ନକଲି ଡାକ୍ତରଙ୍କ ନାମରେ ଆଉ ୨ ମାମଲା

ଭୁବନେଶ୍ୱର,୪।୩(ବ୍ୟୁରୋ): ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ଲୁଟିବା ସହ ଠକେଇ ମାମଲାରେ ଜେଲ ଯାଇଥିବା ରସିକିଆ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁଙ୍କ ନାମରେ ଅଭିଯୋଗ ଫର୍ଦ୍ଦ ବଢିବାରେ ଲାଗିଛି। ଦିନକୁ ଦିନ ତାଙ୍କର ନୂଆ ଧରଣର ଠକେଇ ଲୋକଲୋଚନକୁ ଆସୁଛି। ଅଭିଯୋଗ ଅଧାରରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାର ପାହାଳ ଓ ଶହୀଦନଗର ଥାନାରେ ରମେଶଙ୍କ ନାଁରେ ଆଉ ୨ଟି ମାମଲା ରୁଜୁ ହୋଇଛି। ଫଳରେ ତାଙ୍କ ବିରୋଧରେ ମାମଲା ସଂଖ୍ୟା ୧୫ରେ ପହଞ୍ଚତ୍ଛି।
ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ରମେଶ ସତ୍ୟବିହାରରେ ରହୁଥିବା ଉପେନ୍ଦ୍ର କୁମାର ମହାରଣା ନାମକ ଜଣେ ଠିକାଦାରଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଡେପୁଟି ଡାଇରେକ୍ଟର କହି ଠକେଇ ଜାଲରେ ଫସାଇଥିଲେ। ୨୦୧୮ରେ ରମେଶ ପାହାଳ ଅଞ୍ଚଳରେ ଥିବା ତାଙ୍କ ଜମିରେ ୩ ତାଲା କୋଠା କରିବାକୁ ଉପେନ୍ଦ୍ରଙ୍କୁ କହିଥିଲେ। ଉପେନ୍ଦ୍ର ତାଙ୍କ କଥାକୁ ବିଶ୍ୱାସ କରି ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ଉକ୍ତ ଜମି ଚାରିପଟେ ପାଚେରି ନିର୍ମାଣ କରିଥିଲେ। ହେଲେ ଏ ବାବଦକୁ ଉପେନ୍ଦ୍ର ତାଙ୍କୁ ଟଙ୍କା ମାଗିବାରୁ ସେ ଫୋନ ଉଠାଇ ନ ଥିଲେ କି ଦେଖା ଦେଇ ନ ଥିଲେ। ଏନେଇ ଉପେନ୍ଦ୍ର ଅଭିଯୋଗ କରିବା ପରେ ପାହାଳ ଥାନା ପୋଲିସ ଏକ ମାମଲା (ନଂ.୨୧/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେହିପରି ଖଣ୍ଡଗିରି ଥାନା ଅନ୍ତର୍ଗତ ପାତ୍ରପଡ଼ାରୁ ଜବତ ହୋଇଥିବା କାର୍‌କୁ ରମେଶ ଶହୀଦନଗର ଥାନା ଅଞ୍ଚଳରେ ଥିବା ଏକ ଶୋ’ରୁମ୍‌ରୁ ୨୦୧୯ରେ ଜାଲ କାଗଜପତ୍ର ଦେଇ କିଣିଥିଲେ। ଏନେଇ ମହିଳା ଥାନା ପୋଲିସ ପକ୍ଷରୁ ଅଭିଯୋଗ ହେବା ପରେ ଶହୀଦନଗର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଅନ୍ୟପକ୍ଷରେ ଅଭିଯୁକ୍ତ ରମେଶ ତୃତୀୟଥର ପାଇଁ ରିମାଣ୍ଡରେ ଆସିବେ। ଗୁଆହାଟୀର ଜଣେ ଡାକ୍ତରାଣୀଙ୍କୁ ମିଥ୍ୟା ପରିଚୟ ଦେଇ ବିବାହ କରିବା ପରେ ରମେଶ ତାଙ୍କଠାରୁ ୨୩ ଲକ୍ଷ ଟଙ୍କା ଠକି ନେଇଥିଲେ। ରମେଶ ଗିରଫ ହେବା ପରେ ଉକ୍ତ ଡାକ୍ତରାଣୀ ସ୍ତ୍ରୀ ଭୁବନେଶ୍ୱର ମହିଳା ଥାନାରେ ପହଞ୍ଚତ୍ ଅଭିଯୋଗ କରିଥିଲେ। ଏହି ମାମଲା (ନଂ.୨୨/୨୦୨୨)ରେ ରମେଶଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ମହିଳା ଥାନା ପୋଲିସ ଆବେଦନ କରିଥିଲା। କୋର୍ଟ ଆବେଦନକୁ ଗ୍ରହଣ ୫ ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି। ଶୁକ୍ରବାରଠାରୁ ରମେଶଙ୍କୁ ରିମାଣ୍ଡରେ ଅଣାଯାଇ ମାରାଥନ ଜେରା କରାଯିବ ବୋଲି ଥାନା ଅଧିକାରରିଣୀ ସନ୍ତୋଷିନୀ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri