେ…

କୋଲକାତା,୨୬।୮: ବିଦ୍ରୋହୀ ସାଂସଦମାନଙ୍କ ଜବାବ ମିଳିବା ପରେ ଲୋକସଭା ବାଚସ୍ପତିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିଦ୍ରୋହୀ ସାଂସଦମାନେ NCPIରେ ଯୋଗଦେବା ନିଷ୍ପତ୍ତିକୁ ସମ୍ବିଧାନର ଦଶମ…

ରାକ୍ଷୀରେ କୁମ୍ଭ ରାଶିରେ ଲାଗିବ ଚନ୍ଦ୍ର ଗ୍ରହଣ, ୨୮ ଅଗଷ୍ଟରୁ ୫ ରାଶିଙ୍କ ଖରାପ ଟାଇମ୍‌ ଆରମ୍ଭ, ଅଯଥା ଖର୍ଚ୍ଚାନ୍ତରେ ପଡିବେ…

ଏହି ଚନ୍ଦ୍ରଗ୍ରହଣ ଏକ ଆଂଶିକ ଗ୍ରହଣ ହେବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ ଅନେକ ରାଶିର ଲୋକଙ୍କ ଜୀବନରେ ପ୍ରଭାବ ପଡ଼ିବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ କେତେକ ରାଶିକୁ…

ପିଏମ୍‌ ସୂର୍ଯ୍ୟଘର ଯୋଜନା: ସବ୍‌ସିଡି ଅର୍ଥ ବ୍ୟାଙ୍କ ଖାତାକୁ ଆସିବା ପାଇଁ ମନ୍ତ୍ରୀଙ୍କୁ ଗୁହାରି

କଟକ ସଦର,୨୫ା୮(ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନ ମଣ୍ଡଳୀରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ଆଖି ଦୃଶିଆ ଅଗ୍ରଗତି ହୋଇପାରୁ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ୟୁତ୍‌…

ସରକାରକୁ ପୁଣି ଅଲ୍ଟିମେଟମ୍‌ ଦେଲା CJP: ୩ ଦାବି ପୂରଣ ନ ହେଲେ…ସରକାରଙ୍କଠାରେ ପଶିଲା ଛନ୍‌କା

ନୂଆଦିଲ୍ଲୀ,୨୬।୮: କକ୍ରୋଚ ଜନତା ପାର୍ଟି (CJP) ପୁଣି ଥରେ ଦିଲ୍ଲୀରେ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳ ପକ୍ଷରୁ ସେପ୍ଟେମ୍ବର ୫ ତାରିଖରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ…

ଜମିପଟ୍ଟା ପାଇଁ ତହସିଲ ଅଫିସ ଦୌଡୁଥିଲେ ମାଲିକ, ବିଧାୟକ ପହଞ୍ଚି ସମସ୍ତଙ୍କୁ…

ମହାକାଳପଡ଼ା,୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରାଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମଙ୍ଗଳବାର ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ଯୋଗଦେଇ କୂଳନାଞ୍ଜୁରା, ବିଲ ନାଞ୍ଜୁରା…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ୫୦,୦୦୦ ଝିଅଙ୍କୁ ମିଳିବ ସ୍କୁଟି

ଲକ୍ଷ୍ନୌ,୨୬।୮: ଲକ୍ଷ୍ନୌରେ ‘ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା ଯୋଜନା’ର ଶୁଭାରମ୍ଭ ଏବଂ ସ୍ବତନ୍ତ୍ର ବସ ପାଇଁ ପତାକା ପ୍ରଦର୍ଶନ ଅବସରରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଝିଅମାନଙ୍କ…

ବଢୁଛି ଶିଶୁ ଶ୍ରମିକ, ନାବାଳିକା ଯୌନ ନିର୍ଯାତନା: ସଚେତନତା ନେଇ…

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଙ୍ଗ ଭାଷାଭାଷୀ ବହୁଳ ପଞ୍ଚାୟତମାନଙ୍କରେ ଶିଶୁ ଶ୍ରମିକ, ନାବାଳିକା ଶିଶୁଙ୍କୁ ଯୌନ ନିର୍ଯାତନା, ଶିଶୁ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri