ମହିଳାଙ୍କ କରୋନା ଟେଷ୍ଟର ଆସିଲା ୨ଟି ରିପୋର୍ଟ; ଗୋଟିଏରେ ପଜିଟିଭ, ଅନ୍ୟଟି ନେଗେଟିଭ

ଡେରାଡୁନ, ୨୫।୮: ଡେରାଡୁନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ଗୋଟିଏ ପ୍ରାଇଭେଟ୍‌ ଲ୍ୟାବରେ ତାଙ୍କ କରୋନା ଟେଷ୍ଟ କରାଇଥିଲେ। ଯାହାର ରିପୋର୍ଟ ମଙ୍ଗଳବାର ଆସିଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ମହିଳାଙ୍କର ୨ଟି ରିପୋର୍ଟ ଆସିଛି। ଗୋଟିଏରେ ରିପୋର୍ଟ ନେଗେଟିଭ ଆସିଥିବାବେଳେ ଅନ୍ୟଟିରେ ପଜିଟିଭ। ଯାହାକୁ ନେଇ ମହିଳାଜଣଙ୍କ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। ଶେଷରେ ନେଗେଟିଭ ରିପୋର୍ଟ ଆଧାରରେ ମହିଳାଜଣଙ୍କ ବିଦେଶ ଯାତ୍ରା କରିଛନ୍ତି। ମହିଳାଜଣଙ୍କ ବିଦେଶ ଯାତ୍ରା କରିସାରିଥିଲେ ମଧ୍ୟ ସେ କରୋନା ଆକ୍ରାନ୍ତ କି ନୁହେଁ ତାହା ସ୍ପଷ୍ଟ ହୋଇପାରି ନାହିଁ। ଏହି ମାମଲା ଏବେ ଯାଇ ସ୍ବାସ୍ଥ୍ୟ ସଚିବଙ୍କ ନିକଟରେ ପହଞ୍ଚିଛି। ଘଟଣାରୁ ଜଣାପଡ଼ିଛି ଯେ, ଧର୍ମପୁରର ଏହି ମହିଳାଜଣଙ୍କ ବିଦେଶ ଗସ୍ତ କରିବାର ଥିଲା। ତେଣୁ ସେ ଏକ ଘରୋଇ ଲ୍ୟାବ୍‌ରେ ସେ କରୋନା ଟେଷ୍ଟ କରାଇଥିଲେ। ଯାହାର ୨ଟି ରିପୋର୍ଟ ଆସିଥିଲା। ଗୋଟିଏରେ ପଜିଟିଭ ଓ ଅନ୍ୟଟିରେ ନେଗେଟିଭ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁରେ କରୋନାର ଆନୁବଂଶିକ ଉପାଦାନ

ବେଜିଂ,୨୮ା୪(ପି.ଟି.): କରୋନା ଭୂତାଣୁର ଆନୁବଂଶିକ ଉପାଦାନ ବାୟୁରେ ଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ଏହି ଭୂତାଣୁ ଉପାଦାନରୁ ସଂକ୍ରମଣ ହେବ କି ନାହିଁ ତାହା ସ୍ପଷ୍ଟ...

ସ୍ବାସ୍ଥ୍ୟକେନ୍ଦ୍ର ଚାଲୁ କରିବା ଲାଗି ଅନୁରୋଧ କଲେ ମୁଖ୍ୟମନ୍ତ୍ରୀଙ୍କ ବନ୍ଧୁ

ପାଟନା,୨୬।୫: ବିହାରରେ ସ୍ବାସ୍ଥ୍ୟସେବା ଅତ୍ୟନ୍ତ ବିପର୍ଯ୍ୟୟ ଅବସ୍ଥାରେ ପଡ଼ି ରହିଛି। ସାମାନ୍ୟ ଚିକିତ୍ସା ଲାଗି ବି ଲୋକଙ୍କୁ ବହୁ ହଇରାଣ ହରକତ ହେବାକୁ ପଡ଼ୁଛି। ବର୍ତ୍ତମାନ...

୨୧ରୁ ସ୍କୁଲପିଲାଙ୍କୁ ୟୁଟ୍ୟୁବ୍‌ ଲାଇଭ୍‌ କ୍ଲାସ୍‌

ଭୁବନେଶ୍ୱର, ୧୦ା୬(ବ୍ୟୁରୋ): ଆସନ୍ତା ୨୧ ତାରିଖରୁ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୟୁଟ୍ୟୁବ୍‌ ଲାଇଭ୍‌ କ୍ଲାସ୍‌ ଆରମ୍ଭ ହେବ। ଖୋର୍ଦ୍ଧା, ବଲାଙ୍ଗୀର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, କୋରାପୁଟ,...

କରୋନା ସଂକ୍ରମଣକୁ ରୋକିବ କଟନ ମାସ୍କ

ଓଟଓ୍ବା, ୨୮ା୫: କରୋନା ସଂକ୍ରମଣକୁ ନେଇ ସାରା ପୃଥିବୀରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହି ସଂକ୍ରମଣଠାରୁ କିଭଳି ଦୂରେଇ ରହିହେବ ଏବଂ ସଂକ୍ରମିତଙ୍କୁ ଶୀଘ୍ର...

ଆଧାର କାର୍ଡ ଦେଖାଇଲେ ମିଳିବ କରୋନା ଔଷଧ ‘ରେମଡେସିଭିର୍‌’

ମୁମ୍ବାଇ, ୧୨।୭: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଥମିବାର ନା ଧରୁନି। କରୋନା ମହାମାରୀ ସମୟରେ ରାଜ୍ୟରେ ମାସ୍କ, ସାନିଟାଇଜର ଏବଂ କରୋନା ଔଷଧ ‘ରେମଡେସିଭିର୍‌’ର କଳାବଜାରି...

କରୋନା ମହାମାରୀର ଫାଇଦା ନେଉଛି ପାକିସ୍ତାନ: ଆତଙ୍କବାଦୀ ଅନୁପ୍ରବେଶ ପାଇଁ ରଚିଛି ଷଡ଼ଯନ୍ତ୍ର

ଜେନେଭା/ନୂଆଦିଲ୍ଲୀ,୩।୧୧: କରୋନା ମହାମାରୀର ଫାଇଦା ନେଇ ପାକିସ୍ତାନ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର ରଚିଛି। ଜାତିସଂଘରେ ଭାରତ ପକ୍ଷରୁ ପାକିସ୍ତାନ ବିରୋଧରେ ଏଭଳି ଅଭିଯୋଗ...

ସ୍ବଦେଶ ଫେରିବାକୁ ବ୍ୟାକୁଳ ପ୍ରବାସୀ

ଆବୁଧାବି,୪।୫(ପି.ଟି.): କରୋନା ମହାମାରୀରୁ ବର୍ତ୍ତିବା ପାଇଁ ବିଭିନ୍ନ ଦେଶରେ ରହିଥିବା ପ୍ରବାସୀମାନେ ନିଜ ଦେଶକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି। ଅନ୍ୟ ଦେଶ ଅପେକ୍ଷା କରୋନା ଆକ୍ରାନ୍ତ...

ଜଣେ କରୋନା ସଂକ୍ରମିତ ମିଳିବା ପରେ ସମ୍ପୂର୍ଣ୍ଣ ଦେଶରେ ଲକଡାଉନ୍ ଘୋଷଣା

ୱେଲିଂଟନ,୧୭ ।୮: କରୋନାକୁ ନେଇ ବେଶ୍ ସଚେତନ ନ୍ୟୁଜିଲାଣ୍ଡ ସରକାର । ମଙ୍ଗଳବାର ନ୍ୟୁଜିଲାଣ୍ଡର ଓକଲ୍ୟାଣ୍ଡରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ...

Advertisement
Archives

Model This Week