ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ

ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା ଜାଣିବା ପରେ ଗାଡ଼ି ମାଲିକ ଚକିତ ହୋଇ ପଡ଼ିଥିଲେ। ଗାଡ଼ିର କେତେ ଟଙ୍କା ଫାଇନ କଟାଯାଇଛି ଯାଞ୍ଚ କରିଥିଲେ। ପରେ ତାଙ୍କ ଗାଡ଼ିର ୨୩ ସେପ୍ଟମ୍ବର ୨୦୨୫ରେ ୨ ଥର ମୋଟ ୩ ହଜାର ୫ଶହ ଟଙ୍କା ଫାଇନ ପଡିଛି। କିନ୍ତୁ ଯେଉଁ ଫଟୋ ଅପଲୋଡ ହୋଇଥିଲା ତାହାକୁ ଦେଖି ସେ ଚକିତ ହୋଇଯାଇଥିଲେ। ତାଙ୍କର ଯେଉଁ ଗାଡ଼ି ନମ୍ବର ରହିଛି ଫୋଟ ମଧ୍ୟ ସେହି ନମ୍ବର ରହିଛି ହେଲେ ଗାଡ଼ି ଅଲଗା। ୨୩ ସେପ୍ଟମ୍ବର ୨୦୨୫ରେ କୋଟିନଡା ପୋଲିସ (ଓଡି୦୭ଏଡି ୬୦୮୫) ଯାହାକି ଛତ୍ରପୁର ବ୍ଲକ୍‌ ତେଲୁଗୁ ନୁଆଗାଁ ସତ୍ୟା ନାରାୟଣ ବେହେରାଙ୍କ ବୋଲି ଗାଡ଼ି ପଞ୍ଜିକରଣରେ ଉଲେଖ ରହିଛି। ଗାଡିର ୨ଟି ଚାଲାଣ କାଟିଛି ଯାହାକି ୩୫ଶହ ଟଙ୍କା। ସତ୍ୟା ନାରାୟଣ କେବେ କୋଟିନଡା ଅଞ୍ଚଳକୁ ଯାଇ ନ ଥିବା କହିଥିଲେ। ଏପରିକି ତାଙ୍କର ଆକାଶ କଲର ଟିଭିଏସ ଭିକ୍ଟର। କିନ୍ତୁ ଜରିମନା ସମୟରେ ଯେଉଁ ଫୋଟ ଅପଲୋଡ ହୋଇଛି ତାହା ଅନ୍ୟ ଏକ କଲର ଏବଂ ଅନ୍ୟ ଏକ କମ୍ପାନୀ ଏପରିକି ଉକ୍ତ ଗାଡ଼ିରେ ୨ଟି ସାଇଲେନ୍ସ ଲାଗିଛି ବୋଲି କହିବା ସହ କିଏ ମୋ ଗାଡ଼ି ନମ୍ବରକୁ ନକଲି ନମ୍ବର ଲଗାଇଥାଇପାରେ ବୋଲି କହିବା ସହ ପ୍ରଦୂଷଣ କେନ୍ଦ୍ରରୁ ନିରାଶରେ ଫେରିଥିଲେ। ତେବେ ଯେଉଁ ବ୍ୟକ୍ତି ଜଣକ ଏହିପରି ନକଲି ନମ୍ବର ଲଗାଇ ଗାଡି ଚଲାଉଛନ୍ତି ତାହାକୁ ପୋଲିସ ତୁରନ୍ତ ଧରିବା ପାଇଁ ଦାବି କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri