ମଧ୍ୟାହ୍ନଭୋଜନ ଚାଉଳ ନେଇ ଯାଉଥିବା ଟ୍ରକ୍‌ ଓଲଟି ୨ ଶ୍ରମିକଙ୍କ ଜୀବନ ଗଲା

କୋଡ଼ିଙ୍ଗା/ନବରଙ୍ଗପୁର,୨୧ା୨: ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ କୋଡ଼ିଙ୍ଗା-ଦୁରାଗାଁ ରାସ୍ତା ଡଙ୍ଗାପଖନା ନିକଟରେ ରବିବାର ଏକ ଚାଉଳ ବୋଝେଇ ଟ୍ରକ୍‌ ଓଲଟି ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନବରଙ୍ଗପୁର ବ୍ଲକ ଟିର୍ଲିଆମ୍ବଗୁଡ଼ା ଗ୍ରାମର ନବ ହରିଜନ(୪୦) ଏବଂ ସରାଦୁ ଭତରା(୩୫)। ସୂଚନା ଅନୁଯାୟୀ, ନବରଙ୍ଗପୁରରୁ ଏକ ମିନି ଟ୍ରକ୍‌(ଓଡି୧୦ ଏମ୍‌ ୭୧୦୮) ମଧ୍ୟାହ୍ନଭୋଜନ ଚାଉଳ ନେଇ କୋଷାଗୁମୁଡ଼ା ବ୍ଲକ୍‌କୁ ଯାଉଥିଲା। ଗାଡ଼ିରେ ୧୮୦ ବସ୍ତା ଚାଉଳ ବୋଝେଇ ହୋଇଥିବା ବେଳେ ଡଙ୍ଗାପଖନା ନିକଟରେ ଭାରସାମ୍ୟ ହରାଇ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ଟ୍ରକ୍‌ରେ ଥିବା ୨ ଶ୍ରମିକ ନବ ଏବଂ ସରାଧୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ କୋଡ଼ିଙ୍ଗା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆ ଜଳଭଣ୍ଡାରରୁ ପାଣି ଛାଡ଼ିଲା ପ୍ରଶାସନ

ବୁଗୁଡ଼ା,୨୨ା୭(ଡି.ଏନ୍‌.ଏ.): ବାଘୁଆ ଜଳଭଣ୍ଡାରରୁ ପାଣି ଛଡ଼ାଯାଇଛି। ଏହି ପାଣି ବାଘୁଆ ଜଳଭଣ୍ଡାରର ବାମ ଏବଂ ଦକ୍ଷିଣ କେନାଲ ଦେଇ ଛଡ଼ାଯାଇଥିବା ବୁଗୁଡ଼ା ଜଳସେଚନ ସହ ନିର୍ବାହୀ...

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୨୯୮ କୁ ବୃଦ୍ଧି...

ସ୍କୁଟିକୁ ଧକ୍କା ଦେଲା କାର: ଚାଲିଗଲା ମା’-ପୁଅଙ୍କ ଜୀବନ

ବ୍ରହ୍ମପୁର ଅଫିସ, ୨।୨: ବ୍ରହ୍ମପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥ ଏମକେସିଜି ମେଡିକାଲ କଲେଜ ସମ୍ମୁଖରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ...

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଧର୍ମଘଟ

ଗଞ୍ଜାମ,୧୫ା୭(ଡି.ଏନ୍‌.ଏ.): ରାଜ୍ୟରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ୍‌ ବୃଦ୍ଧି ଘଟି ଚାଲିଛି। ଏଥି ସହିତ ଡିଜେଲ ଓ ପେଟ୍ରୋଲ ଦର୍‌ ଶହେ ଟପିଲାଣି। ଏହାର...

ପାରାଦୀପରେ ପ୍ରଦୂଷଣ, ଗଛ ବଞ୍ଚିବା ପାଇଁ ସଂଘର୍ଷ କରୁଛି

ପାରାଦୀପ,୨ା୨(ସ୍ବ.ପ୍ର.): ବନ୍ଦର ଭିତ୍ତିକ ଶିଳ୍ପ ସହର ପାରାଦୀପ। ଏଠାରେ ପ୍ରଦୂଷଣ ଯୋଗୁ ଗଛ ଉପରେ କଳା ଓ ରଙ୍ଗର ଆସ୍ତରଣ ଜମି ରହୁଛି। ଫଳରେ ଗଛ...

ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ନବମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ଗୁରୁତର ଅଭିଯୋଗ ଉଠିଛି। ପରୀକ୍ଷାର କିଛିଘଣ୍ଟା ପୂର୍ବରୁ ପ୍ରଶ୍ନ ଓ ଉତ୍ତରର ଏକ...

ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ ଯୁବକ

ନବରଙ୍ଗପୁର,୨୧ା୫(ବି.ପ୍ର)- ନବରଙ୍ଗପୁର ସହର ଗୋରାମୁଣ୍ଡା ପୋଖରୀରେ ବୁଡି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ରାଜୁ ସାହିର ଅର୍ଜୁନ ନାୟକ (୩୫)।...

କଳାସଂସ୍କୃତି ସଂଘ ପକ୍ଷରୁ ନୂଆଖାଇ ଭେଟ୍‌ଘାଟ୍‌

ଲେଫ୍ରିପଡା, ୧୧।୯(ଡି.ଏନ.ଏ): ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ କଳାସଂସ୍କୃତି ସଂଘ ପକ୍ଷରୁ ନବମ ନୂଆଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା...

Advertisement
Archives

Model This Week