ନରସିଂହପୁର ଜଙ୍ଗଲରେ ୨ ମାଈ ହାତୀ ଅସୁସ୍ଥ

ନରସିଂହପୁର,୨ା୬ (ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ବନଖଣ୍ଡ ଅଧୀନ ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜ ଜଙ୍ଗଲରେ ୨ ମାଈ ହାତୀ ଅସୁସ୍ଥ ହୋଇପଡ଼ିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ୨ ଅସୁସ୍ଥ ହାତୀଙ୍କର ଚିକିତ୍ସା ଏବେ ଡାକ୍ତରୀ ଟିମ୍‌ ଦ୍ୱାରା ଜାରି ରହିଥିବା ଜଣାପଡିଛି। ରେଞ୍ଜ ଅଧୀନ ସେରମୁଣ୍ଡା ରିଜର୍ଭ ଜଙ୍ଗଲରେ ଗୋଟିଏ ମାଈ ହାତୀର ଆଗ ବାମ ଗୋଡ଼ରେ ଆଘାତ କାରଣରୁ ହାତୀଟି ଚାଲିପାରୁନାହିଁ ବୋଲି ବନ ବିଭାଗର କର୍ମଚାରୀ ଦେଖିବାକୁ ପାଇଥିଲେ। ଏହା ପରେ ବନ ବିଭାଗ ପକ୍ଷରୁ ହାତୀଟିର ଚିକିତ୍ସା ପାଇଁ ନରସିଂହପୁର ପ୍ରାଣୀ ଚିକିତ୍ସକ ଓ ସାତକୋଶିଆ ବନ୍ୟପ୍ରାଣୀ ଡାକ୍ତରଙ୍କ ସହାୟତା ନିଆଯାଇଛି। ଡାକ୍ତରୀ ଟିମ୍‌ ହାତୀଟିକୁ ପ୍ରଥମେ ପାଚିଲା ପଣସରେ ଔଷଧ ମିଶାଇ ଖାଇବାକୁ ଦେଇଥିଲେ। ହାତୀଟି ପଣସର କିଛି ଅଂଶ ଖାଇଥିବା ବେଳେ ବଳକା ଅଂଶକୁ ଫୋପାଡି ଦେଇଥିଲା। ସେହିଭଳି ବୁଧବାର ଓଲବ ରିଜର୍ଭର ଜଡାପଡା ଜଙ୍ଗଲରେ ଏକ ୧୫ ବର୍ଷୀୟା ମାଈ ହାତୀ ଅସୁସ୍ଥ ହୋଇପଡ଼ିଥିବା ବନ ବିଭାଗ ସୂତ୍ରରୁ ଖବର ମିଳିଛି। ହାତୀଟିର ପଛ ପାଖ ଡାହାଣ ଗୋଡ଼ରେ ଆଘାତ କାରଣରୁ ହାତୀଟି ଜଙ୍ଗଲ ଭିତରୁ ବାହାରି ଆସି ପରେଷ୍ଟ ବିଟ୍‌ ହାଉସ ନିକଟରେ ଧୀରେ ଧୀରେ ବୁଲୁଥିଲା। ଏହା ଦେଖିବା ପରେ ପୂର୍ବାଞ୍ଚଳ ବନ ବିଭାଗ ରେଞ୍ଜର ବିଭୁ ରଞ୍ଜନ ରାୟଙ୍କ ନେତୃତ୍ୱରେ ସାତକୋଶିଆ ବନ୍ୟପ୍ରାଣୀ ଚିକିତ୍ସକ ଟିମ୍‌ ସହ ନରସିଂହପୁର ପ୍ରାଣୀ ଚିକିତ୍ସକ ବିଜୟ କୁମାର ସେନାପତି ଘଟଣାସ୍ଥଳକୁ ଯାଇ ଅସୁସ୍ଥ ହାତୀଟିକୁ ପଣସ ମାଧ୍ୟମରେ ଔଷଧ ଖାଇବାକୁ ଦେଇଥିଲେ। ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଯାଦବଙ୍କ ନିର୍ଦ୍ଦେଶକ୍ରମେ ନରସିଂହପୁର ଏସ୍‌ସିଏଫ୍‌ ଘନଶ୍ୟାମ ମୁଦୁଲି ଓ ରେଞ୍ଜର ବିଭୁ ରଞ୍ଜନ ରାୟ ଉଭୟ ସ୍ଥାନକୁ ଯାଇ ଅସୁସ୍ଥ ହାତୀ ୨ଟିର ଗତିବିଧି ଉପରେ ନଜର ରଖିବା ସହ ସେଠାରେ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଅସୁସ୍ଥ ହାତୀ ୨ଟିର ସ୍ବାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ରେଞ୍ଜର ରାୟ ସୂଚନା ଦେଇଛନ୍ତି। ହାତୀ ୨ଟିର ଗୋଡ଼ରେ ଏଭଳି ଆଘାତ ହେବାର କାରଣ ଠିକ୍‌ ଜଣାପଡିନାହିଁ। ପ୍ରାଥମିକ ଚିକିତ୍ସାରେ ଯଦି ଭଲ ନ ହେଲା ତେବେ ହାତୀ ୨ଟିକୁ ଅଧିକ ଚିକିତ୍ସା ନିମନ୍ତେ ବ୍ୟବସ୍ଥା କରାଯିବ ବୋଲି ପ୍ରାଣୀ ଚିକିତ୍ସକ ସେନାପତି କହିଛନ୍ତି। ନରସିଂହପୁର ଜଙ୍ଗଲରେ ୬ ମାସ ମଧ୍ୟରେ ୬ଟି ହାତୀଙ୍କ ମୃତ୍ୟୁ ଘଟି ସାରିଲାଣି। ଏବେ ୨ଟି ହାତୀଙ୍କ ଗୋଡ଼ ସଂକ୍ରମିତ ହେବା ପରିବେଶବିତ୍‌ମାନଙ୍କୁ ଚିନ୍ତାର କାରଣ ହୋଇଛି ବୋଲି ଶିକ୍ଷାବିତ୍‌ ଦେବରାଜ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri