ଅଟୋ ସେକ୍ଟରକୁ ଜିଏସ୍‌ଟି ରିହାତି ମିଳୁ

କୋଭିଡ୍‌ ମହାମାରୀ ଯୋଗୁ ପ୍ରଭାବିତ ହୋଇଥିବା ବ୍ୟବସାୟିକ କ୍ଷେତ୍ରଗୁଡ଼ିକ ମଧ୍ୟରୁ ଅଟୋ ଉଦ୍ୟୋଗ ପ୍ରମୁଖ। ସମ୍ପ୍ରତି ସ୍ଥିତି ସୁଧୁରିବାରେ ଲାଗିଥିବାବେଳେ ଗାଡ଼ିଗୁଡ଼ିକର ବଜାର ଦରରେ ୩୦% ବୃଦ୍ଧି ଯୋଗୁ ଲୋକଙ୍କ କିଣିବା ଆଗ୍ରହ କମିଯାଉଛି। ଏଭଳି ସ୍ଥିତିରେ ଅଟୋମୋବାଇଲ୍‌ କ୍ଷେତ୍ରକୁ ଜିଏସ୍‌ଟିରେ ରିହାତି ଦେବା ଆବଶ୍ୟକ ବୋଲି ଧରିତ୍ରୀକୁ ସାକ୍ଷାତ୍‌କାର ଦେବାବେଳେ ସମ୍ବଲପୁରସ୍ଥିତ ଉଜ୍ଜ୍ୱଳ ବଜାଜର ବ୍ୟବସାୟିକ ପାର୍ଟନର ଦୀପକ କୁମାର ଶର୍ମା କହିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଉଜ୍ଜ୍ୱଳ ବଜାଜର ଯାତ୍ରା କିପରି ରହିଛି?
୨୦୦୫ରେ ଆମେ ଅଟୋମୋବାଇଲ୍‌ କ୍ଷେତ୍ରରେ ପାଦ ଦେଇଥଲୁ। ସମ୍ବଲପୁର ସହରରେ ପ୍ରଥମେ ଉଜ୍ଜ୍ୱଳ ବଜାଜ ଶୋ’ରୁମ୍‌ ଆରମ୍ଭ କରିଥିଲୁ। ପରବର୍ତ୍ତୀ ସମୟରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ବ୍ୟବସାୟ ବଢ଼ାଇବା ଦିଗରେ କାର୍ଯ୍ୟ କରିଥିଲୁ। ବର୍ତ୍ତମାନ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ଝାରସୁଗୁଡା, ସୁବର୍ଣ୍ଣପୁର, ବୌଦ୍ଧ ଓ ଦେବଗଡ଼ ଜିଲାରେ ଆମର ବଜାଜ ଶୋ’ରୁମ୍‌ ରହିଛି।
ଆପଣଙ୍କ କମ୍ପାନୀର ୟୁଏସ୍‌ପି କ’ଣ ରହିଛି ଏବଂ ଶୋ’ରୁମ୍‌ରେ ବର୍ତ୍ତମାନ କେଉଁ ସବୁ ମଡେଲ୍‌ ଉପଲବ୍ଧ?
ବଜାଜ ଏକ ସ୍ବଦେଶୀ କମ୍ପାନୀ। ୧୯୪୫ରେ ଏହା ଆରମ୍ଭ ହୋଇଥିଲା। ପ୍ରଥମେ ବଜାଜ ସ୍କୁଟରର ବଜାର ପ୍ରବେଶ ହୋଇଥିଲା। ବଜାଜ କମ୍ପାନୀ ସର୍ବଦା ଲୋକଙ୍କ ଆବଶ୍ୟକତା ଏବଂ ଚାହିଦାକୁ ଆଖି ଆଗରେ ରଖି ବାଇକ୍‌ ନିର୍ମାଣ କରିଥାଏ। ସେଥିପାଇଁ ମୋଟରସାଇକେଲ୍‌ ନିର୍ମାଣରେ ବଜାଜ୍‌ ସାରା ବିଶ୍ୱରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। କମ୍ପାନୀର ପଲ୍‌ସର ବାଇକ୍‌ ସଫଳତାର ଶୀର୍ଷକୁ ଛୁଇଁଛି। ବର୍ତ୍ତମାନ ଏହି କମ୍ପାନୀର ଗାଡ଼ିଗୁଡ଼ିିକ ୭୦ଟି ଦେଶରେ ବିକ୍ରି ହେଉଛି। ଆମ ଶୋ’ରୁମ୍‌ଗୁଡ଼ିକରେ ମଧ୍ୟ ସମସ୍ତ ମଡେଲ୍‌ର ଗାଡ଼ି ଉପଲବ୍ଧ ରହିଛି। ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଯୋଗୁ ପରିବେଶ ପ୍ରଦୂଷିତ ହେବାରେ ଲାଗିଥିବାରୁ ସରକାର ଇଲେକ୍‌ଟ୍ରିକ୍‌ ବାଇକ୍‌ ପ୍ରଚଳନ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏ ଦିଗରେ ବଜାଜ୍‌ କମ୍ପାନୀ ସରକାରଙ୍କୁ ସମର୍ଥନ କରିବା ସହିତ ୨୦୨୩ ସୁଦ୍ଧା ଇଲେକ୍ଟ୍ରିକ୍‌ ଗାଡ଼ିର ବଜାର ପ୍ରବେଶ ପାଇଁ ଲକ୍ଷ୍ୟ ରଖିଛି।

ସଫଳତାର ଶ୍ରେୟ ଆପଣ କାହାକୁ ଦେବେ?
ସଫଳତାର ଶ୍ରେୟ ସମସ୍ତ ଗ୍ରାହକଙ୍କୁ ଦେବି। ଗ୍ରାହକଙ୍କର ଆମ ଉପରେ ଥିବା ଦୃଢ଼ ବିଶ୍ୱାସ ଯୋଗୁ ଆମେ ଆଜି ଏହି ସ୍ତରରେ ପହଞ୍ଚତ୍ପାରିଛୁ। ଅନ୍ୟପଟେ ବଜାଜ କମ୍ପାନୀ ମଧ୍ୟ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରକୁ ନୂତନ ଜ୍ଞାନକୌଶଳରେ ନିର୍ମିତ ଗାଡ଼ି ଯୋଗାଇଦେଉଛି। ଫଳରେ ଉଜ୍ଜ୍ୱଳ ବଜାଜ ସଫଳ ହୋଇପାରିଛି।

ବଜେଟ-୨୦୨୨ ଉପରେ ଆପଣଙ୍କର ମତ କ’ଣ?
କେନ୍ଦ୍ର ବଜେଟ ୨୦୨୨-୨୩ରେ ମଧ୍ୟବିତ୍ତଙ୍କ ପାଇଁ ବିଶେଷ କିଛି ସୁବିଧା ନାହିଁ। କୋଭିଡ୍‌ ଲକ୍‌ଡାଉନ୍‌ ଯୋଗୁ ଅନେକ ଜିନିଷର ବଜାର ଦର ବୃଦ୍ଧି ପାଇଛି। ପେଟ୍ରୋଲ ଦର ଆକାଶଛୁଆଁ ହୋଇଥିବାବେଳେ ଗାଡ଼ିଗୁଡ଼ିକର ମୂଲ୍ୟରେ ୩୦ ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ ଜନସାଧାରଣ ନୂଆ ଗାଡ଼ି କିଣିବାକୁ ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ସରକାର ଅଟୋମୋବାଇଲ୍‌ କ୍ଷେତ୍ରକୁ ଜିଏସ୍‌ଟିରେ ରିହାତି ଦେବା ଜରୁରୀ ହୋଇପଡ଼ିଛି। ଏହାଦ୍ୱାରା ଗ୍ରାହକମାନେ ନୂଆ ଗାଡ଼ି କିଣିବାକୁ ଆଗ୍ରହ ପ୍ରକାଶ କରିବେ।

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆପଣଙ୍କ କି ଯୋଜନା ରହିଛି?
ବଜାଜ କମ୍ପାନୀ ଯାହା ଯୋଜନା କରିବ, ଆମେ ତାହା କରିବୁ। ମୁଖ୍ୟତଃ ଆଗାମୀ ଦିନ ପାଇଁ ଇଲେକ୍ଟ୍ରିକ୍‌ ବାଇକ୍‌ ଉପରେ ଫୋକସ୍‌ ରହିବ। ବର୍ତ୍ତମାନ ବଜାରରେ ବିଏସ୍‌-୬ ଚାଲୁଛି। କିନ୍ତୁ ଇଲେକ୍ଟ୍ରିକ୍‌ ଗାଡ଼ିର ମୂଲ୍ୟ ଅଧିକ ରହିଛି। ତେଣୁ ସରକାର ଗ୍ରାହକମାନଙ୍କୁ କିଛି ରିହାତି ଦେବା ସହିତ ସଚେତନ କରିବା ଆବଶ୍ୟକ। ଏଥିସହିତ ରାସ୍ତା ଏବଂ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକରେ ଚାର୍ଜିଂ ପଏଣ୍ଟ ସ୍ଥାପନ କଲେ ଇଲେକ୍ଟ୍ରିକ୍‌ ବାଇକ୍‌ର ବ୍ୟବହାର ସୁବିଧାଜନକ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?