ଇରାକ, ସିରିଆରେ ଆମେରିକାର ବିମାନ ଆକ୍ରମଣ

ଡମାସ୍‌କସ୍‌/ଓ୍ବାଶିଂଟନ, ୨୯।୬(ଆଇଏଏନ୍‌ଏସ୍‌): ଇରାକ୍‌ ଏବଂ ସିରିଆ ସୀମାନ୍ତ ଅଞ୍ଚଳରେ ରବିବାର ଆମେରିକା ବିମାନରୁ ବୋମାମାଡ଼ କରାଯାଇଛି। ଏହି ଆକ୍ରମଣରେ ସିରିଆ ପାର୍ଶ୍ୱରେ ଅର୍ଦ୍ଧସାମରିକ ବାହିନୀର ୫ ସଦସ୍ୟ ନିହତ ହେବା ସହ ଅନେକେ ଆହତ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ଇରାନ ସମର୍ଥତ୍ତ ମିଲିସିଆ ଗୋଷ୍ଠୀ ବ୍ୟବହାର କରୁଥିବା ଅସ୍ତ୍ରଭଣ୍ଡାରକୁ ଟାର୍ଗେଟ କରି ବିମାନରୁ ଆକ୍ରମଣ କରାଯାଇଥିଲା ବୋଲି ପେଣ୍ଟାଗନ ପକ୍ଷରୁ କୁହାଯାଇଛି। ସିରିଆର ଦୁଇଟି ଓ ଇରାକ୍‌ର ଗୋଟିଏ ସ୍ଥାନରେ ଥିବା ଅସ୍ତ୍ରଭଣ୍ଡାର ଓ ଅପରେଶନାଲ ସାଇଟ୍‌ ଉପରେ ବୋମାମାଡ଼ ହୋଇଥିବା ପେଣ୍ଟାଗନ ପ୍ରେସ୍‌ ସଚିବ ଜନ୍‌ କିର୍ବି ଏକ ବିବୃତିରେ କହିଛନ୍ତି। ଏଥିପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିର୍ଦ୍ଦେଶ ଦେଇଥିବା ସେ ସୂଚନା ଦେଇଛନ୍ତି।
ବାଇଡେନ୍‌ କ୍ଷମତାକୁ ଆସିବାର ୬ ମାସ ମଧ୍ୟରେ କୌଣସି ଅଞ୍ଚଳ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏହା ଦ୍ୱିତୀୟ ଘଟଣା। ୫ ମାସ ପୂର୍ବରୁ ଇରାକରେ ଥିବା ଆମେରିକା ସାମରିକ ଘାଟିକୁ ଇରାନ୍‌ ସମର୍ଥତ୍ତ ଗୋଷ୍ଠୀ ଟାର୍ଗେଟ କରିବାରୁ ପେଣ୍ଟାଗନ୍‌ ପକ୍ଷରୁ ଏହାର ଠିକଣା ଜବାବ ଦିଆଯାଇଥିଲା। ଫେବୃୟାରୀରେ ଆମେରିକା ପକ୍ଷରୁ ହୋଇଥିବା ଏହି ଏୟାରଷ୍ଟ୍ରାଇକ୍‌ରେ ଅର୍ଦ୍ଧସାମରିକ ବାହିନୀର ୧୭ ସଦସ୍ୟ ନିହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ମାନ୍ଦାବସ୍ଥା: ସତର୍କ କରାଇଲା ଆଇଏମ୍‌ଏଫ୍‌

ଓ୍ବାଶିଂଟନ,୨୭ା୭: ବିଶ୍ୱରେ ଆଗାମୀ ଦିନରେ ଦେଖାଦେଇପାରେ ମାନ୍ଦାବସ୍ଥା। ଉଚ୍ଚ ମୁଦ୍ରାସ୍ଫୀତି ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱ ଅର୍ଥନୀତି ଦୁର୍ବଳ ହୋଇ ଏଭଳି ସ୍ଥିତି ସୃଷ୍ଟି...

ଲିନା ଏଫ୍‌ଟିସି ମୁଖ୍ୟ

ଫେସ୍‌ବୁକ୍‌, ଗୁଗଲ, ଆମାଜନ, ଆପଲ୍‌ ଭଳି ଟେକ୍‌ କମ୍ପାନୀଗୁଡ଼ିକର ପ୍ରମୁଖ ସମାଲୋଚିକା ତଥା ପାକିସ୍ତାନ ବଂଶୋଦ୍ଭବ ଲିନା ଖାନ୍‌(୩୨)ଙ୍କୁ ଆମେରିକା ଫେଡେରାଲ ଟ୍ରେଡ୍‌ କମିଶନ(ଏଫ୍‌ଟିସି)ର ମୁଖ୍ୟ...

ପ୍ରତି ୧୦ ଜଣରେ ଜଣେ ହେବେ କରୋନା ପଜିଟିଭ!

ଜେନେଭା,୬ ।୧୦: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)ସୋମବାର ଏକ ବୟାନରେ କହିଛି ବିଶ୍ୱରେ ପ୍ରତି ୧୦ ଜଣରେ ଜଣେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବେ ।...

କରୋନା ପରେ ନୂଆ ବିପଦ: ସଂକ୍ରମିତ ପିଆଜ ଖାଇ ଲୋକେ ଅସୁସ୍ଥ

ଓ୍ବାଶିଂଟନ, ୩।୮: ଆମେରିକାରେ କରୋନା ସଂକ୍ରମଣ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଥିବାବେଳେ ଏବେ ବହୁ ଲୋକ ସଂକ୍ରମିତ ପିଆଜ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ଇତିମଧ୍ୟରେ ୬୦ରୁ...

ପାକିସ୍ତାନ-ଚାଇନା ମୁହାଁମୁହିଁ

ପେଶ୍ୱାର,୧୪।୭: ପାକିସ୍ତାନର ଖାଇବର ପାଖତୁନଖ୍ବା ପ୍ରଦେଶରେ ବୁଧବାର ଏକ ବସରେ ଘଟିଥିବା ବୋମା ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଥିଲେ ଚାଇନାର...

‘କଶ୍ମୀରୀଙ୍କୁ ସମର୍ଥନ ଏକ ଜେହାଦ’

ଇସ୍‌ଲାମାବାଦ,୩୦ା୯(ପି.ଟି.): କଶ୍ମୀର ପ୍ରସଙ୍ଗରେ ବିଶ୍ୱର ସମର୍ଥନ ନ ମିଳିଲେ ନାହିଁ, ପାକିସ୍ତାନ କିନ୍ତୁ ତା’ର ଅଭିଯାନ ଜାରି ରଖିବ। କଶ୍ମୀରୀଙ୍କ ସହ ଛିଡ଼ା ହେବା ଏକ...

ଇରାନ କ୍ଷେପଣାସ୍ତ୍ର ପାଇଁ ଆମେରିକା ଚିନ୍ତିତ

ତେହରାନ,୯ା୨: ୨୦୧୫ ପରମାଣୁ ଚୁକ୍ତିନାମାକୁ ରକ୍ଷା କରିବାକୁ ଯାଇ ଭିଏନାରେ ଆମେରିକା ସହ ଆଲୋଚନା ଆରମ୍ଭ ହେବାର ଗୋଟିଏ ଦିନ ପରେ ଇରାନ ଏକ ନୂତନ...

ପୃଥିବୀ ପୃଷ୍ଠରୁ ୩୮,୮୦୮ଫୁଟ ଗଭୀର ଗାତ ଖୋଳୁଛି ଚାଇନା

ବେଜିଂ,୧।୭: ପୃଥିବୀ ପୃଷ୍ଠକୁ ଏବେ ଖୋଳିବାରେ ଲାଗିପଡ଼ିଛି ଚାଇନା। ଚାଇନା ପୃଥିବୀର କ୍ରଷ୍ଟକୁ ଏବେ ଏତେ ଗଭୀର ଭାବରେ ଖୋଳୁଛି ଯାହା ବାବଦରେ ଜାଣିଲେ ଆପଣ...

Advertisement
Archives

Model This Week