ଆତ୍ମସମର୍ପଣ କଲେ ଦୁଇ ମାଓବାଦୀ

ଫୁଲବାଣୀ,୧୪ା୧୨(ରାକେଶ କୁମାର ରାଉତ): କେକେବିନ ସଂଗଠନର ଦୁଇ ମାଓବାଦୀ ଗୁରୁବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ରଞ୍ଜିତ ନାୟିତମ, ଉଙ୍ଗା ପୋୟମ। ଏନେଇ କନ୍ଧମାଳ ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଜିପି ସୁନୀଲ ବଂଶଲ ସୂଚନା ଦେଇଛନ୍ତି।

ଉଭୟ ମାଓବାଦୀ ଆଞ୍ଚଳିକ କମିଟିର ସଭ୍ୟ। ଯେଉଁମାନେ କି ଭା.କ.ପା. (ମାଓବାଦୀ) କେକେବିନ ଡିଭିଜନରେ କାର୍ଯ୍ୟ କରି ଆସୁଥିଲେ। ଉଭୟ ମାଓବାଦୀ ଛତିଶଗଡ଼ ଅଞ୍ଚଳର। ସେମାନେ ଉତ୍ତର ଦକ୍ଷିଣ କରିଡର ଝାଡ଼ଖଣ୍ଡ, ଛତିଶଗଡ଼ ଅଞ୍ଚଳକୁ ଦକ୍ଷିଣ କେନ୍ଦ୍ର ଓଡ଼ିଶା ଦେଇ ସଂଯୋଗ କାର୍ଯ୍ୟରେ ନିୟୋଜିତ ଥିଲେ। ସେମାନେ ଛତିଶଗଡ଼ ଏବଂ ଓଡ଼ିଶାରେ ଅନେକ ହିଂସା କାର୍ଯ୍ୟକଳାପରେ ଲିପ୍ତ ଥିଲେ। ସେମାନେ ଆତ୍ମସମର୍ପଣ କରିବାକୁ ବୌଦ୍ଧ ଏସ୍‌ପିଙ୍କୁ ଯୋଗାଯୋଗ କରିଥିଲେ। ସରକାରଙ୍କ ଥଇଥାନ ନୀତି ଅନୁସାରେ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଡିଜିପି ପ୍ରକାଶ କରିଛନ୍ତି। ମାଓବାଦୀମାନେ ହିଂସା ପଥ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ମଧ୍ୟ ଡିଜିପି ପରାମର୍ଶ ଦେଇଛନ୍ତି। ସେହିପରି ମାଓବାଦୀ ପ୍ରଭାବିତ ଅଞ୍ଚଳରେ କମ୍ବିଂ ଅପରେଶନ ଜୋରଦାର ହେବ ବୋଲି କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ କହିଛନ୍ତି, ମହିଳା କ୍ୟାଡରମାନଙ୍କୁ ଯୌନ ଶୋଷଣ, ଭୟ ପ୍ରଦର୍ଶନ କରି ଚାନ୍ଦା ଅଦାୟ କରିବା ଏବଂ ଯୁବତୀଯୁବକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ସଙ୍ଗଠନରେ ସାମିଲ କରିବା ଇତ୍ୟାଦି କାର୍ଯ୍ୟରେ ଅସନ୍ତୁଷ୍ଟ ଥିଲେ। ସେମାନେ ବରିଷ୍ଠ କ୍ୟାଡରମାନଙ୍କର ମନମୁଖୀ ଏବଂ ରୁକ୍ଷ ବ୍ୟବହାର ପାଇଁ ସଂଗଠନ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିବା କହିଝନ୍ତି। ଆଦିବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ ଉନ୍ନତିମୂଳକ ଏବଂ ସରକାରଙ୍କ ଦ୍ବାରା ବିକାଶମୂଳକ ଯୋଜନାଗୁଡିକ ପ୍ରତି ଆକୃଷ୍ଟ ହୋଇ ଆତ୍ମସମର୍ପଣ କରିଥିବା ଡିଜିପିଙ୍କ ସମ୍ମୁଖରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଅଘଟଣ: ସ୍ବାଧୀନତା ଦିବସ ପାଳନ କରିବାକୁ ଆସୁଥିବାବେଳେ ଛାତ୍ରୀଛାତ୍ରଙ୍କୁ ପିଟିଲା କାର୍

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ସରସରା ନିକଟରେ ଶନିବାର ସକାଳୁ ଏକ ସଡ଼କ ଦୁର୍ଘଟଣା ଘଟିଛି। ବିଦ୍ୟାଳୟକୁ ସ୍ବାଧୀନତା ଦିବସ ପାଳନ ପାଇଁ ସାଇକେଲ ଯୋଗେ ଆସୁଥିବା…

ପାଟଣା ବ୍ଲକ୍‌ସ୍ତରୀୟ ସ୍ୱାଧୀନତା ଦିବସ: ଦେଶ ସେବା ପାଇଁ ଆହ୍ୱାନ ଦେଲେ ବିଧାୟକ

ପାଟଣା, ୧୫/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଶନିବାର ପାଟଣା ମୁଖ୍ୟାଳୟ ଷ୍ଟାଡିୟମ୍‌ରେ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି।…

ଦିଗପହଣ୍ଡିରେ ୮୦ ତମ ସ୍ବାଧିନତା ଦିବସ: ଜାଣନ୍ତୁ କିଏ କେଉଁଠି କଲେ ପତାକା ଉତ୍ତୋଳନ

ଦିଗପହଣ୍ଡି,୧୫|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଥିବା ସମସ୍ତ ସ୍କୁଲ,କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଶନିବାର…

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ନିଲାମ ହେଲା ପ୍ରସିଦ୍ଧ ଶୁଖୁଆ ହାଟ, ବର୍ଷକୁ ନିଲାମଧାରୀ ଦେବେ ଏତିକି ଟଙ୍କା…

ଗଞ୍ଜାମ,୧୫ା୮(ବିଦ୍ୟାଧର ସାହୁ): ଦୀର୍ଘଦିନର ଦାବି ପରେ ଶେଷରେ ନିଲାମ ହୋଇଛି ଜିଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ। ଶୁକ୍ରବାର ପୂର୍ବାହ୍ନରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ…

ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ପତାକା ଉତ୍ତୋଳନକଲେ ବ୍ଲକ୍‌ ଅଧ୍ୟକ୍ଷ: ପ୍ରଥମ ଥର ପାଇଁ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଜାତୀୟ…

ଖବର ପ୍ରକାଶ ପରେ ମୁଖ୍ୟ ରାସ୍ତାରୁ ହଟିଲା ହମ୍ପ୍‌ସ, ସ୍ବାଗତ କରି ବୁଦ୍ଧିଜୀବୀ କହିଲେ…

ଦିଗପହଣ୍ଡି,୧୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଚିକିଟି-ନୂଆପଡ଼ା ମୁଖ୍ୟରାସ୍ତା ମେଡିକାଲ ଛକ ସାହାଣୀ ସାହି ନିକଟରେ ଅବୈଜ୍ଞାନିକ ଭାବେ ତିଆରି କରାଯାଇଥିବା ବେଆଇନ ହମ୍ପ୍‌ସରେ ଗତ…

ଛତ୍ରପୁରରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ, ଗଞ୍ଜାମର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ: ଆଇନ ମନ୍ତ୍ରୀ

ଛତ୍ରପୁର, ୧୫`୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଜିଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ…

ସିଂହ ରାଶିରେ ଏକାଠି ହେବେ ସୂର୍ଯ୍ୟ-ବୁଧ; ଧନ ଓ ସଫଳତାରେ ମିଳିବ ବଡ଼ ଲାଭ, ଏହି ୩ ରାଶିର ଗୋଲ୍ଡେନ୍ ଟାଇମ୍ ଆରମ୍ଭ…

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହମାନଙ୍କର ଗତି ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହମାନଙ୍କର ରାଜକୁମାର ବୁଧ, ଆସନ୍ତା ଅଗଷ୍ଟ ୨୨ ତାରିଖରେ ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri