ଟ୍ରକ୍‌ ଧକ୍କାରେ ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ

ଛେଣ୍ଡିପଦା, ୨୬ା୯(ଡି.ଏନ.ଏ.)- ଅନୁଗୋଳ ଜିଲା ଜରପଡା ଥାନା ଛେଣ୍ଡିପଦା-ଜରପଡା ପୂର୍ତ୍ତ ବିଭାଗ ରାସ୍ତାର ରେଲଓ୍ବେ ଓଭର ବ୍ରିଜ ନିକଟରେ ଶନିବାର ଏକ ଟ୍ରକ୍‌ ସାମ୍‌ନା ପଟରୁ ଆସୁଥିବା ଏକ ବାଇକ୍‌କୁ ଧକ୍କା ଦେଇଛି। ଏଥିରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଅନୁଗୋଳ ଥାନା ରାଣୀଗୋଡା ଗ୍ରାମର ବାବୁଲି ଦେହୁରୀ ଏବଂ ଛେଣ୍ଡିପଦା ଥାନା ମୁଣ୍ଡାମାଳ ସାହିର ନାରାୟଣ ସାହୁ। ମଧ୍ୟାହ୍ନରେ ଟ୍ରକ୍‌(ନଂ. ଓଡି ୩୫ଡି ୦୬୩୪)ଟି ଜରପଡାରୁ ଛେଣ୍ଡିପଦା ଯାଉଥିବାବେଳେ ବିପରୀତ ପାର୍ଶ୍ୱରୁ ଆସୁଥିବା ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆ ମହୋତ୍ସବ ଉଦ୍‌ଯାପିତ: ତାଳବାଦ୍ୟ, ଓଡ଼ିଶୀ ନୃତ୍ୟରେ ଦର୍ଶକ ବିମୋହିତ

ଅନୁଗୋଳ ଅଫିସ, ୯।୧୨ – ଅନୁଗୋଳ ଅମଲାପଡ଼ାସ୍ଥିତ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ନୃତ୍ୟ ନିଳୟ ପକ୍ଷରୁ ଚାଲିଥିବା ସପ୍ତମ ସାତକୋଶିଆ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ନ୍ୟୁୟର୍କ ଫ୍ୟାଶନ ଓ୍ବିକ୍‌ରେ ଆଇଏନ୍‌ଆଇଏଫ୍‌ଡିର କମାଲ୍‌

ଭୁବନେଶ୍ୱର,୨୫।।୬(ବ୍ୟୁରୋ): ପ୍ରତିଷ୍ଠା ହେବାର ମାତ୍ର ଏକବର୍ଷ ମଧ୍ୟରେ ଲାକ୍‌ମୀ ଇଣ୍ଡିଆ ଫ୍ୟାଶନ ଓ୍ବିକ୍‌ ଏବଂ ନ୍ୟୁୟର୍କ ଫ୍ୟାଶନ ଓ୍ବିକ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଫ୍ୟାଶନ ଇଭେଣ୍ଟରେ ଅଂଶଗ୍ରହଣ...

ରମାଦେବୀ ଛାତ୍ରୀଙ୍କୁ ହତ୍ୟା: ପୋଲିସ ହାତରେ ଧରାପଡ଼ିଲା ପ୍ରେମିକ

ଭୁବନେଶ୍ୱର(ବ୍ୟୁରୋ)/ରସୁଲପୁର,୨୯।୧: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଜବତ ଘଟଣାରେ ଭୁବନେଶ୍ୱର ଏୟାରଫିଲ୍‌ଡ ପୋଲିସ ପ୍ରେମିକ ରାକେଶ...

୮ରେ ମା’ ହିଙ୍ଗୁଳାଙ୍କ ରତ୍ନମୁଦ ଉତ୍ସବ:ଏକ ଲକ୍ଷ ଭକ୍ତଙ୍କ ହେବ ସମାଗମ

ତାଳଚେର,୨୯ା୬(ନି.ପ୍ର.) ଆଗାମୀ ଜୁଲାଇ ୮ ହେରା ପଞ୍ଚମୀ ଦିନ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବନିର୍ମିତ ଭବ୍ୟ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହେବ।...

ରାଜ୍ୟରେ ୬୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା, ଆଜି ୧୪ ଜଣଙ୍କ ଜୀବନ ଯାଇଛି

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୪ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୦୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

କିଶୋର ବାସା ‘ଟାଗୋର ନ୍ୟାଶନାଲ ଫେଲୋ’ ମନୋନୀତ

ଭୁବନେଶ୍ୱର,୨୭।୪(ବ୍ୟୁରୋ)-ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଉତ୍କଳ ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ବିଭାଗ ପୂର୍ବତନ ମୁଖ୍ୟ ପ୍ରଫେସର କିଶୋର କୁମାର ବାସାଙ୍କୁ ସମ୍ମାନଜନକ ‘ଟାଗୋର ନ୍ୟାଶନାଲ ଫେଲୋ’...

ହାଇଦ୍ରାବାଦ ବନ୍ୟା: ମୁଖ୍ୟମନ୍ତ୍ରୀଙ୍କ ୫ କୋଟି ସହାୟତା ଘୋଷଣା

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ): ହାଇଦ୍ରାବାଦ ସମେତ ତେଲଙ୍ଗାନାର କିଛି ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୫ କୋଟି ଟଙ୍କାର...

ଜଳସେଚନ ନାହିଁ, ଚାଷଜମି ପଡ଼ିଆ

ବନ୍ତ,୨୯।୧(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଅଞ୍ଚଳବାସୀ କୃଷି ଉପରେ ନିର୍ଭରଶୀଳ। ବ୍ଲକର ପ୍ରାୟ ୯୫ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତିି। କିନ୍ତୁ ଜଳସେଚନ...

Advertisement


Archives

Model This Week

Why Dharitri