ଅଟୋ ସେକ୍ଟରକୁ ଜିଏସ୍‌ଟି ରିହାତି ମିଳୁ

କୋଭିଡ୍‌ ମହାମାରୀ ଯୋଗୁ ପ୍ରଭାବିତ ହୋଇଥିବା ବ୍ୟବସାୟିକ କ୍ଷେତ୍ରଗୁଡ଼ିକ ମଧ୍ୟରୁ ଅଟୋ ଉଦ୍ୟୋଗ ପ୍ରମୁଖ। ସମ୍ପ୍ରତି ସ୍ଥିତି ସୁଧୁରିବାରେ ଲାଗିଥିବାବେଳେ ଗାଡ଼ିଗୁଡ଼ିକର ବଜାର ଦରରେ ୩୦% ବୃଦ୍ଧି ଯୋଗୁ ଲୋକଙ୍କ କିଣିବା ଆଗ୍ରହ କମିଯାଉଛି। ଏଭଳି ସ୍ଥିତିରେ ଅଟୋମୋବାଇଲ୍‌ କ୍ଷେତ୍ରକୁ ଜିଏସ୍‌ଟିରେ ରିହାତି ଦେବା ଆବଶ୍ୟକ ବୋଲି ଧରିତ୍ରୀକୁ ସାକ୍ଷାତ୍‌କାର ଦେବାବେଳେ ସମ୍ବଲପୁରସ୍ଥିତ ଉଜ୍ଜ୍ୱଳ ବଜାଜର ବ୍ୟବସାୟିକ ପାର୍ଟନର ଦୀପକ କୁମାର ଶର୍ମା କହିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଉଜ୍ଜ୍ୱଳ ବଜାଜର ଯାତ୍ରା କିପରି ରହିଛି?
୨୦୦୫ରେ ଆମେ ଅଟୋମୋବାଇଲ୍‌ କ୍ଷେତ୍ରରେ ପାଦ ଦେଇଥଲୁ। ସମ୍ବଲପୁର ସହରରେ ପ୍ରଥମେ ଉଜ୍ଜ୍ୱଳ ବଜାଜ ଶୋ’ରୁମ୍‌ ଆରମ୍ଭ କରିଥିଲୁ। ପରବର୍ତ୍ତୀ ସମୟରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ବ୍ୟବସାୟ ବଢ଼ାଇବା ଦିଗରେ କାର୍ଯ୍ୟ କରିଥିଲୁ। ବର୍ତ୍ତମାନ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ଝାରସୁଗୁଡା, ସୁବର୍ଣ୍ଣପୁର, ବୌଦ୍ଧ ଓ ଦେବଗଡ଼ ଜିଲାରେ ଆମର ବଜାଜ ଶୋ’ରୁମ୍‌ ରହିଛି।
ଆପଣଙ୍କ କମ୍ପାନୀର ୟୁଏସ୍‌ପି କ’ଣ ରହିଛି ଏବଂ ଶୋ’ରୁମ୍‌ରେ ବର୍ତ୍ତମାନ କେଉଁ ସବୁ ମଡେଲ୍‌ ଉପଲବ୍ଧ?
ବଜାଜ ଏକ ସ୍ବଦେଶୀ କମ୍ପାନୀ। ୧୯୪୫ରେ ଏହା ଆରମ୍ଭ ହୋଇଥିଲା। ପ୍ରଥମେ ବଜାଜ ସ୍କୁଟରର ବଜାର ପ୍ରବେଶ ହୋଇଥିଲା। ବଜାଜ କମ୍ପାନୀ ସର୍ବଦା ଲୋକଙ୍କ ଆବଶ୍ୟକତା ଏବଂ ଚାହିଦାକୁ ଆଖି ଆଗରେ ରଖି ବାଇକ୍‌ ନିର୍ମାଣ କରିଥାଏ। ସେଥିପାଇଁ ମୋଟରସାଇକେଲ୍‌ ନିର୍ମାଣରେ ବଜାଜ୍‌ ସାରା ବିଶ୍ୱରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। କମ୍ପାନୀର ପଲ୍‌ସର ବାଇକ୍‌ ସଫଳତାର ଶୀର୍ଷକୁ ଛୁଇଁଛି। ବର୍ତ୍ତମାନ ଏହି କମ୍ପାନୀର ଗାଡ଼ିଗୁଡ଼ିିକ ୭୦ଟି ଦେଶରେ ବିକ୍ରି ହେଉଛି। ଆମ ଶୋ’ରୁମ୍‌ଗୁଡ଼ିକରେ ମଧ୍ୟ ସମସ୍ତ ମଡେଲ୍‌ର ଗାଡ଼ି ଉପଲବ୍ଧ ରହିଛି। ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଯୋଗୁ ପରିବେଶ ପ୍ରଦୂଷିତ ହେବାରେ ଲାଗିଥିବାରୁ ସରକାର ଇଲେକ୍‌ଟ୍ରିକ୍‌ ବାଇକ୍‌ ପ୍ରଚଳନ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏ ଦିଗରେ ବଜାଜ୍‌ କମ୍ପାନୀ ସରକାରଙ୍କୁ ସମର୍ଥନ କରିବା ସହିତ ୨୦୨୩ ସୁଦ୍ଧା ଇଲେକ୍ଟ୍ରିକ୍‌ ଗାଡ଼ିର ବଜାର ପ୍ରବେଶ ପାଇଁ ଲକ୍ଷ୍ୟ ରଖିଛି।

ସଫଳତାର ଶ୍ରେୟ ଆପଣ କାହାକୁ ଦେବେ?
ସଫଳତାର ଶ୍ରେୟ ସମସ୍ତ ଗ୍ରାହକଙ୍କୁ ଦେବି। ଗ୍ରାହକଙ୍କର ଆମ ଉପରେ ଥିବା ଦୃଢ଼ ବିଶ୍ୱାସ ଯୋଗୁ ଆମେ ଆଜି ଏହି ସ୍ତରରେ ପହଞ୍ଚତ୍ପାରିଛୁ। ଅନ୍ୟପଟେ ବଜାଜ କମ୍ପାନୀ ମଧ୍ୟ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରକୁ ନୂତନ ଜ୍ଞାନକୌଶଳରେ ନିର୍ମିତ ଗାଡ଼ି ଯୋଗାଇଦେଉଛି। ଫଳରେ ଉଜ୍ଜ୍ୱଳ ବଜାଜ ସଫଳ ହୋଇପାରିଛି।

ବଜେଟ-୨୦୨୨ ଉପରେ ଆପଣଙ୍କର ମତ କ’ଣ?
କେନ୍ଦ୍ର ବଜେଟ ୨୦୨୨-୨୩ରେ ମଧ୍ୟବିତ୍ତଙ୍କ ପାଇଁ ବିଶେଷ କିଛି ସୁବିଧା ନାହିଁ। କୋଭିଡ୍‌ ଲକ୍‌ଡାଉନ୍‌ ଯୋଗୁ ଅନେକ ଜିନିଷର ବଜାର ଦର ବୃଦ୍ଧି ପାଇଛି। ପେଟ୍ରୋଲ ଦର ଆକାଶଛୁଆଁ ହୋଇଥିବାବେଳେ ଗାଡ଼ିଗୁଡ଼ିକର ମୂଲ୍ୟରେ ୩୦ ପ୍ରତିଶତ ବୃଦ୍ଧି ହୋଇଛି। ଫଳରେ ଜନସାଧାରଣ ନୂଆ ଗାଡ଼ି କିଣିବାକୁ ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ସରକାର ଅଟୋମୋବାଇଲ୍‌ କ୍ଷେତ୍ରକୁ ଜିଏସ୍‌ଟିରେ ରିହାତି ଦେବା ଜରୁରୀ ହୋଇପଡ଼ିଛି। ଏହାଦ୍ୱାରା ଗ୍ରାହକମାନେ ନୂଆ ଗାଡ଼ି କିଣିବାକୁ ଆଗ୍ରହ ପ୍ରକାଶ କରିବେ।

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆପଣଙ୍କ କି ଯୋଜନା ରହିଛି?
ବଜାଜ କମ୍ପାନୀ ଯାହା ଯୋଜନା କରିବ, ଆମେ ତାହା କରିବୁ। ମୁଖ୍ୟତଃ ଆଗାମୀ ଦିନ ପାଇଁ ଇଲେକ୍ଟ୍ରିକ୍‌ ବାଇକ୍‌ ଉପରେ ଫୋକସ୍‌ ରହିବ। ବର୍ତ୍ତମାନ ବଜାରରେ ବିଏସ୍‌-୬ ଚାଲୁଛି। କିନ୍ତୁ ଇଲେକ୍ଟ୍ରିକ୍‌ ଗାଡ଼ିର ମୂଲ୍ୟ ଅଧିକ ରହିଛି। ତେଣୁ ସରକାର ଗ୍ରାହକମାନଙ୍କୁ କିଛି ରିହାତି ଦେବା ସହିତ ସଚେତନ କରିବା ଆବଶ୍ୟକ। ଏଥିସହିତ ରାସ୍ତା ଏବଂ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକରେ ଚାର୍ଜିଂ ପଏଣ୍ଟ ସ୍ଥାପନ କଲେ ଇଲେକ୍ଟ୍ରିକ୍‌ ବାଇକ୍‌ର ବ୍ୟବହାର ସୁବିଧାଜନକ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri