ଦୁଇ ପ୍ରତିଦ୍ୱନ୍ଦ୍ୱୀ

ଐତିହାସିକ ମ୍ୟାକ୍ସ ହାଷ୍ଟିଙ୍ଗସ ମୁଖ୍ୟତଃ ଦୁଇ ବିଶାଳ ନିଷ୍ଠୁର ଗୋଷ୍ଠୀ(ଆଡ୍‌ଲଫ ହିଟଲରଙ୍କ ନାଜି ସେନା ଓ ସୋଭିଏଟ୍‌ର ଜୋଶେଫ ଷ୍ଟାଲିନଙ୍କ ସେନା)ଙ୍କ ମଧ୍ୟରେ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ମୃତ୍ୟୁଯୁଦ୍ଧ ଭାବେ ବର୍ଣ୍ଣନା କରିଥିଲେ। ଏହାବାଦ୍‌ ଓ୍ବିନ୍‌ଷ୍ଟନ ଚର୍ଚ୍ଚିଲଙ୍କ ବକ୍ତବ୍ୟ ଏବଂ ପାସିଫିକ ଯୁଦ୍ଧରେ ଜାପାନ ବିରୋଧରେ ଆମେରିକାର ସଂଘର୍ଷ ସମ୍ଭବତଃ ଗୌଣ ଥିଲା। ତେବେ ଆମ ସମୟରେ ବଡ଼ ପ୍ରତିଦ୍ୱନ୍ଦ୍ୱିତା ବିଶେଷକରି ଦୁଇ ଶକ୍ତି ଯଥା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଚାଇନାର ପ୍ରତିପକ୍ଷ ଶି ଜିନ୍‌ପିନ୍‌ଙ୍କ ମଧ୍ୟରେ ଚାଲିଛି। ଆଉ ବିଶ୍ୱରେ ଯାହା ଚାଲିଛି ତାହା ସବୁ କୋଳାହଳପୂର୍ଣ୍ଣ ଅତିରିକ୍ତ ପ୍ରଦର୍ଶନ। ଆମେରିକା ଓ ଚାଇନା ମଧ୍ୟରେ ଏପର୍ଯ୍ୟନ୍ତ ଯେଉଁ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ତାହା ବିଶ୍ୱରେ ଆର୍ଥିକ ପ୍ରାଧାନ୍ୟ ପାଇଁ ପାଶ୍ଚାତ୍ୟ ଓ ଏସିଆ ମଧ୍ୟରେ ଏକ ଲଢ଼େଇ। ସାଧାରଣ ଭାବେ ଆମେ ପାଶ୍ଚାତ୍ୟ ବିରୋଧରେ ଆମ ଏସୀୟ ସାଥୀକୁ ସମର୍ଥନ କରିବା ଉଚିତ। କିନ୍ତୁ ମୋ ଅନୁଭବରୁ ଜାଣିଛି ଯେ, ଉଭୟ ଅସୁରକ୍ଷିତ। ତେବେ ଦେଖିବା ଚାଇନା ଏବେ କ’ଣ ଚାହଁୁଛି? ୧୯୯୧ରେ ଭାରତ ଯେତେବେଳେ ଉଦାରୀକରଣରେ ପ୍ରବେଶ କରିଥିଲା, ସେତେବେଳେ ଆର୍ଥତ୍କ ଦୃଷ୍ଟିରୁ ଆମେ ଚାଇନା ସ୍ତରରେ ଥିଲେ। ଭାରତର ହାରାହାରି ଉତ୍ପାଦ ଚାଇନାର ହାରାହାରି ଉତ୍ପାଦଠାରୁ ଯଥେଷ୍ଟ ବେଶି ଥିଲା। ଏହା ସତ ଯେ, ତାହାର ଏକ ଦଶନ୍ଧି ପୂର୍ବରୁ ଚାଇନା ନିଜର ପୁନର୍ଗଠନ କରି ଆସିଥିଲା, ଯାହା ଆମ ତୁଳନାରେ ଅଧିକ ଲାଭପ୍ରଦ ହୋଇଛି। ଏହା ଏଭଳି ଏକ ସ୍ଥିତିରୁ ଆରମ୍ଭ କରିଥିଲା, ଯାହା ଭାରତର ବହୁ ତଳେ ରହିଥିଲା। ଶିଳ୍ପ ଓ କୃଷିରେ ଏହା ଅନେକ ଦଶନ୍ଧି ଧରି ବିଶ୍ୱରୁ ଅଲଗା ରହିଥିଲା, ହେଲେ ଭାରତ ଏଭଳି ନ ଥିଲା। କିନ୍ତୁ ପରବର୍ତ୍ତୀ ୩୫ ବର୍ଷରେ ଚାଇନାର ହାରାହାରି ବାର୍ଷିକ ଜିଡିପି ଅଭିବୃଦ୍ଧି ୯ ପ୍ରତିଶତ ରହିଥିଲା। ପାଶ୍ଚାତ୍ୟରେ ଯେକୌଣସି ଦେଶ ହାସଲ କରିଥିବା ଆର୍ଥିକ ପ୍ରଗତିଠାରୁ ଏହା ଦ୍ରୁତତର ଥିଲା। ଗତ ଦଶ ବର୍ଷରେ ଚାଇନାର ଅଭିବୃଦ୍ଧି ମନ୍ଥର ହୋଇ ହାରାହାରି ୫.୮% ରହିଛି, ଯାହା ଭାରତର ଅଭିବୃଦ୍ଧି ସହ ସମାନ, କିନ୍ତୁ ଏହାର ଅର୍ଥ ବ୍ୟବସ୍ଥା ଭାରତଠାରୁ ୫ଗୁଣ ବଡ଼। ଯଦି ଚାଇନା ଆଗାମୀ ଦଶନ୍ଧିରେ ବିନା ବାଧାରେ ଅଭିବୃଦ୍ଧି ହାସଲ କରେ ତେବେ ଏହା ବିଶ୍ୱର ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥା ଭାବେ ଆମେରିକାକୁ ପଛରେ ପକାଇ ଦେବ। ବିଶ୍ୱର ଦୁଇ ନମ୍ବର ଅର୍ଥ ବ୍ୟବସ୍ଥା ରୂପେ ଚାଇନା ୧୫୦ ବର୍ଷ ଧରି ନିଜର ପ୍ରାଧାନ୍ୟ ବିସ୍ତାର କରିଆସିଛି, ଯାହାକୁ ଆମେରିକା ଗ୍ରହଣ କରିପାରୁନାହିଁ। ପାଶ୍ଚାତ୍ୟ ରାଜନୈତିକ ବିଶେଷଜ୍ଞ ଜନ୍‌ ମିର୍ଶିମର କହନ୍ତି, ଚାଇନାର ଉତ୍‌ଥାନ ଯୁଦ୍ଧ ସୃଷ୍ଟି କରିବା ଅନିବାର୍ଯ୍ୟ। କାରଣ ପ୍ରଭୁତ୍ୱ ବଜାୟ ରଖିଥିବା ଗୋଟିଏ ଶକ୍ତିକୁ ଯେତେବେଳେ ଏକ ବିକାଶଶୀଳ ଦେଶ ହଟାଇବାକୁ ଯାଏ ସେତେବେଳେ ଯୁଦ୍ଧ ସୃଷ୍ଟି ହୁଏ(‘ଥୁସିଡିଡେସ ଟ୍ରାପ୍‌’ ସିଦ୍ଧାନ୍ତ ଅନୁଯାୟୀ)। ତେବେ ଆମେରିକା କେବେ ବି ଦ୍ୱିତୀୟ ସ୍ଥାନକୁ ଗ୍ରହଣ କରିବ ନାହିଁ ଏବଂ ଯେ କୌଣସି ଉପାୟରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିବ। କେତେକେ ଯୁକ୍ତି ବାଢ଼ନ୍ତି ଯେ, ବିଗତ ଦୁଇ ଶତାବ୍ଦୀ ଧରି ୟୁରୋପ ଓ ଆମେରିକା ବୈଶ୍ୱିକ ବ୍ୟାପାରରେ ଯେଭଳି ହସ୍ତକ୍ଷେପ କରୁଛନ୍ତି ଏସୀୟ ଦେଶଗୁଡ଼ିକର ସେଭଳି ଆଗ୍ରହ ନାହିଁ। ସେମାନେ ମଧ୍ୟ ଭାବୁଛନ୍ତି, ଚାଇନାର ଉତ୍‌ଥାନ ବିଶ୍ୱରେ ଆମେରିକାର ଆଧାର କିମ୍ବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌), ବିଶ୍ୱ ବ୍ୟାଙ୍କ ଓ ଜାତିସଂଘ ସୁରକ୍ଷା ପରିଷଦ ଭଳି ସଂସ୍ଥାଗୁଡ଼ିକରେ ଏହାର ଦୃଢ଼ ନିୟନ୍ତ୍ରଣ ପ୍ରତି ବିପଦ ସୃଷ୍ଟି କରିବ ନାହିଁ। ଏଣୁ ଚାଇନା ନମ୍ବର ଓ୍ବାନ ହେବାର ମାନେ କ’ଣ ଓ ତାହାର ମୂଲ୍ୟାୟନ କଲାବେଳେ ଆମେରିକା ଭଲ ଭାବେ ଚିନ୍ତା କରିବା ଉଚିତ। ଚାଇନା ଯେତେବେଳେ ଆମେରିକାକୁ ଟପିଯିବ ସେତେବେଳେ କିଭଳି କାମ କରିବ ତାହା କେହି ଜାଣନ୍ତି ନାହିଁ।
ବିଗତ ୮ ବର୍ଷ ହେବ ଚାଇନାର ଆର୍ଥିକ ପ୍ରଗତିକୁ ରୋକିବା ପାଇଁ ଆମେରିକା ଚେଷ୍ଟା କରିଛି। ଚାଇନା କମ୍ପାନୀଗୁଡ଼ିକ ଆଧୁନିକ ସେମିକଣ୍ଡକ୍ଟର ହାସଲ କରିବାର ବାଟ ବନ୍ଦ କରିଛି। ଚାଇନାର ରପ୍ତାନି ଉପରେ ଶୁଳ୍କ ଲଗାଇଛି। ଟ୍ରମ୍ପ ଦ୍ୱିତୀୟ ଥର ପୁନର୍ବାର କ୍ଷମତାକୁ ଫେରିବା ପରେ ତାଙ୍କ ପ୍ରଶାସନ ଅତ୍ୟଧିକ ଟାରିଫ୍‌ ଲଗାଇ ଚାଇନାକୁ ସମ୍ପୂର୍ଣ୍ଣ ଅଲଗା କରିଦେବାକୁ ଚେଷ୍ଟା କରିଛି। ଦୁର୍ଭାଗ୍ୟଜନକ, ଆମେରିକା ସେଥିରେ ବିଫଳ ହୋଇଛି। ଷ୍ଟକ୍‌ ଆଣ୍ଡ୍‌ ବଣ୍ଡ୍‌ ମାର୍କେଟ ସ୍ପଷ୍ଟ ଭାବେ ଟ୍ରମ୍ପଙ୍କୁ ଦର୍ଶାଇଛି ଯେ, ଚାଇନାକୁ ଅଲଗା କରିବାର କୌଣସି ପଦକ୍ଷେପ ଆମେରିକା ଅର୍ଥ ବ୍ୟବସ୍ଥାକୁ କ୍ଷତି କରିବ, ଯାହା ଟ୍ରମ୍ପଙ୍କୁ ପଛକୁ ହଟିବାକୁ ବାଧ୍ୟ କରିଛି। ଚାଇନା ପାଖରେ ଏବେ ଯେତିକି ସମୟ ରହିଛି, ମୁଁ ବିଶ୍ୱାସ କରୁଛି, ତାହା ଲକ୍ଷ୍ୟ ପୂରଣ କରିବାକୁ ଯଥେଷ୍ଟ। ଟ୍ରମ୍ପ ପ୍ରଶାସନର ଧ୍ୟାନ ଏବେ ବାଣିଜ୍ୟରୁ ଟିକସ ହ୍ରାସ ଆଡ଼କୁ ଚାଲିଗଲାଣି ଏବଂ ଚଳିତ ବର୍ଷର ଅବଶିଷ୍ଟ ସମୟରେ ଏଥିରେ ମୁଣ୍ଡ ଖଟାଇବ। ଆମେରିକା କଂଗ୍ରେସ ପାଇଁ ୨୦୨୬ରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ହେବାକୁ ଯାଉଛି। ଫଳରେ ବିଗତ କିଛି ମାସରେ ଟ୍ରମ୍ପ ବାଣିଜ୍ୟ ଉପରେ ବେଖାତିର ଭାବେ ଯେଉଁ ଭଳି ସବୁ କାମ କରିଛନ୍ତି ତାହା କ୍ରମଶଃ କମିଯିବ। ଏହାଦ୍ୱାରା ଚାଇନାକୁ ଅଧିକ ସମୟ ମିଳିଯିବ। ଟ୍ରମ୍ପଙ୍କ ବାଣିଜି୍ୟକ ପଦକ୍ଷେପର ବିଫଳତାକୁ ଦେଖିଲେ, ୨୦୨୮ ପରେ ତାଙ୍କ ଉତ୍ତରାଧିକାରୀ ସମ୍ଭବତଃ ସମାନ ପଥ ଅନୁସରଣ କରିବେ ନାହିଁ। ଦେଖିବାକୁ ଗଲେ ଗତ ୮ ବର୍ଷ ହେଲା ଚାଇନା ବାଣିଜ୍ୟ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରିଛି। ଶିଳ୍ପକୁ ଅତ୍ୟଧିକ ପୁଞ୍ଜି ଆସିବା ପାଇଁ ଲଗାତର ଭାବେ ଚେଷ୍ଟା କରିଛି। ଆମେରିକା ବାହାରେ ସେମାନଙ୍କ ରପ୍ତାନି ସାମଗ୍ରୀଗୁଡ଼ିକ ପାଇଁ ବଜାର ସୃଷ୍ଟି କରିବାକୁ ଚେଷ୍ଟା କରିବା ସହ ଚୁକ୍ତି ମାଧ୍ୟମରେ ଆଫ୍ରିକା ଓ ଲାଟିନ ଆମେରିକାରେ ସେମାନଙ୍କ ଯୋଗାଣ ଚେନ୍‌କୁ ସଂଗଠିତ କରିଛନ୍ତି।
ଆସିଆନ ଏବଂ ୟୁରୋପୀୟ ସଂଘ ପରେ ବର୍ତ୍ତମାନ ଚାଇନାର ତୃତୀୟ ବୃହତ୍ତମ ବାଣିଜି୍ୟକ ଅଂଶୀଦାର ହେଉଛି ଆମେରିକା। ଭବିଷ୍ୟତ ପାଇଁ ଉପଯୋଗୀ ଟେକ୍‌ନୋଲୋଜି କ୍ଷେତ୍ରରେ ଆହୁରି ଆଗକୁ ଯିବା ଲାଗି ଚାଇନା ତା’ଗତିକୁ ବଢ଼ାଇଛି। ଲାଭ ଏଇଆ ହୋଇଛି, ଟ୍ରମ୍ପଙ୍କ ଆମେରିକା ଶି’ଙ୍କ ଚାଇନା ତୁଳନାରେ ପଛକୁ ହଟିଛି। ଯେଉଁ ସ୍ଥିତି ଅଛି ଯଦି ତାହା ଜାରି ରହେ, ତେବେ ୨୦୦ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱର ସବୁଠୁ ବଡ଼ ଆର୍ଥିକ ଶକ୍ତି ପାଶ୍ଚାତ୍ୟର ଦେଶ ନୁହେଁ, ବରଂ ଏସୀୟ ଦେଶ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?