ପ୍ରବେଶିକା ପରୀକ୍ଷା ଦେବାକୁ ଯାଇଥିବା ୨ଜଣ ଛାତ୍ର କରୋନା ପଜିଟିଭ୍‌: ଚିନ୍ତାରେ ପ୍ରଶାସନ

ଥିରୁଭାନନ୍ତପୁରମ,୨୧।୭: କେରଳ ଇଞ୍ଜିନିୟରିଂ ଆର୍କିଟେକ୍‌ଚର ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଥିବା ଥିରୁଭାନନ୍ତପୁରମର ୨ଜଣ ଛାତ୍ର ଓ ଜଣେ ଅଭିଭାବକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୨ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ ଛାତ୍ର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଅନ୍ୟଜଣଙ୍କ ଆଉ ଏକ ହଲ୍‌ରେ ପରୀକ୍ଷା ଦେଇଥିଲେ। ସେହିପରି କରୋନା ଆକ୍ରାନ୍ତ ହୋଇଥିବା ଅଭିଭାବକ ଜଣଙ୍କ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଉକ୍ତ ସ୍କୁଲ ପରିସରରେ ହିଁ ରହିଥିଲେ ବୋଲି ସୂଚନା ରହିଛି। ଯାହାକୁ ନେଇ ଏବେ ରାଜ୍ୟ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି। କାରଣ ପ୍ରଥମ ଛାତ୍ର ଅନ୍ୟ ଛାତ୍ରମାନଙ୍କ ସହ ମିଶି ପରୀକ୍ଷା ଦେଇଥିବା ବେଳେ ଦ୍ୱିତୀୟ ଛାତ୍ର ଜଣକ ଦେଇଥିବା ପରୀକ୍ଷା ହଲ୍‌ରେ ମାତ୍ର ୩ଜଣ ରହିଥିଲେ। ତେବେ ପ୍ରଶାସନ ପାଇଁ ଏବେ ପ୍ରଥମ ଛାତ୍ର ଓ ଅଭିଭାବକ ଚିନ୍ତାର ବିଷୟ ପାଲଟିଛନ୍ତି। କାରଣ ସେମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ କରିବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସାଜିଛି। ସୂଚନାଯୋଗ୍ୟ, ମହାମାରୀ କରୋନା ସଂକ୍ରମଣର ବଢ଼ୁଥିବା ମାମଲାକୁ ଦେଖି ପୂର୍ବରୁ ବିରୋଧୀ ସରକାର ଏହି ପରୀକ୍ଷାକୁ ସ୍ଥଗିତ କରିବାକୁ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯେକୌଣସି ସମୟରେ ଯେକୌଣସି ବ୍ୟକ୍ତି ହୋଇପାରନ୍ତି କରୋନା ସଂକ୍ରମିତ: ବାଗ୍‌ଚୀ

ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା ଏଭଳି ଏକ ରୋଗ ଯାହାକି ଧର୍ମ, ଜାତି, ଧନି, ଗରିବ,ବର୍ଣ୍ଣ ନିର୍ବିଶେଷରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଏହା ଯେକୌଣସି ସମୟରେ...

ଭୁବନେଶ୍ୱରରେ ବଢୁଛି ସଂକ୍ରମଣ: ଆଉ ୧୯୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୮।୮(ବ୍ୟୁରୋ)-ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖା। ଶନିବାର ଭୁବନେଶ୍ୱରରେ ଆଉ ୧୯୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୯୦ ଜଣଙ୍କ ମଧ୍ୟରେ...

ଦେଶରେ କରୋନା ଆରୋଗ୍ୟ ହାର ୪୮ ପ୍ରତିଶତ: ଲଭ ଅଗ୍ରଓ୍ବାଲ

ନୂଆଦିଲ୍ଲୀ,୨।୬: ଦେଶରେ କରୋନା ସଂକ୍ରମଣକୁ ନେଇ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ କିଛି ନୂଆ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି...

ଇମ୍ରାନ୍‌ ସରକାରଙ୍କ ପାଇଁ କଣ୍ଟା ପାଲଟିଛନ୍ତି ଦାଉଦ୍‌: ଚାହୁଁଛନ୍ତି କରିବାକୁ ହତ୍ୟା !

ନୂଆଦିଲ୍ଲୀ/ଇସଲାମାବାଦ୍‌, ୨୭।୮: ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାରଙ୍କ ପାଇଁ କଣ୍ଟା ପାଲଟିଛନ୍ତି। ଦାଉଦ୍‌ଙ୍କୁ ପାକିସ୍ତାନ ସୈନ୍ୟ...

ମୁଖ୍ୟ ସଚିବ, ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ/ ପୁରୀ ଅଫିସ, ୨୧। ୧୧: ପୁରୀ ପୋଲିସ ହେପାଜତରେ ମୃତ୍ୟୁ ମାମଲାକୁ ନେଇ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଅସନ୍ତୋଷ ପ୍ରକାଶ କରିଛନ୍ତି।...

କରୋନାକୁ ଦୂରେଇବା ଲାଗି ଛତାକୁ ଅସ୍ତ୍ର କରିଛନ୍ତି ଗ୍ରାମବାସୀ

କୋଚି,୨୮।୫: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଦ୍ରୁତ ଗତିରେ ମାଡି ଚାଲିଛି। ଆମ ଦେଶରେ ମଧ୍ୟ ଗୋଟିଏ ଦିନରେ ୬ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ...

ଅର୍ଥାଭାବରୁ ପ୍ରବାସୀ ଶ୍ରମିକ ରେଳ ଯାତ୍ରାରୁ ବଞ୍ଚିତ ନ ହୁଅନ୍ତୁ : କର୍ନାଟକ ହାଇକୋର୍ଟ

ନୂଆଦିଲ୍ଲୀ,୧୫।୫: ଲକ୍‌ଡାଉନ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଫସି ରହିଛନ୍ତି। ଏପରି କି କାମଧନ୍ଦା ପାଉ ନ ଥିବାରୁ ଅନେକ ପ୍ରବାସୀ ଶ୍ରମିକ ଅର୍ଥାଭାବ...

କରୋନା ଭାଇରସ: ଘରେ ରହିବାକୁ ସମସ୍ତଙ୍କୁ ଅନୁରୋଧ କଲେ ବିଶ୍ୱର ସବୁଠାରୁ ଗେଡା ମହିଳା

ନାଗପୁର,୧୪।୪: କରୋନା ଭାଇରସକୁ ରୋକିବାକୁ ଏବେ ସାରା ଦେଶରେ ମେ’୩ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ତେଣୁ ଏହି ସମୟରେ ବାହାରେ ନ ବୁଲି ଘରେ...

Advertisement


Archives

Model This Week

Why Dharitri