Posted inଫୁରସତ

ସର୍ବାଧିକ ସମୟ ରୋଷେଇ କରି ୨ ବିଶ୍ୱ ରେକର୍ଡ

ଟୋକିଓ: ନିକଟରେ ଜାପାନର ସେଫ୍‌ ଆଲାନ ଫିଶର ରୋଷେଇକରି ୨ଟି ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ମାଟ୍‌ସୁସ୍ଥିତ ନିଜ ଆଇରିଶ ଥିମ୍‌ଡ ରେଷ୍ଟୁରାଣ୍ଟରେ ସେ ୧୧୯ ଘଣ୍ଟା ୫୭ ମିନିଟ୍‌ ସର୍ବାଧିକ ସମୟ ରୋଷେଇକରି ବିଶ୍ୱ ରେକର୍ଡ କରିଛନ୍ତି। ପୂର୍ବରେ ବିଶ୍ୱ ରେକର୍ଡ କରିଥିବା ନାଇଜେରିଆର ମହିଳା ସେଫ୍‌ ହିଲ୍‌ଡାବାସୀଙ୍କଠାରୁ ସେ ଅଧିକ ୨୪ ଘଣ୍ଟା ରୋଷେଇ କରିଛନ୍ତି। ଏଥିସହ ଫିଶର ଆଉ ଏକ ରେକର୍ଡ କରିଛନ୍ତି। ସେ ସର୍ବାଧିକ ସମୟ ବେକିଂ ମାରାଥନ୍‌ରେ ଭାଗନେଇ ଆମେରିକାର ପୂର୍ବ ରେକର୍ଡଧାରୀ ୱେଣ୍ଡି ସାଣ୍ଡନରଙ୍କୁ ପଛରେ ପକାଇଛନ୍ତି। ସେ ସର୍ବାଧିକ ୪୭ ଘଣ୍ଟା ୨୧ ମିନିଟ୍‌ ବେକିଂ କରିଥିଲେ।

ଫିଶର ଏକ ସଙ୍ଗରେ ଗୋଟିଏ ପରେ ଗୋଟିଏ ପ୍ରୟାସ କରିଚାଲିଥିଲେ। ଗିନିଜ୍‌ ୱାଲର୍‌ଡ ରେକର୍ଡ ଅନୁଯାୟୀ, ଫିଶର ରୋଷେଇ ଘରେ ମୋଟ ୧୬୦ ଘଣ୍ଟାରୁ ଅଧିକ ସମୟ ରୋଷେଇ କରିଥିଲେ। ଏହା ମଧ୍ୟରେ ମାତ୍ର ଗୋଟିଏ ଦିନ ସେ ଆରାମ କରିଥିଲେ। ଏଥିଲାଗି ସେ ଅନେକ ରାତି ଅନିଦ୍ରା ହୋଇଛନ୍ତି। ଅନେକ ମାନସିକ, ଆର୍ଥିକ ସମସ୍ୟା ଦେଇ ଗତି କରିଥିବା ନେଇ ଗିନିଜ୍‌ ୱାଲର୍‌ଡ ରେକର୍ଡକୁ କହିଛନ୍ତି। ଏଥିନେଇ ତାଙ୍କୁ ଅନେକ ଶୁଭେଚ୍ଛାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri