ଦୁଇଟି ପଥ

ପଇଁତିରିଶ ବର୍ଷ ପୂର୍ବେ ଭାରତ ଯେଉଁ ଦୁଇଟି ପଥରେ ଯିବାକୁ ବାଛିଥିଲା, ଏଯାବତ୍‌ ସେହି ଉଭୟ ରାସ୍ତାରେ ରହିଛି। ପ୍ରଥମ ପଥ ଥିଲା ଏକ ନୂତନ ରୂପର ଅର୍ଥନୀତିକୁ ଆପଣେଇବା, ଯାହାର ଔପଚାରିକ ଭାବେ ନାମ ଦିଆଯାଇଥିଲା ଉଦାରୀକରଣ। ଏହାର ଉଦ୍ଦେଶ୍ୟ ଥିଲା ଭାରତକୁ ବିଦେଶୀ ପୁଞ୍ଜି ଆଣିବା, ଲାଇସେନ୍ସରାଜକୁ ଭାଙ୍ଗିବା ସହ ସାର୍ବଜନୀନ କ୍ଷେତ୍ରର ଏକଚାଟିଆ ଅଧିକାରକୁ ସମାପ୍ତ କରିବା। ଏହାର ଲକ୍ଷ୍ୟ (ଅଘୋଷିତ)ଥିଲା ଜାପାନ, ତାଇୱାନ ଏବଂ ଦକ୍ଷିଣ କୋରିଆ ଭଳି ଏସୀୟ ରାଷ୍ଟ୍ରଗୁଡ଼ିକର ପଥ ଅନୁସରଣ କରି ଭାରତକୁ ଶିଳ୍ପାୟନରେ ସମୃଦ୍ଧ କରିବା। ଆମ ଭଳି ସେହି ସମାନ ସମୟରେ ଚାଇନା ଉଦାରୀକରଣ ପାଇଁ ଚେଷ୍ଟା କରୁଥିଲା। ଆମେ ୨୪ ଜୁଲାଇ ୧୯୯୧ (ଯେତେବେଳେ ଅର୍ଥମନ୍ତ୍ରୀ ମନମୋହନ ସିଂହ ତାଙ୍କ ବଜେଟ ଉପସ୍ଥାପନ କରିଥିଲେ)ରେ ଉଦାରୀକରଣରେ ପାଦ ଥାପିଥିବାବେଳେ ଭାରତ ଏବଂ ଚାଇନାର ଅର୍ଥନୈତିକ ବିକାଶ ସମାନ ସ୍ତରରେ ରହିଥିଲା। ବିଶ୍ୱ ବ୍ୟାଙ୍କ ଅନୁଯାୟୀ ୧୯୯୧ରେ ଉଭୟ ଦେଶର ମୁଣ୍ଡପିଛା ଜିଡିପି ୩୩୪ ଆମେରିକୀୟ ଡଲାର ଥିଲା। ଏହା ଦର୍ଶାଇଥିଲା ଯେ ଚାଇନା ଟିକେ ଆଗୁଆ ଥିଲା, କାରଣ ଭାରତଠାରୁ ପ୍ରାୟ ଏକ ଦଶନ୍ଧି କିମ୍ବା ତା’ପୂର୍ବରୁ, ମାଓ ସେ ତୁଙ୍ଗ୍‌ଙ୍କ ମୃତ୍ୟୁ ପରେ, ତାହାର ପ୍ରଗତି ଆରମ୍ଭ ହୋଇଥିଲା। କିନ୍ତୁ ଚାଇନା ଏକ ଅତ୍ୟନ୍ତ ଅବିକଶିତ ସ୍ତରରୁ ଉଠୁଥିଲା, ଯେଉଁଠି କୌଣସି ଘରୋଇ କ୍ଷେତ୍ର ନ ଥିଲା ଏବଂ ସାଂସ୍କୃତିକ ବିପ୍ଳବ ଓ ଏକକ ସନ୍ତାନ ନୀତି ଯୋଗୁ କ୍ଷତିଗ୍ରସ୍ତ ହୋଇଥିଲା। ତେଣୁ କୁହାଯାଇପାରେ ଯେ, ୧୯୯୧ରେ ଆମେ ପ୍ରକୃତରେ ତା’ ସହ ସମାନ ଥିଲୁ। ସେହି ସମୟରୁ ଉଦାରୀକରଣ ପଥର ଘଟଣାଗୁଡ଼ିକୁ ଦେଖିଲେ ବୁଝିହେବ। ୧୯୯୦ ଦଶକର ଶେଷ ସୁଦ୍ଧା ଚାଇନାର ମୁଣ୍ଡପିଛା ଜିଡିପି ଭାରତର ଦୁଇଗୁଣ ହୋଇଗଲା। ପରବର୍ତ୍ତୀ ଦଶନ୍ଧିରେ ଅଟଳ ବିହାରୀ ବାଜପେୟୀଙ୍କ ଶାସନ ଆମକୁ ‘ଉଜ୍ଜ୍ୱଳ ଭାରତ’ର ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ୨୦୦୦ ଦଶକର ଶେଷ ସୁଦ୍ଧା ଚାଇନାର ମୁଣ୍ଡପିଛା ଜିଡିପି ତିନିଗୁଣ ଆଗରେ ଥିଲା। ପରେ ମନମୋହନ ସିଂହଙ୍କ ଶାସନ କାଳରେ ଚାଇନା ଚାରିଗୁଣ ଆଗରେ ଥିଲା ଏବଂ ମୋଦିଙ୍କ ନୂତନ ଭାରତରେ ପାଞ୍ଚଗୁଣ ଆଗରେ ରହିଛି।
୨୦୦୮ର ବିଶ୍ୱ ଆର୍ଥିକ ସଙ୍କଟ ପର୍ଯ୍ୟନ୍ତ ବୈଶ୍ୱିକ ଅର୍ଥନୀତି ଉପରେ ନଜର ରଖୁଥିବା ଦି ଇକୋନୋମିଷ୍ଟ, ଦି ୱାଲ ଷ୍ଟ୍ରିଟ ଜର୍ନାଲ ଏବଂ ଫାଇନାନ୍ସିଆଲ ଟାଇମ୍ସ ଆକଳନଭିତ୍ତିକ ଖବର ପ୍ରକାଶ କରିଥିଲେ ଯେ ଜାପାନ, ଦକ୍ଷିଣ କୋରିଆ ଏବଂ ଚାଇନାର ଅର୍ଥନୈତିକ ପଥରେ ଭାରତ ସାମିଲ ହେବାକୁ ଯାଉଛି। କିନ୍ତୁ ତାହା କୋଭିଡ୍‌ ମହାମାରୀ ସମୟରେ ଶେଷ ହୋଇଗଲା। କିନ୍ତୁ ଏହା ସ୍ପଷ୍ଟ ଯେ, ଏସିଆର ଶକ୍ତିଶାଳୀ ଦେଶଗୁଡ଼ିକ ଯାହା କରୁଥିଲେ ଭାରତ ତାହା କରୁ ନ ଥିଲା ଏବଂ କରିପାରି ନ ଥିଲା। ଏହାର ଅନେକ କାରଣ ଥାଇପାରେ, କିନ୍ତୁ ମୁଖ୍ୟ କାରଣ ହେଉଛି ପ୍ରଭାବୀ ଢଙ୍ଗରେ ବିକାଶ ଏବଂ ନୀତି କାର୍ଯ୍ୟକାରୀ କରିବାରେ ଅକ୍ଷମତା। ଏବେ ଭାରତର ମୁଣ୍ଡପିଛା ଜିଡିପି ୨୬୯୬ ଆମେରିକୀୟ ଡଲାର ଥିବାବେଳେ ବାଂଲାଦେଶର ୨୫୯୩, ପାକିସ୍ତାନର ୧୪୮୪ ଏବଂ ଚାଇନାର ୧୩,୩୦୩ ଆମେରିକୀୟ ଡଲାର ରହିଛି। ଏହା ସ୍ପଷ୍ଟ ଯେ, ଭାରତ ଲକ୍ଷ୍ୟ ଅନୁଯାୟୀ କାମ କରୁ ନ ଥିବାରୁ ସେହି ସ୍ଥିତିରେ ରହିଛି। ୧୯୯୦ରେ ଭାରତ ଯେଉଁ ଦ୍ୱିତୀୟ ପଥ ବାଛିଥିଲା ତାହା ମଧ୍ୟ ଜାରି ରହିଛି। ଏହା ଥିଲା ବିବିଧତାର ସହାବସ୍ଥାନ ଏବଂ ଧର୍ମନିରପେକ୍ଷତାରୁ ଦୂରେଇ ଯାଇ ଭାଜପା ବିଚାରଧାରା ଦ୍ୱାରା ପ୍ରତିଶ୍ରୁତି ଦିଆଯାଇଥିବା ଏକ ଭିନ୍ନ ସ୍ବର୍ଗ ଆଡ଼କୁ ଯିବା, ଯାହାକୁ ୧୯୯୬ର ଇସ୍ତାହାରରେ ହିନ୍ଦୁତ୍ୱ ବୋଲି କୁହାଯାଇଥିଲା। ବାବ୍ରୀ ମସ୍‌ଜିଦ ବିରୋଧରେ ଦଳର ସଫଳ ଅଭିଯାନ ଏବଂ ପରବର୍ତ୍ତୀ ହତ୍ୟାକାଣ୍ଡ ଭାରତକୁ ଏକ ନୂତନ ଦିଗକୁ ନେଇଯାଇଥିଲା। ୧୯୫୧ରେ ଗଠିତ ଦଳର ୧୯୯୦ ପର୍ଯ୍ୟନ୍ତ ନିଜସ୍ବ ମୁଖ୍ୟମନ୍ତ୍ରୀ ନ ଥିଲା ଏବଂ ସମସ୍ତ ଦଶନ୍ଧିରେ ଏହାର ଜାତୀୟ ଭୋଟ ହାର ଏକକ ସଂଖ୍ୟାବିଶିଷ୍ଟ ରହିଥିଲା। ଲାଲକୃଷ୍ଣ ଆଡ୍‌ଭାନୀଙ୍କ ନେତୃତ୍ୱରେ ହୋଇଥିବା ବାବ୍ରୀ ମସ୍‌ଜିଦ ଘଟଣା ପରେ ଏହା ଦୁଇଗୁଣ ବୃଦ୍ଧି ପାଇ ପାଖାପାଖି ୧୮% ପହଞ୍ଚିଥିଲା। ନରେନ୍ଦ୍ର ମୋଦିଙ୍କ ଅଧୀନରେ ପୁନର୍ବାର ଦ୍ୱିଗୁଣିତ ହୋଇ ୩୬% ହୋଇଥିଲା।
ବିକାଶର ପ୍ରଥମ ପଥ ଧିମା ହୋଇଥିବାବେଳେ ଦ୍ୱିତୀୟ ପଥର ଗତି ଅଧିକ ଦ୍ରୁତ ହୋଇଛି। ବାଜପେୟୀଙ୍କ ସମୟରେ ଏବକାର ସଂଖ୍ୟାଲଘୁ ବିରୋଧୀ ରାଜନୀତିର ସ୍ବର ଏତେ ଦୃଢ଼ ନ ଥିଲା। ଏହାର କାରଣ କିଛି ଲୋକ ଅନୁଭବ କରୁଥିଲେ ଯେ, ବାଜପେୟୀ ଉଦାର ଥିଲେ ଏବଂ ଏହା ସତ୍ୟ। ସେ ସରକାରରେ ଥିବା ସହଯୋଗୀଙ୍କ ଉପରେ ନିର୍ଭରଶୀଳ ଥିଲେ, ତେଣୁ ଦ୍ୱନ୍ଦ୍ୱରେ ରହିବାକୁ ବାଧ୍ୟ ହୋଇଥିଲେ। ୨୦୦୨ର ଘଟଣାବଳୀ ଏହାକୁ ପରିବର୍ତ୍ତନ କରିଦେଲା। ଭାଜପା ତାହାର ନୂତନ ନେତା ପାଇଲା। ୧୯୯୧ର ଅର୍ଥନୈତିକ ସଂସ୍କାରରୁ ସର୍ବାଧିକ ଲାଭ ପାଇଥିବା ଏକ ରାଜ୍ୟରୁ ଆସି ସେ ଦାବି କଲେ ଯେ, ଏହାର ତୁଳନାତ୍ମକ ପ୍ରଗତି ତାଙ୍କ ଯୋଗୁ ଘଟିଥିଲା। ଏବଂ ୨୦୦୨ର ନରସଂହାର ପରେ ତାଙ୍କୁ ହଟାଇବାରେ ବାଜପେୟୀଙ୍କ ଅକ୍ଷମତା ତାଙ୍କୁ ଭବିଷ୍ୟତର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବରେ ପ୍ରତିଷ୍ଠା କରିଥିଲା, ଯେଉଁଥିପାଇଁ ସେ ତାଙ୍କ ଲକ୍ଷ୍ୟ ପୂରଣ କରିପାରିଥିଲେ। ୧୯୯୦ରେ ଭାରତ ବାଛିଥିବା ଉଭୟ ପଥରେ ସେ ପ୍ରଗତି ପାଇଁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ କେବଳ ଗୋଟିଏ ରାସ୍ତାରେ ଆଗେଇ ଗଲେ। ଏବେ ଚାଇନା ସହ ଭାରତ ତୁଳନୀୟ ନୁହେଁ ଏବଂ ସରକାର ବିଶ୍ୱର ଅନ୍ୟ ଦେଶମାନଙ୍କ ସହିତ ନିଜକୁ ତୁଳନା କରୁ ନାହାନ୍ତି। ଏହା ବଦଳରେ ଆମେ ଆଭ୍ୟନ୍ତରୀଣ ନିର୍ଯାତନା, ପାକିସ୍ତାନୀ ସେନା ଏବଂ ବାଂଲାଦେଶୀ ଶରଣାର୍ଥୀଙ୍କ ସହିତ ଲଢ଼ି ନିଜକୁ ସାନ୍ତ୍ୱନା ଦେଉଛୁ। ୧୯୯୦ ପରେ ଭାଜପାର ନିର୍ବାଚନୀ ସଫଳତାରୁ ବୁଝାପଡ଼ୁଛି ଯେ, ଏହି ରାସ୍ତା ଛାଡ଼ିବା ତା’ ପାଇଁ କଷ୍ଟକର ହେବ, କାରଣ ଏହି ନୀତିଗୁଡ଼ିକୁ ଗ୍ରହଣ କରିଛି। ଯୁବ ପାଠକଙ୍କ ପାଇଁ ୧୯୯୦ ବହୁତ ପୁରୁଣା ମନେହେବ, କିନ୍ତୁ ଆମ ମଧ୍ୟରୁ ଅନେକଙ୍କ ପାଇଁ ଏହା ଏବକାର ସ୍ମୃତି। ଆମେ ସେହି ଦଶନ୍ଧିଗୁଡ଼ିକୁ ଦେଖିଲେ ଜାଣିପାରିବା ଯେ, ସେତେବେଳେ ଏସବୁ କାହିଁକି ଘଟିଥିଲା ଏବଂ ପରବର୍ତ୍ତୀ ଦଶନ୍ଧିଗୁଡ଼ିକ ସମାନ ଘଟଣା ଘଟିବ। ଏକ ସମୃଦ୍ଧ ଏବଂ ସମାନତାର ସମାଜ ଗଢ଼ିବା ପଥରେ ଦ୍ୱିଧା ଏବଂ ଧିମା ଯାତ୍ରା ଦେଖିବାକୁ ମିଳିବ। ଅନ୍ୟ ପଟେ ଆତ୍ମବିଶ୍ୱାସର ସହିତ ଦ୍ରୁତଗତିରେ ହିନ୍ଦୁତ୍ୱ ବିଚାରଧାରା ପଥରେ ଆଗେଇ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?