କମିଶନରେଟ୍‌ ପୋଲିସ କବ୍‌ଜାରେ ୨ ଆନ୍ତଃ ରାଜ୍ୟ ସାଇବର ଠକ

କଟକ ଅଫିସ, ୧୧ା୭:କମିଶନରେଟ୍‌ ପୋଲିସର ସ୍ବତନ୍ତ୍ର ଟିମ୍‌ ୨ଜଣ ଆନ୍ତଃରାଜ୍ୟ ସାଇବର ଠକଙ୍କୁ ଗିରଫ କରିଛି। ସେମାନେ ହେଲେ ବିହାର ଦରଭଙ୍ଗା ଅଞ୍ଚଳର ଅନିଳେଶ ଆନନ୍ଦ(୨୩) ଓ ପଶ୍ଚିମବଙ୍ଗ ପଶ୍ଚିମ ବର୍ଦ୍ଧମାନ ଅଞ୍ଚଳର ଅଙ୍କିତ ରୟ(୨୩)। ସେମାନଙ୍କଠାରୁ ପୋଲିସ ୨୫ ଲକ୍ଷ ୭୦ ହଜାର ୩୦୦ ଟଙ୍କା, ଦାମୀ କାର, ୩ ମୋବାଇଲ ଫୋନ, ୪ ସିମ୍‌କାର୍ଡ, ୨ ଲାପ୍‌ଟପ୍‌, ୫ ଏଟିଏମ୍‌ କାର୍ଡ, ୭ ଚେକ୍‌ବହି ଓ ୧୫ ପାସ୍‌ବୁକ ଜବତ କରିଛି ବୋଲି ଗୁରୁବାର ଡିସିପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
ସୌମେନ୍ଦ୍ରଙ୍କ ସୂଚନା ଅନୁଯାୟୀ, ଗତ ଜୁନ୍‌ ୪ରେ କଟକ ନଜରପୁରର ଦିଲୀପ କୁମାର ସାହୁ ଜଗତ୍‌ପୁର ଥାନାରେ ଏକ ଅଭିଯୋଗ କରିଥିଲେ। ସେ ଅଭିଯୋଗପତ୍ରରେ ଦର୍ଶାଇଥିଲେ, ୨୦୧୯ ଡିସେମ୍ବର ୧୨ରେ ମୋବାଇଲ ଟାଓ୍ବାର ବସାଇବା ପାଇଁ ଜଣେ ବ୍ୟକ୍ତି ନିଜକୁ ଏକ ଟେଲିକମ କମ୍ପାନୀର ନୋଡାଲ ଅଧିକାରୀ ପରିଚୟ ଦେଇ ତାଙ୍କୁ ଫୋନ କରିଥିଲେ। ତାଙ୍କ ଜାଗାରେ ଟାୱାର ବସାଇଲେ ୨୦ବର୍ଷ ପାଇଁ ୨୦ଲକ୍ଷ ଟଙ୍କା ସିକ୍ୟୁରିଟି ଅର୍ଥ ଦିଆଯିବ। ମାସକୁ ୨୦ ହଜାର ଟଙ୍କା ଜାଗା ଭଡା ବାବଦକୁ ଦିଆଯିବ। ଏପରି କି ତାଙ୍କ ପରିବାରର ଜଣଙ୍କୁ ୧୫ହଜାର ଟଙ୍କା ଦରମାରେ ଚାକିରି ଦିଆଯିବ। ଏଭଳି ଲୋଭନୀୟ ପ୍ରତିଶ୍ରୁତି ପାଇ ଦିଲୀପ ସମସ୍ତ ଡକ୍ୟୁମେଣ୍ଟ ପଠାଇଥିଲେ। ପରେ ସାଇବର ଠକ ଦିଲୀପଙ୍କଠାରୁ ୨୫ଟି ନକଲି ଆକାଉଣ୍ଟ ମାଧ୍ୟମରେ ପ୍ରୋସେସିଂ ଫି, ପଞ୍ଜୀକରଣ ଫି, ଇନ୍‌କମ ଟ୍ୟାକ୍ସ, ଜିଏସ୍‌ଟି ବାବଦକୁ ୩୯ ଲକ୍ଷ ୧ ହଜାର ୮,୭୦ଟଙ୍କା ଠକି ନେଇଥିଲେ। ଲୋଭନୀୟ ପ୍ରତିଶ୍ରୁତିର ବଶବର୍ତ୍ତୀ ହୋଇ ଦିଲୀପ ବ୍ୟାଙ୍କରୁ ୪୦ ହଜାର ଟଙ୍କା ଋଣ ଆଣିଥିଲେ। ପରବର୍ତ୍ତୀ ସମୟରେ ସନ୍ଦେହ ହେବାରୁ ଦିଲୀପ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏନେଇ ଜଗତ୍‌ପୁର ଥାନାରେ ମାମଲା (ନଂ.୨୨୦/୨୧) ରୁଜୁ ହେବା ସହ ତଦନ୍ତ ପାଇଁ କଟକ ଡିସିପି ପ୍ରତୀକ୍‌ ସିଂ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ।
ଏହି ଟିମ୍‌ରେ ସାଇବର ଥାନା ଅଧିକାରୀ ରେଣୁବାଳା ତ୍ରିପାଠୀ, ଜଗତ୍‌ପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର, କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ପ୍ରମୁଖ ରହିଥିଲେ। ସେହିପରି ଏସିପି ଅଜୟ କୁମାର ଦାସ, ଅମରେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏହି ଠକେଇର ଖୋଳତାଡ ହୋଇଥିଲା। ଜୁନ୍‌ ୨୬ରେ ଏହି ଟିମ୍‌ କୋଲ୍‌କାତାର ବିଧାନନଗର ଅଞ୍ଚଳରୁ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସ୍ଥାନୀୟ ଦୁର୍ଗାପୁର ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଇ ୨୭ରେ ଟ୍ରାନ୍‌ଜିଟ୍‌୍‌ ରିମାଣ୍ଡରେ ଜଗତ୍‌ପୁର ଥାନାକୁ ଆଣିଥିଲା। ସେଠାରେ ପଚରାଉଚରା ପରେ ୨୯ ତାରିଖରେ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଥିଲା। ଅଧିକ ତଥ୍ୟ ହାସଲ ପାଇଁ ଜଗତ୍‌ପୁର ପୋଲିସ ସେମାନଙ୍କୁ ରିମାଣ୍ଡରେ ଆଣିଛି। ଅନ୍ୟପକ୍ଷରେ କୋଲକାତାରେ ଥିବା ନକଲି ଟେଲିକମ୍‌ କମ୍ପାନୀର ୮ଟି କାର୍ଯ୍ୟାଳୟକୁ ଉକ୍ତ ଟିମ୍‌ ସ୍ଥାନୀୟ ପୋଲିସ ସହାୟତାରେ ସିଲ୍‌ କରିବା ସହ ଫାଇନାନ୍ସ କମ୍ପାନୀରେ ଥିବା ସୁନା ଅଳଙ୍କାର, ୨୫. ୭ଲକ୍ଷ ଟଙ୍କା ଜବତ କରିଛି।କେମିତି ଠକେଇ କରୁଥିଲେ
ଏହି ନକଲି ଟେଲିକମ କମ୍ପାନୀର କୋଲକାତାରେ ୮ଟି କାର୍ଯ୍ୟାଳୟ ରହିଥିବାବେଳେ ୨୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟ କରୁଥିଲେ। ସେମାନେ ସାରା ଦେଶରେ ମୋବାଇଲ ଟାୱାର ବସାଇବା ଉଦ୍ଦେଶ୍ୟରେ ଅଭିଜ୍ଞ ଶିକ୍ଷିତ ଠକଙ୍କ ଜରିଆରେ ନିରୀହ ଲୋକଙ୍କୁ ଫସାଉଥିଲେ। ଏହି ଠକେଇର ମାଷ୍ଟରମାଇଣ୍ଡ ବିହାରର ଅଭୟ ତିୱାରୀଙ୍କୁ ପୂର୍ବରୁ ବିଧାନ ଗରର ସାଇବର ଥାନା ପୋଲିସ ଗିରଫ କରିଛି। ସେ ଏବେ ଦମ୍‌ଦମ୍‌ ଜେଲରେ। ଗିରଫ ୨ ଅଭିଯୁକ୍ତ ହେଉଛନ୍ତି ଅଭୟଙ୍କ ସମ୍ପର୍କୀୟ। ଏହି ୨ଜଣ ସାଇବର ଠକେଇ ଚାଲୁ ରଖିଥିଲେ। ଖୁବ୍‌ଶୀଘ୍ର ମୁଖ୍ୟ ଅଭିଯୁକ୍ତ ଅଭୟଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?