Posted inଖେଳ

କିଏ ହେବ ଭାରତୀୟ ଦଳର ପରବର୍ତ୍ତୀ କୋଚ୍; ଜୟ ସାହା ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୧ା୭: ଚଳିତ ମାସ ଶେଷରୁ ଶ୍ରୀଲଙ୍କାରେ ସୀମିତ ଓଭର ସିରିଜରୁ ଭାରତୀୟ କ୍ରିକେଟ୍ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ବିସିସିଆଇ ସଚିବ ଜୟ ଶାହା ସୋମବାର କହିଛନ୍ତି। କିନ୍ତୁ ବିଦାୟୀ ରାହୁଲ ଦ୍ରାବିଡଙ୍କ ବଦଳରେ କିଏ ଏହି ପଦବୀ ହାତେଇବେ ତାହା ପ୍ରକାଶ କରି ନାହାନ୍ତି।

ପୂର୍ବତନ ଓପନର୍ ଗୌତମ ଗମ୍ଭୀର ଭାରତ ମୁଖ୍ୟ ପ୍ରଶିକ୍ଷକ ଭାବରେ ଦ୍ରାବିଡଙ୍କ ଉତ୍ତରାଧିକାରୀ ହେବେ ବୋଲି ଆଶା କରାଯାଉଛି। କ୍ରିକେଟ୍ ପରାମର୍ଶଦାତା କମିଟି ମଧ୍ୟ ଏହି ହାଇପ୍ରୋଫାଇଲ୍ ପଦବୀ ପାଇଁ ଗୌତମ ଗମ୍ଭୀର ଏବଂ ଭାରତର ପୂର୍ବତନ ମହିଳା ପ୍ରଶିକ୍ଷକ ଡବ୍ଲୁ ଭି ରମଣଙ୍କ ପାଇଁ ସାକ୍ଷାତକାର କରିଛି।

ତେବେ ମିଳିଥିବା ଖବର ଅନୁଯାୟୀ “ଉଭୟ କୋଚ୍ ଏବଂ ଚୟନକର୍ତ୍ତା ନିଯୁକ୍ତି ଖୁବ ଶୀଘ୍ର କରାଯିବ। ବିସିସିଆଇ ଦୁଇଟି ନାମ ସର୍ଟଲିଷ୍ଟ କରିଛି ଏବଂ ଖୁବଶୀଘ୍ର ବୋର୍ଡ ଆଲୋଚନା ପରେ ନୂତନ କୋଚଙ୍କ ନାମ ଘୋଷଣା ହେବ। ତେବେ ଭିଭିଏସ୍ ଜିମ୍ବାୱେ ଗସ୍ତ ପାଇଁ ଭି.ଏସ.ଏସ ଲକ୍ଷ୍ମଣ ଯାଉଛନ୍ତି କିନ୍ତୁ ଶ୍ରୀଲଙ୍କା ସିରିଜରୁ ନୂତନ କୋଚ୍ ଯୋଗଦେବେ ବୋଲି ଶାହା କହିଛନ୍ତି। ଭାରତୀୟ ଦଳ ଜୁଲାଇ ୨୭ ରୁ ତିନି ଟି -୨୦ ଏବଂ ଅନେକ ଦିନିକିଆ ପାଇଁ ଶ୍ରୀଲଙ୍କା ଗସ୍ତ କରିବେ।

ଶନିବାର ୧୧ ବର୍ଷ ପରେ ଭାରତ ଆଇସିସି ଟାଇଟଲ ଜିତିବା ପରେ ଶାହା ନିଜର ଆନନ୍ଦ ପ୍ରଦର୍ଶନ କରିଥିଲେ। ଫାଇନାଲରେ ମ୍ୟାଚ୍ ଜିତିଥିବା ନକ୍ ଖେଳିଥିବା ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ।

ବିଜୟ ପରେ ଉଭୟ ଷ୍ଟାଲୱାର୍ଟ ଟି-୨୦ରୁ ଅବସର ଘୋଷଣା କରିଥିଲେ ଏବଂ ଗୋଟିଏ ଦିନ ପରେ ଫର୍ମାଟକୁ ବିଦାୟ ଦେବା ପାଇଁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri