ଖେଳୁଥିବା ବେଳେ ବାଲି ଧସି ଦୁଇ ନାବାଳକଙ୍କ ଜୀବନ ଗଲା

କେନ୍ଦ୍ରାପଡ଼ା ଅଫିସ,୯ା୬: କେନ୍ଦ୍ରାପଡ଼ା ବ୍ଲକ ଚକ୍ରୋଡ଼ା ପଞ୍ଚାୟତର ମାଗୁର ଗଣ୍ଡପାଟଣା ଗ୍ରାମରେ ବାଲି ଧସି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ନାବାଳକଙ୍କ ମୃତ୍ୟୁ ଘୋଷଣା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି। ସଦରଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ସହ ଦୁଇ ମୃତଦେହର ପୋଷ୍ଟମର୍ଟମ କରାଯାଉଛି। ଗ୍ରାମର ଏକ ପୋଖରୀ ନବୀକରଣ ପାଇଁ ମାଟି ଓ ବାଲି ଉଠାଯାଇଥିଲା। ଏହି ପୋଖରୀରୁ ମାଛ ଧରିବା ପାଇଁ ଗ୍ରାମର ବୁଦ୍ଧରାମ ଚାମିଆଙ୍କ ପୁଅ ସୁରେନ୍ଦ୍ର ଚାମିଆ (୧୩) ଓ ସୁରେନ୍ଦ୍ର ଚକ (୯)ଙ୍କ ସହିତ ଅନ୍ୟ ଦୁଇଜଣ ବାଳକ ବୁଧବାର ଅପରାହ୍ନରେ ଯାଇଥିଲେ। ଚାମିଆ ଓ ଚକ ଦୁଇ ଜଣ ଏହି ବାଲିରେ ଖେଳୁଥିବା ବେଳେ ବାଲି ଧସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ସନ୍ଧ୍ୟାରେ ଗ୍ରାମର ଅନ୍ୟ ଦୁଇ ବାଳକ ମୃତକ ଦୁଇ ଭାଇଙ୍କୁ ସେଠାରେ ନ ପାଇ ଘରକୁ ଫେରିଥିଲେ। ତେବେ ବିଳମ୍ବିତ ରାତିରେ ଖୋଜାଖୋଜି ପରେ ବାଲିରେ ଥିବା ଜଣାପଡ଼ିଥିଲା। ସ୍ଥାନୀୟ ଗ୍ରାମବାସୀ ଦୁଇ ନାବାଳକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମଧ୍ୟ ସେମାନେ ମୃତ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଏ ସମ୍ପର୍କରେ ଥାନା ପକ୍ଷରୁ ଘଟଣାର ଅନୁସନ୍ଧାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାରିଲା ପରୀକ୍ଷାଫଳ: ଖୋର୍ଦ୍ଧା ଜିଲାରେ ପାସ ହାର ୮୭.୨୮

ଖୋର୍ଦ୍ଧା ଅଫିସ,୨୯।୭: ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ଖୋର୍ଦ୍ଧା ଜିଲାର ପାସ୍‌ ହାର...

ମିଥ୍ୟା ଏକ୍‌ଜିଟ୍‌ ପୋଲ୍‌ କରି ଭ୍ରମିତ କରୁଛି ବିଜେଡି

ଭୁବନେଶ୍ବର,୪ା୧୧(ବ୍ୟୁରୋ):ଧାମନଗର ଉପନିର୍ବାଚନ ଜିତିବା ଲାଗି ବିଜେଡି ଏବେ ସାମାଜିକ ଗଣମାଧ୍ୟମ ଜରିଆରେ ଭୋଟରଙ୍କୁ ଭ୍ରମିତ କରୁଛି। ପୂର୍ବରୁ ବିଜେଡି ପ୍ରଶାସନିକ ଅଧିକାରୀ, ଏସ୍‌ଏଚ୍‌ଜି, ଏମ୍‌ବିକେ, ସିଆର୍‌ପି...

କପିଳାସ ପୀଠରେ ଜଳକଷ୍ଟ ସବୁଦିନିଆ: ଅଟକିଛି ୫୦ଲକ୍ଷ ଟଙ୍କାର ପ୍ରକଳ୍ପ

ଢେଙ୍କାନାଳ ଅଫିସ, ୧୧।୭ – ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ କପିଳାସରେ ପାନୀୟ ଜଳ ଅଭାବ ପ୍ରମୁଖ ସମସ୍ୟା ଭାବେ ଉଭାହୋଇଛି। ଏଠାକୁ ଆସୁଥିବା ଶ୍ରଦ୍ଧାଳୁ...

ପାଇପ ବିଛାରେ ଦୁର୍ନୀତି, ଭିଜିଲାନ୍ସ ଡିଏସ୍‌ପିଙ୍କୁ ଭାଜପାର ଦାବିପତ୍ର

କେନ୍ଦୁଝର, ୧୯।୫(ସ୍ବ.ପ୍ର.): କେନ୍ଦୁଝର ସହରରେ ପାଇପ ଦ୍ୱାରା ପାନୀୟ ଜଳ ଯୋଗାଣରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ତଦନ୍ତ ପାଇଁ ଭାଜପା ପକ୍ଷରୁ ଭିଜିଲାନ୍ସ ୟୁନିଟରେ ଦାବିପତ୍ର...

ଭାଜପା ଗଡ଼କୁ ବିଜେଡିର ଦଖଲ ଉଦ୍ୟମ

ନୟାଗଡ଼ ଅଫିସ,୧୦।୨: ଗୋତିସାହି, ହରିହରପୁର, ମଗରବନ୍ଧ, ପଞ୍ଚରିଡ଼ାମାନପୁର, ଶରଣକୁଳ, ସୋଲପଟା, ଗୋଡ଼ିପଲ୍ଲୀ ପଞ୍ଚାୟତକୁ ନେଇ ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ୩ନଂ. ଜୋନ୍‌ ଗଠିତ ।...

ଲୁଣରେ ଲୁଚାଇ ନେଉଥିଲେ ଗଞ୍ଜେଇ

ଚିତ୍ରକୋଣ୍ଡା,୧୬ା୬(ଡି.ଏନ୍‌.ଏ.): ଆନ୍ଧ୍ର ପ୍ରଦେଶର ଦାରାକୋଣ୍ଡା ଅଞ୍ଚଳରୁ ଛତିଶଗଡ଼ ରାୟପୁରକୁ ଏକ ଲୁଣ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଧରାପଡିଛି। ବୁଧବାର ରାତିରେ ପାଟ୍ରୋଲିଂ...

ରାଜଧାନୀରେ ଆନ୍ତଃରାଜ୍ୟ କାର ଚୋରି ର଼୍ୟାକେଟ୍‌

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ବାହାର ରାଜ୍ୟରୁ ଚୋରି, ଭୁବନେଶ୍ୱରରେ ବିକ୍ରି। ସକ୍ରିୟ ରହିଥିବା ଏକ ଆନ୍ତଃରାଜ୍ୟ କାର୍‌ ଚୋରି ର଼୍ୟାକେଟକୁ ଧରିଛି କମିଶନରେଟ୍‌ ପୋଲିସ। ରବିବାର ଶହୀଦନଗର ଥାନା...

୩ ପରିବାର ବାସହରା

ଭଦ୍ରକ ଅଫିସ, ୨୬।୪ ଭଦ୍ରକ ଜିଲା ରାହାଞ୍ଜସାହିରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୭ ବଖରା ଘର ଜଳିଯାଇଛି। ୩ ପରିବାର ବାସହରା ହୋଇପଡ଼ିଛନ୍ତି।...

Advertisement
Archives

Model This Week