Posted inଜାତୀୟ

ଧାରା ୩୭୦ ଉଚ୍ଛେଦର ଦୁଇ ମହା ନାୟକ

ନୂଆଦିଲ୍ଲୀ,୫।୮: ରାଜୀବ ଗୌବା ଏବଂ ଅଜୟ ଭଲ୍ଲା କେନ୍ଦ୍ର ସରକାରଙ୍କର ଟପ୍‌ ବ୍ୟୁରୋକ୍ରାଟଙ୍କ ମଧ୍ୟରେ ଅନ୍ୟତମ। କାହାଣୀ ପଛର ନାୟକ ପରି ଏମାନେ ହେଉଛନ୍ତି ଧାରା ୩୭୦ ଉଚ୍ଛେଦର ପ୍ରକୃତ ନାୟକ। କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ଅମଲାତନ୍ତ୍ରରେ କ୍ୟାବିନେଟ ସଚିବ ରାଜୀବ ଗୌବା ଏବଂ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ସ୍ଥାନ ସ୍ବତନ୍ତ୍ର। କୁହାଯାଏ ମୋଦି ସରକାରଙ୍କର ରାଜନୈତିକ ଏଜେଣ୍ଡାରେ ସର୍ଟ ଲିଷ୍ଟେଡ ହୋଇଥିବା ଧାରା ୩୭୦ ଉଚ୍ଛେଦର ଏହି ଦୁଇଜଣ ହିଁ ସ୍କ୍ରିପ୍ଟ ରାଇଟର। ତାର ପୁରସ୍କାର ସ୍ବରପ ଅବସର ସମୟ ଗଡିଯିବା ପରେ ମଧ୍ୟ ଉଭୟଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଉଛି। ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କଶ୍ମିରର ପରିସ୍ଥିତିର ମୁକାବିଲା ପାଇଁ ଦୁଇଜଣ ଆଗଧାଡିର କ୍ୟାଡର ରୂପେ କାମ କରିଥିଲେ। ତେବେ ମୋଦି ସରକାରଙ୍କ ସଙ୍କଟମୋଚନ ଭାବେ ଏହି ଦୁଇ ବ୍ୟୁରୋକ୍ରାଟସ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।

କ୍ୟାବିନେଟ ସଚିବ ରାଜୀବଙ୍କ ତୃତୀୟ ଥର ପାଇଁ କାର୍ଯ୍ୟକାଳ ବଢିଥିବାବେଳେ ଗୃହ ସଚିବ ଅଜୟଙ୍କ ୪ର୍ଥ ପାଇଁ କାର୍ଯ୍ୟକାଳ ବଢିଛି। ରାଜୀବ ଝାଡଖଣ୍ଡ କ୍ୟାଡରର ୧୯୮୨ ମସିହାର ଆଇଏସ ଅଧିକାରୀ। ୨୦୧୯ରେ ସେ ଦୁଇ ବର୍ଷ ପାଇଁ କ୍ୟାବିନେଟ ସଚିବ ଭାବରେ ନିଯୁକ୍ତ ହୋଇଥିଲେ। ଏହାପୂର୍ବରୁ ସେ କେନ୍ଦ୍ର ଗୃହ ସଚିବ ଥିଲେ। ଜମ୍ମୁ କଶ୍ମିର ପୁନର୍ଗଠନ ଆଇନ ପ୍ରସ୍ତୁତ କରିବାରେ ରାଜୀବଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯେତେବେଳେ ସେ ଗୃହ ସଚିବ ଭାବରେ କାର୍ଯ୍ୟ କରୁଥିଲେ ସେ ଧାରା ୩୭୦ ହଟାଇବା ପାଇଁ ଏକ ବିଶେଷ ଡ୍ରାଫ୍ଟ ପ୍ରସ୍ତୁତ କରିଥିଲେ। ଏଥିସହ ଧାରା ୩୭୦ ଉଚ୍ଛେଦ ହେବା ପରେ ସେଠାକୁ ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ ପାଇଁ କାର୍ଯ୍ୟସୂଚୀ ମଧ୍ୟ ପ୍ରସ୍ତୁତ କରିଥିଲେ।

ତେବେ କେନ୍ଦ୍ରୀୟ ସଚିବାଳୟ, ପିଏମଓ ଏବଂ ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ଉତ୍ତମ ସମନ୍ବୟ ରଖିଥିବା ରାଜୀବଙ୍କୁ ଏବେ ତାଙ୍କ କାମ ପାଇଁ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି। ବର୍ତ୍ତମାନ ତାଙ୍କର ତୃତୀୟ ଥର ପାଇଁ କାର୍ଯ୍ୟକାଳ ସମ୍ପ୍ରସାରଣ କରାଯାଇଛି। ତେବେ ଅଗାମୀ ୩୦ ଅଗଷ୍ଟ ୨୦୨୪ରେ କ୍ୟାବିନେଟ ସଚିବ ଭାବେ ତାଙ୍କର କାର୍ଯ୍ୟକାଳ ଶେଷ ହେବ। ସେ ଦେଶରେ କ୍ୟାବିନେଟ ସଚିବ ଭାବେ ଦୀର୍ଘଦିନ ଧରି ରହିଥିବା ଅମଲାତନ୍ତ୍ର ଭାବରେ ପରିଚିତ ହେବେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିଶ୍ୱସ୍ତ ଭାବେ ପରିଚିତ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା।
ସେ ଆସାମ-ମେଘାଳୟ କ୍ୟାଡରର ୧୯୮୪ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଅଟନ୍ତି। ଅଗଷ୍ଟ ୨୦୧୯ରେ ସେ କେନ୍ଦ୍ର ଗୃହ ସଚିବ ଭାବେ ନିଯୁକ୍ତି ପାଇଥିଲେ। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମିର ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ଅଜୟଙ୍କ ବଡ ହାତ ରହିଛି। ସେହିପରି ନକ୍ସଲ ପ୍ରଭାବିତ ଅଞ୍ଚଳ ଏବଂ ଉତ୍ତର ପୂର୍ବ ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅଜୟ ନେଇଛନ୍ତି। ତେବେ ଅଜୟଙ୍କ କାର୍ଯ୍ୟକାଳ ନଭେମ୍ବର ୨୦୨୦ରେ ସରୁଥିବାବେଳେ ମୋଦି ସରକାର ଏହାକୁ ବଢାଇ ୨୨ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ରଖିଥିଲେ। ଏହାପରେ ପୁଣି ତାଙ୍କର କାର୍ଯ୍ୟକାଳ ବଢାଯାଇ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ରହିଥିଲା। ବର୍ତ୍ତମାନ ତାଙ୍କର ଚତୁର୍ଥ ଥର ସେବା ସମ୍ପ୍ରସାରଣ କରାଯାଇ କାର୍ଯ୍ୟକାଳ ଅବଧିକୁ ୨୨ ଅଗଷ୍ଟ ୨୦୨୪ ଯାଏଁ ରଖାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?