ୟୁକ୍ରେନ୍‌ରୁ ସୁନ୍ଦରଗଡ଼ ଫେରିଲେ ୨ଛାତ୍ରୀଛାତ୍ର, କହିଲେ ଅନୁଭୂତି

ସୁନ୍ଦରଗଡ଼, ୩।୩ (ଡି.ଏନ୍‌.ଏ.): ୟୁକ୍ରେନ୍‌ରେ ଡାକ୍ତରୀ ପଢୁଥିବା ସୁନ୍ଦରଗଡ଼ ଜିଲାର ୨ ଛାତ୍ରୀଛାତ୍ର ବୁଧବାର ଘରକୁ ଫେରିଛନ୍ତି। ସେମାନେ ହେଲେ ସୁନ୍ଦରଗଡ ଜିଲା କିଞ୍ଜିରିକେଲା ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡା. ଫ୍ରାଙ୍କଲିନ୍‌ କୁଜୁରଙ୍କ କନ୍ୟା ସ୍ମିତି କୁଜୁର ଓ ରାଉରକେଲାର ସାକିତ ସୋହେବ ଖାନ୍‌। ସ୍ମିତି ଘରକୁ ଫେରିବା ପରେ ତାଙ୍କର ଅନୁଭୂତି ସମ୍ପର୍କରେ କହିଥିଲେ। ସେ ଗତ ଜାନୁୟାରୀ ୨୬ରେ ଡାକ୍ତରୀ ପାଠ ପଢିିବା ପାଇଁ ୟୁକ୍ରେନ୍‌ ଯାଇଥିଲେ। ୟୁକ୍ରେନ୍‌ସ୍ଥିତ ୟୁଜରୋଡ୍‌ ନ୍ୟାଶନାଲ ୟୁନିଭର୍ସିଟିରେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରୀ ଭାବେ ନାମ ଲେଖାଇଥିଲେ। ସେଠାକାର ପରିବେଶରେ ଖାପଖୁଆଇ ପାଠପଢିବା ଆରମ୍ଭ କରିବା ସମୟରେ ହଠାତ୍‌ ୟୁକ୍ରେନ୍‌ ଏବଂ ରୁଷିଆ ଯୁଦ୍ଧ ସମ୍ପର୍କରେ ଜାଣିବାକୁ ପାଇଥିଲେ। ସେମାନେ ୟୁକ୍ରେନ୍‌ର ପଶ୍ଚିମ ପଟରେ ରହୁଥିବାବେଳେ ପୂର୍ବ ଭାଗରେ ଏହି ଯୁଦ୍ଧ ହେଉଥିବାରୁ ପ୍ରଥମେ ଆଶ୍ୱସ୍ତ ରହିଥିଲେ। ହଠାତ୍‌ ଯୁଦ୍ଧର ବିଭୀଷିକା ବୃଦ୍ଧି ପାଇ ୟୁକ୍ରେନ୍‌ର ବିଭିନ୍ନ ସହର ଉପରେ ରୁଷୀୟ ସୈନ୍ୟଙ୍କର ଅତର୍କିତ ଆକ୍ରମଣ ଖବର ଜଣାପଡିବା ପରେ ଭୟଭୀତ ହୋଇପଡିଥିଲେ ବୋଲି କହିଛନ୍ତି ସ୍ମିତି। ଏହି ୟୁନିଭର୍ସିଟିରେ ୬ବର୍ଷିଆ ଡାକ୍ତରୀ ପାଠ୍ୟକ୍ରମରେ ପ୍ରଥମବର୍ଷରୁ ପିଜି ପର୍ଯ୍ୟନ୍ତ ପ୍ରାୟ ୬୦୦ ଭାରତୀୟ ଛାତ୍ରୀଛାତ୍ର ଅଧ୍ୟୟନ କରିଥାନ୍ତି। ଯୁଦ୍ଧ ଯୋଗୁ ଭାରତୀୟ ଛାତ୍ରୀଛାତ୍ର ଦେଶକୁ ଫେରିବା ପାଇଁ ବିମାନ ଟିକେଟ କରିବାକୁ ଆରମ୍ଭ କରିଦେଇଥିଲୁ। ହେଲେ ବିମାନ ଭଡା ଆଶାତୀତ ଭାବେ ବୃଦ୍ଧି ପାଇ ୧ଲକ୍ଷ ଟଙ୍କାରେ ପହଞ୍ଚତ୍ଥିଲା। ଆଶାଆଶଙ୍କା ଭିତରେ ଥିବାବେଳେ ଭାରତୀୟ ଦୂତାବାସ ପକ୍ଷରୁ ଆମକୁ ଭାରତ ଫେରାଇ ଆଣିବାର ବ୍ୟବସ୍ଥା କରାଯାଇଥିଲା। ଆମ ୟୁନିଭର୍ସିଟିକୁ ଭାରତ ଦୂତାବାସ ପକ୍ଷରୁ ୫ଟି ବସ ପଠାଯାଇଥିଲା। ପ୍ରାୟ ୨୪୦ ଭାରତୀୟ ଛାତ୍ରୀଛାତ୍ର ଓ ୟୁନିଭର୍ସିିଟିରେ କାର୍ଯ୍ୟରତ ଭାରତର ଅଧ୍ୟାପକ ଏହି ବସ୍‌ରେ ଆସିଥିଲେ। ପ୍ରାୟ ଅଧଘଣ୍ଟାର ବସ୍‌ ଯାତ୍ରା ପରେ ଆମେ ହଙ୍ଗେରି ସୀମାରେ ପହଞ୍ଚତ୍ଥିଲୁ। ସେଠାରେ ସକାଳ ସାଢେ ୯ଟାରୁ ସନ୍ଧ୍ୟା ସାଢେ ୫ଟା ପର୍ଯ୍ୟନ୍ତ ଭିସା, ପାସପୋର୍ଟ ଆଦି ଆନୁଷଙ୍ଗିକ ଯାଞ୍ଚ ସକାଶେ ଆମେ ବସ୍‌ ମଧ୍ୟରେ ଅଟକି ରହିଥିଲୁ। ୟୁକ୍ରେନ୍‌ ଏବଂ ହଙ୍ଗେରି ସୀମାରେ ଦୀର୍ଘ ୧୦ରୁ ୧୧ଘଣ୍ଟାର ସମୟରେ ଭୟ ଓ ଅନିଶ୍ଚିତତା ମଧ୍ୟରେ ସ୍ବଦେଶକୁ ଫେରି ପାରିବୁ କି ନାହିଁ ସେ ଆଶା ମଉଳି ଯାଇଥିଲା। ୧୧ଘଣ୍ଟା ପରେ ଆମକୁ ବସ୍‌ ନେଇ ହଙ୍ଗେରିର ବୁଦାପେଷ୍ଟ ଏୟାରପୋର୍ଟରେ ପହଞ୍ଚତ୍ଥିଲା। ୨୮ତାରିଖ ସକାଳ ସାଢେ ୮ଟାରୁ ବିମାନ ଯୋଗେ ଆସି ଦିଲ୍ଲୀ ଏୟାର ପୋର୍ଟରେ ପହଞ୍ଚତ୍ଥିଲୁ। ସେଠାରୁ ଆମ ଓଡିଶାର ଛାତ୍ରୀଛାତ୍ରଙ୍କୁ ଓଡିଶା ଭବନକୁ ନିଆଯାଇଥିଲା। ମୁଁ ରାଉକେଲାର ଛାତ୍ରଙ୍କ ସହ ଦିଲ୍ଲୀରୁ ବିମାନ ଯୋଗେ ଆସି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚତ୍ଥିଲୁ। ସେଠାରେ ସମ୍ବଲପୁର ଗୋଶାଳାରେ ଶିକ୍ଷକତା କରୁଥିବା ମିନୁ କୁଜୁର, ବାପା ଫ୍ରାଙ୍କଲିନ୍‌ କୁଜୁରଙ୍କ ସମେତ ପରିବାରବର୍ଗ ଆମକୁ ସ୍ବାଗତ କରିଥିଲେ। ନିଜ ଘରକୁ ଫେରିବା ପରେ ବେଶ୍‌ ଖୁସି ଏବଂ ଆଶ୍ୱସ୍ତି ଅନୁଭବ କରୁଥିବା କହିଛନ୍ତି ସ୍ମିତି। ଏଥିପାଇଁ ସେ ଭାରତ ସରକାର, ଓଡିଶା ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି। ଏଥିସହ ୟୁକ୍ରେନ୍‌ରେ ଥିବା ଭାରତୀୟ ଛାତ୍ରୀଛାତ୍ରଙ୍କୁ ତୁରନ୍ତ ଫେରାଇ ଆଣିବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri