Posted inଫୁରସତ

୭ମାସରେ ତିଆରି ହେଲା ୪କୋଟିର ଏହି ନିଆରା ଡାଇମଣ୍ଡ ଚେନ୍‌

ହଲିଉଡ୍‌ର ବେଶ୍‌ ଜଣାଶୁଣା ରେପର ଗାୟକ ଟାଇଲର ଦ କ୍ରିଏଟର୍‌ଙ୍କ ନିକଟରେ ଏକ ନୂଆ ଆଲବମ୍‌ ‘କଲ ମି ଇଫ୍‌ ୟୁ ଗେଟ୍‌ ଲଷ୍ଟ’ର ରିଲିଜ୍‌ ହୋଇଛି। ଏହି ଗୀତକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଥିବା ବେଳେ ଏବେ ସମସ୍ତଙ୍କ ମନରେ ଛାଇଯାଇଛି। ଏହି ଗୀତକୁ ନେଇ ଟାଇଲର ବେଶ୍‌ ଚର୍ଚ୍ଚାରେ ଥିବା ବେଳେ ଇତିମଧ୍ୟରେ ସେ ଏକ ମହଙ୍ଗା ଓ ସୁନ୍ଦର ଗୋଲ୍ଡ ଡାଇମଣ୍ଟ ମିଶ୍ରିତ ଚେନ୍‌ ଏବଂ ପେଣ୍ଡେଣ୍ଟ ତିଆରି କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏହି ନିଆରା ପେଣ୍ଡେଣ୍ଟରେ ୨ଟି ଚକଚକିଆ ସୁଟକେଶ ଝୁଲୁଥିବା ବେଳେ ଏହାକୁ ଧରି ଜଣେ ବେଲ୍‌ହାପ୍‌ ଠିଆହୋଇଥିବାର ଦେଖିବାକୁ ମିଳିଛି। ଏହି ଜ୍ୱେଲାରୀ ପିସ୍‌କୁ ଏଲେକ୍ସ ମସ୍‌ ନାମକ ଜଣେ ସେଲେବସ୍‌ ଗହଣା ଦୋକାନୀ ତିଆରି କରିଛନ୍ତି। ଏହି ଗହଣା ତିଆରି କରିବା ପାଇଁ ଟାଇଲର ଏଲେକ୍ସଙ୍କୁ ୭ମାସ ସମୟ ଦେଇଥିଲେ। ହେଲେ କେବଳ ୪ମାସ ପେଣ୍ଡେଣ୍ଟ ପାଇଁ ରଙ୍ଗବେରଙ୍ଗର ଡାଇମଣ୍ଡ ଖୋଜିବାରେ ପଳାଇଥିଲା ବୋଲି ଏଲେକ୍ସ କହିଛନ୍ତି। ଏହି ଗହଣାକୁ ଟାଇଲର ଓ ଏଲେକ୍ସ ମିଶି ଡାଜାଇନ୍‌ କରିଥିଲେ। ହେଲେ ଏହି ଚେନ୍‌ରେ ଲାଗିଥିବା ଡାଇମଣ୍ଡ ଓ ସୁନାର କ୍ୟାରେଟ ବିଷୟରେ ଜାଣିଲେ ଆପଣ ଚକିତ ହୋଇଯିବେ। ଆଜ୍ଞା ହଁ ୧୮ କ୍ୟାରେଟ ସୁନାରେ ତିଆରି ହୋଇଥିବା ଏହି ଚେନ୍‌ରେ ଭିନ୍ନ ପ୍ରକାରର ୧୮୬ କ୍ୟାରେଟର ଡାଇମଣ୍ଡ ଲଗାଯାଇଥିବା ବେଳେ ୬୦ କ୍ୟାରେଟ ନୀଳା ଓ ୨୩,୫୧୫ଟି ଷ୍ଟୋନ୍‌ ଲାଗିଛି। କେବଳ ପେଣ୍ଡେଣ୍ଟ ପାଇଁ ଟାଇଲର ୫୦୦,୦୦୦ଡଲାର ଖର୍ଚ୍ଚ କରିଛି। ଯାହା ଭାରତୀୟ ମୂଲ୍ୟ ଅନୁସାରେ ପ୍ରାୟ ୩,୭୧,୮୦,୨୫୦ଟଙ୍କା। ତେବେ ଏହି ଚେନ୍‌ ପଛରେ ଥିବା ଅର୍ଥ ବିଷୟରେ କାହାକୁ ଜଣା ନ ଥିବା ବେଳେ ଟାଇଲର ଏହାକୁ ଏକ ରହସ୍ୟ ରଖିବାକୁ ବସନ୍ଦ କରିଛନ୍ତି। ସୂଚନା ମୁତାବକ ଟାଇଲରଙ୍କ ପୁରା ନାମ ହେଉଛି ଟାଇଲର ଗ୍ରେଗୋରୀ ଓକୋନ୍ମା। ସେ ରେପର ଗାୟକ ହେବା ସହ ଜଣେ ଗାୟକ, ଗୀତିକାର, ଅଭିନେତା, ପ୍ରଯୋଜକ ଓ କମେଡିଆ ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri