
ବାରିପଦା,୨୨ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଜଙ୍ଗଲରେ ହାତୀମାନେ ଅସୁରକ୍ଷିତ ହୋଇପଡ଼ିଲେଣି। ଶିକାରୀମାନେ ଜଙ୍ଗଲ ଭିତରେ ପଶି ହାତୀଙ୍କୁ ମାରି ସେମାନଙ୍କ ଦାନ୍ତ ଚୋରାଚାଲାଣ କରୁଛନ୍ତି। ବୁଧବାର ଧରାପଡ଼ିଛନ୍ତି ୪ ଅଭିଯୁକ୍ତ।
ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଦେଉଳି ରେଞ୍ଜ ତଥା ଝାରପୋଖରିଆ ଥାନା ଅଞ୍ଚଳରୁ ବନବିଭାଗ ଆଜି ଚଢ଼ାଉ କରି ଏକ ଯୋଡ଼ା ହାତୀଦାନ୍ତକୁ ଜବତ କରିଛି। ଘଟଣାରେ ଜଡ଼ିତ ୪ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ କରାଯାଉଛି। ଅଟକ ୪ଜଣଙ୍କ ମଧ୍ୟରୁ ୨ଜଣ ଆନ୍ତଃରାଜ୍ୟ ଅଭିଯୁକ୍ତ ଥିବା ଜଣାପଡ଼ିଛି।