ସୁରକ୍ଷା ଶୂନ, ଯୋଗାଯୋଗ ବିଚ୍ଛିନ୍ନ

ଯାଜପୁର ଅଫିସ/ବରୀ(ଡି.ଏନ.ଏ.),୨ା୬: ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରି ଅଞ୍ଚଳର ବିକାଶ ପ୍ରକ୍ରିୟାରେ ସନ୍ତୁଳନ ରକ୍ଷା କରିବା ପାଇଁ ବିଭିନ୍ନ ଯୋଜନାରେ ଛୋଟବଡ ବ୍ରିଜ ନିର୍ମାଣ ହେଉଛି। ଏଥିରେ ପୂର୍ତ୍ତ, ଜଳସେଚନ, ଡ୍ରେନେଜ ଓ ଗ୍ରାମ୍ୟ ନିର୍ମାଣ ବିଭାଗ ଜରିଆରେ ବିପୁଳ ଅର୍ଥ ବିନିଯୋଗ ହେଉଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଠିକାଦାର ପ୍ରୀତି ଓ ଆନ୍ତରିକତାର ଅଭାବ ଯୋଗୁ ବ୍ରିଜ କାର୍ଯ୍ୟର ମାନ ନୈରାଶ୍ୟଜନକ ହେବା ସହ ଦୀର୍ଘସ୍ଥାୟୀ ହୋଇ ପାରୁନାହିଁ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗ୍ରାମ୍ୟ ନିର୍ମାଣ ବିଭାଗ ଜାରକା ଡିଭିଜନ ଅଧୀନସ୍ଥ କେଲୁଅ ନଦୀର ଶାଖା ନାଳ ଉପରେ ପଣସୁଆପାଲ ନିକଟରେ ନିର୍ମିତ ଏକ ବ୍ରିଜ। ଗତ ୨୯ ତାରିଖ ପୂର୍ବାହ୍ନରେ ଏହି ବ୍ରିଜ ଭୁଶୁଡି ପଡିଥିବାବେଳେ ବିଭାଗୀୟ କୌଣସି ଅଧିକାରୀ ଏଯାଏ ଘଟଣାସ୍ଥଳକୁ ପରିଦର୍ଶନରେ ଯାଇ ନାହାନ୍ତି କିମ୍ବା ବିହିତ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏଥିଯୋଗୁ ଦୁର୍ଘଟଣା ଘଟିବା ବହୁ ସମ୍ଭାବନା ରହିଛି। ଯାହାକୁ ନେଇ ଏହି ବ୍ରିଜ ଉପରେ ନିର୍ଭରଶୀଳ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ଜିଲାର ଗ୍ରାମାଞ୍ଚଳ ଅଧିବାସୀଙ୍କ ଯୋଗାଯୋଗର ପ୍ରମୁଖ ମାଧ୍ୟମ ହେଉଛି ସଡ଼କ ପଥ। ଏହି କ୍ରମରେ ନଦୀନାଳ ଭରା ଯାଜପୁର ଜିଲାର ଗମନାଗମନ କ୍ଷେତ୍ରକୁ ଅଧିକ ସୁଦୃଢ ଏବଂ ସହଜ କରିବା ଲକ୍ଷ୍ୟରେ ଶତାଧିକ ବ୍ରିଜ ନିର୍ମାଣ କରାଯାଇଛି। ହେଲେ ଠିକାକାମକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଜିଲାର ଯେ କୌଣସି ବ୍ରିଜ କାର୍ଯ୍ୟକୁ ଦେଖିଲେ ସ୍ବାଭାବିକ ଭାବେ ଏହି ଯୋଜନାର ସଫଳତା ନିରୁପିତ କରି ହେବ। ବଡ଼ଚଣା ଓ ବରୀକୁ ସଂଯୋଗୀକରଣ କରୁଥିବା ନାଳ ଉପରେ ନିର୍ମିତ ବ୍ରିଜ ଧସି ପଡିବା ଯୋଗୁ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଏହି ବ୍ରିଜଟି ବଡ଼ଚଣା ବ୍ଲକ ଅଧୀନରେ ହୋଇଥିବାବେଳେ ଏହା ଉପରେ ରନତ୍ଗିରି ପଞ୍ଚାୟତ ସମେତ ଡିମିରିଆପାଳ ଏବଂ ବଡଚଣା ବ୍ଳକର ପଣସୁଆପାଳ ଗ୍ରାମବାସୀ ନିର୍ଭର କରିଥାନ୍ତି। ଏହାସହ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରନତ୍ଗିରିକୁ ଯିବାକୁ ଏହି ରାସ୍ତାକୁ ପର୍ଯ୍ୟଟକମାନେ ସଟ୍‌କଟ୍‌ ଭାବେ ବ୍ୟବହାର କରନ୍ତି। ବିଶେଷକରି ସଂପୃକ୍ତ ଅଞ୍ଚଳବାସୀ ସ୍ବାସ୍ଥ୍ୟ ସେବା ନିମନ୍ତେ ରନତ୍ଗିରି ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଯିବା ପାଇଁ ଏହି ରାସ୍ତା ଏକମାତ୍ର ମାଧ୍ୟମ। ହେଲେ ଏହି ବ୍ରିଜ ଭୁଶୁଡିବା ଘଟଣାକୁ ୪ ଦିନ ଅତିକ୍ରାନ୍ତ ହୋଇଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ଘଟଣାସ୍ଥଳ ପରିଦର୍ଶନ ନ କରିବା ଓ ମରାମତି ନିମନ୍ତେ କୌଣସି ଠୋସ ପଦକ୍ଷେପ ନ ନେବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ରତ୍ନଗିରି ପଞ୍ଚାୟତର ସାମାଜିକ କର୍ମୀ ଆର୍ତ୍ତ ମଲ୍ଲିକ କୁହନ୍ତି, ସରକାର ଗମନାଗମନକୁ ଗୁରୁତ୍ୱତ୍ ଦେଉଥିବାବେଳେ ବ୍ରିଜଟି ଭୁଶୁଡିବା କାରଣରୁ ସେମାନେ ଜମିର ଦଳ ପୋଖରୀ ଭିତରେ ପଶି ସ୍ବାସ୍ଥ୍ୟକେନ୍ଦ୍ର ଏବଂ ମୁଖ୍ୟ ବଜାରକୁ ଯିବା ଆସିବା କରିବାକୁ ବାଧ୍ୟ ହେଉଛୁ। ଗୁରୁତର ରୋଗୀଙ୍କ ପାଇଁ ଏହା କାଳ ହେବ ବୋଲି ସେ କହିଛନ୍ତି। ଅବସର ପ୍ରାପ୍ତ ଶିକ୍ଷକ ପିତାମ୍ବର ମଲ୍ଲିକ କୁହନ୍ତି, ବାରମ୍ବାର ଅଭିଯୋଗ ପରେ ବି କୌଣସି ରାଜନେତା କିମ୍ବା ବିଭାଗୀୟ ଅଧିକାରୀ ନ ଶୁଣିବାରୁ ନିମ୍ନମାନର କାର୍ଯ୍ୟ ହେବା ଯୋଗୁ ଏହି ସେତୁ ଭୁଶୁଡି ପଡିଛି। ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ବିକାଶର ନାରା ଦେଉଥିବାବେଳେ ଆମେ ବିକାଶଠୁ କେତେ ଦୂରରେ ରହିଛୁ ତାହା ଭାଙ୍ଗିଥିବା ସେତୁରୁ ସ୍ପଷ୍ଟ ଅନୁମେୟ। ରନତ୍ଗିରି ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଶୋକ କୁମାର ଜେନା କୁହନ୍ତି, ଦଳୀୟ ଭିତ୍ତିରେ ଠିକାଦାରମାନେ କାମ କଲେ ବି ବିଭାଗୀୟ କର୍ତ୍ତୃପକ୍ଷ ଆଖି ବୁଝି ଦେଉଛନ୍ତି। ଯେତେ ଅଭିଯୋଗ କଲେ ବି ରାଜନତିକ ଚାପ ଯୋଗୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଏଭଳି ମନମୁଖୀ କାମ ଚାଲିଛି।

ଏ ସଂକ୍ରାନ୍ତରେ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ମାରାଣ୍ଡିଙ୍କୁ ପଚାରିବାରେ ସେ କହିଛନ୍ତି, ବିଜୁ ସେତୁ ଯୋଜନାରେ ଉକ୍ତ ବ୍ରିଜ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯିବ। ତେବେ ବର୍ତ୍ତମାନ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ରିଜର ଉଭୟ ପାର୍ଶ୍ୱରେ ମାଟି ପକାଇବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?