Posted inଫୁରସତ

ଦୁଇଶହ ଅଣଚାଳିଶ ଟଙ୍କାର କଥା

ଭଗବାନଙ୍କ ଉଦ୍ଦେଶ୍ୟରେ ଆମ ପକେଟ୍‌ରୁ ଖର୍ଚ୍ଚ ହେଉଥିବା ପ୍ରତ୍ୟେକଟି ଟଙ୍କା କେବେ ପାଣିରେ ପଡ଼େ ନାହିଁ । ଗୋଟି ଗୋଟି କରି ଦିନେ ନା ଦିନେ ତାହା ଆମ ପାଖକୁ ଫେରିଆସେ । ବହୁତ ଲୋକ ମଠ ମନ୍ଦିର ସ୍ଥାପନ କରିବା ପାଇଁ ଅର୍ଥ ଦାନ କରନ୍ତି l ମଠଟି ଜରାଜୀର୍ଣ୍ଣ ହୋଇଯାଇଥିଲେ କିମ୍ବା ମହନ୍ତ ଭଙ୍ଗା କୁଡ଼ିଆରେ ରହୁଥିଲେ କେହିଜଣେ ବଦାନ୍ୟ ବ୍ୟକ୍ତି ତାଙ୍କ ରହିବା ପରି ସୁନ୍ଦର ଛାତଘରଟିଏ କରି ଦେବାର ଘଟଣା ଆମ ଆଖି କେବେ ଦେଖିଥିବ ।

କେହି କେହି ଦାନଶୀଳ ବ୍ୟକ୍ତି ଏକକ ଉଦ୍ୟମରେ ଗରିବ ଲୋକଙ୍କୁ ବହୁ ସାହାଯ୍ୟ ମଧ୍ୟ କରନ୍ତି । ଏପରି କରି କେତେଜଣ ନିଜ ବଦାନ୍ୟତାର ବିଜ୍ଞାପନ କରିବସନ୍ତି ତ କେହି କେହି ନୀରବ ରହିଥାନ୍ତି । ଦାନ କରି ଯେଉଁମାନେ ନୀରବ ରୁହନ୍ତି ସେମାନଙ୍କ ବିଚାରଧାରାକୁ ଟିକେ ଦେଖନ୍ତୁ । ଗରିବ ଲୋକଟିଏ ତା’ ଝିଅର ବାହାଘର ପାଇଁ ଭାରି ହଇରାଣ ହେଉଥିଲା  ମୁଖ୍ୟ କଥା ହେଲା ତା’ ପାଖରେ ଥିଲା ଅର୍ଥର ଅଭାବ । ପାଞ୍ଚ ଦଶ ଚିହ୍ନା ଅଚିହ୍ନା ମୁହଁଙ୍କୁ ହାତ ଉଧାରି ମାଗି ବିଫଳ ହେବା ପରେ ମୁଣ୍ଡରେ ହାତ ଦେଇ ବସିଲା । ଦୁଇ ଚାରି ଦିନ ପରେ ବାହାଘର । ଏଣେ ହାତରେ ଟଙ୍କାଟିଏ ନାହିଁ । ରାତିସାରା ବସି ଗରିବ ଲୋକଟି ଏ କଥା ଭାବୁଛି ଆଉ ଆଖିରୁ ଲୁହ ଗଡ଼ାଉଛି ।

ଗରିବ ଲୋକର ଏ କଥାଟି ଯାଇ ପାଖ ପଡ଼ୋଶୀ ଥିବା ଧନାଢ଼୍ୟ ବ୍ୟକ୍ତି ପାଖରେ ପହଞ୍ଚତ୍ବାରୁ ସେ ସେଇ ଦିନ ରାତିରେ ଟଙ୍କା ଦୁଇ ଲକ୍ଷକୁ ଏକ ପୁଟୁଳିରେ ବାନ୍ଧି ସେଇ ଗରିବ ଘରର ଦାଣ୍ଡଘର କବାଟ ପାଖରେ ଥୋଇ ଦେଇ ଆସିଲା । ରାତି ପାହିଲା । ଦାଣ୍ଡଘର କବାଟ ଖୋଲୁ ଖୋଲୁ ଗରିବ ଲୋକର ସ୍ତ୍ରୀ ଏ ପୁଟୁଳିଟିକୁ ପାଇ ସ୍ବାମୀଙ୍କୁ ଦେଖାଇଲା । ଖୋଲି ଦେଖିବା ବେଳକୁ ଦୁଇଲକ୍ଷ ଟଙ୍କା । ସ୍ବାମୀ ସ୍ତ୍ରୀ ଦୁହେଁ ଅତି ଖୁସି ହୋଇ କହିଲେ – ଯାହା ହେଉ, ଭଗବାନ ଆମ ଡାକ ଶୁଣିଲେ ।
ଧନାଢ଼୍ୟ ବ୍ୟକ୍ତି ନିଜ ସ୍ତ୍ରୀକୁ ବୁଝାଇ କହିଲେ – ଦେଖ, ମୁଁ ଯଦି ନିଜେ ଯାଇ ସେ ଟଙ୍କା ଦେଇ ଆସିଥାନ୍ତି ତେବେ ମଣିଷ ହୋଇ ରହିଥାନ୍ତି । କିନ୍ତୁ ଗୋପନରେ ଦେଇ ଆସିବାରୁ ମୁଁ ‘ଭଗବାନ’ ହୋଇଗଲି ।

ସୁତରାଂ ଯିଏ ଦାନୀ ବୋଲାଇବାର ଅଛି ସିଏ କାହାକୁ ସାହାଯ୍ୟ କରି ନିଜ ବଦାନ୍ୟତାର ବିଜ୍ଞାପନ କରୁ । ଯିଏ ଭଗବାନ ହେବାର ଅଛି ସିଏ ନୀରବ ହୋଇ ବସୁ । ଏମିତିରେ ଆମ ଶାସ୍ତ୍ର ପୁରାଣ କହିଛନ୍ତି – ବାବୁରେ ଦାନ କରିସାରିବା ପରେ ଏକଥାକୁ କେବେ ବି ପ୍ରଚାର କରିବ ନାହିଁ । ଗୋପନରେ ଏପରି ଦାନ କରିବ ଯେ ଦାନ କରୁଥିବା ଡାହାଣ ହାତ କଥା ବାମ ହାତ ଯେମିତି ଜାଣି ନ ପାରେ ।

ଆଉ ଏବେ? କିଲେ ଚୁଡ଼ାକୁ ଦଶଟା ଦରିଦ୍ର ଲୋକ ହାତ ଦେଖାଇ ଫଟୋ ନ ଉଠାଇବା ପର୍ଯ୍ୟନ୍ତ ଚୁଡ଼ାଦାତାଙ୍କ ହାତରେ ସେମିତି ରହୁଛି ।

ଦାନ କର । ପ୍ରଚାର କରନା । ଦାନ କଲାବେଳେ ଭାବ – ତୁମେ କାହାକୁ ଦାନ କରୁଛ? ଅନ୍ୟକୁ? ମୋଟେ ନୁହେଁ l ଆମେ ଭାବୁ ଯେ ଆମେ ଅମକକୁ ଏତେ ସାହାଯ୍ୟ କଲୁ । କିନ୍ତୁ ନା’ରେ ଭାଇ, ଆମେ ତାକୁ ନୁହେଁ, ନିଜକୁ ହିଁ ସାହାଯ୍ୟ କରୁ । ଦାନ କିମ୍ବା ଅନ୍ୟର ଉପକାରରେ ଖର୍ଚ୍ଚ କରାଯାଉଥିବା ଅର୍ଥ ଦିନେ ନା ଦିନେ ଆମ ପାଖକୁ ଫେରିଆସେ l ଏ ଜନ୍ମରେ ହେଉ କିମ୍ବା କୋଉ ଜନ୍ମରେ, ଫେରି ଆସିବା କିନ୍ତୁ ନିଶ୍ଚିତ । ମଣିଷକୁ ସାହାଯ୍ୟ କଲେ ଯେ ତାହା ଫେରି ଆସେ ତା’ ନୁହେଁ, ଆପଣ ଯଦି ଭଗବାନଙ୍କୁ ସାହାଯ୍ୟ କରିଛନ୍ତି, ଦାନ କରିଛନ୍ତି ସେ ବି ତୁମ ଦାନକୁ କୌଣସି ଉପାୟରେ ଫେରାଇ ଦିଅନ୍ତି l ଭଗବାନ କାହାର ଋଣୀ ହୋଇ ରହିବାକୁ ଚାହାନ୍ତି ନାହିଁ ।

ବୃନ୍ଦାବନରେ କଲ୍ୟାଣ ଜୀ ନାମରେ ଜଣେ ସନ୍ଥ ରହୁଥିଲେ । ବାଙ୍କେ ବିହାରୀଙ୍କ ସେ ଜଣେ ପରମ ଭକ୍ତ ଥିଲେ । ଦିନେ ଜଣେ ସେଠ ତାଙ୍କ ନିକଟରେ ପହଞ୍ଚତ୍ ନିଜ ବେପାର ବଣିଜରେ ହେଉଥିବା କ୍ରମାଗତ କ୍ଷତି ବାବଦରେ କହି କାନ୍ଦି ସନ୍ଥଙ୍କ କୃପା ଭିକ୍ଷା କଲେ l ଏହି ସମୟରେ ବାଙ୍କେ ବିହାରୀଙ୍କ ପହଡ଼ ଖୋଲିଲା । ସେଠଙ୍କୁ ସନ୍ଥ ମହାରାଜ କହିଲେ – ଯାଅ, ଯାହା ମାଗିବା କଥା ବାଙ୍କେବିହାରୀଙ୍କୁ ମାଗ l ସନ୍ଥଙ୍କ କଥା ମାନି ସେଠ ବାଙ୍କେବିହାରୀଙ୍କୁ ନିଜ ଗୁହାରି ଜଣାଇଲେ ।
ତା’ ପରଠୁ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ବ୍ୟବସାୟରେ ଉନ୍ନତି ହେଲା । ସେଠଙ୍କ ଘର ବହୁ ଦୂରରେ ହେଲେ ବି ସେ ଏଣିକି ପ୍ରତି ମାସରେ ଥରେ ବାଙ୍କେବିହାରୀଙ୍କ ଦର୍ଶନ ପାଇଁ ଆସିଲେ l ଏମିତି ବହୁ ବର୍ଷ ଚାଲିଲା ।

ଧୀରେ ଧୀରେ ସେଠ ବୃଦ୍ଧ ଅବସ୍ଥାରେ ପହଞ୍ଚତ୍ଲେ । ଏବେ ବାଙ୍କେବିହାରୀଙ୍କୁ ଦର୍ଶନ କରିବାର ଇଚ୍ଛା ଥିଲେ ବି ନିଜର ଅତିଶୟ ବାର୍ଦ୍ଧକ୍ୟ ଅବସ୍ଥା ଏବଂ ଦୂର ବାଟ ଯୋଗୁ ସେ ଆଉ ବୃନ୍ଦାବନକୁ ଆସିପାରିଲେ ନାହିଁ l ଶଯ୍ୟାରେ ପଡି ଠାକୁରଙ୍କୁ ଧ୍ୟାନ କରିବା ଛଡ଼ା ତାଙ୍କର ଆଉ ଗତ୍ୟନ୍ତର ନ ଥିଲା ।

ଦିନେ ଅନ୍ୟ ଜଣେ ବ୍ୟବସାୟୀ ବନ୍ଧୁ ବୃନ୍ଦାବନ ଯାଉଥିବାର ଖବର ପାଇ ଶଯ୍ୟାଶାୟୀ ସେଠ ତାଙ୍କ ହାତରେ କିଛି ଅର୍ଥ ଦେଇ ବାଙ୍କେବିହାରୀଙ୍କ ସେବାରେ ଲଗାଇଦେବାକୁ ଅନୁରୋଧ କଲେ । ବ୍ୟବସାୟୀ ବନ୍ଧୁ ବୃନ୍ଦାବନରେ ପହଞ୍ଚତ୍ ସେଠଙ୍କ ଉକ୍ତ ଅର୍ଥରେ ଭଲ ଭାବେ ଖିରି ଖେଚୁଡ଼ି କରି ବାଙ୍କେବିହାରୀଙ୍କ ଭକ୍ତମାନଙ୍କୁ ପ୍ରସାଦ ରୂପେ ବଣ୍ଟନ କଲେ । ଶେଷରେ ହିସାବ କରି ସେ ଦେଖିଲେ ଯେ ଏ କାର୍ଯ୍ୟରେ ତାଙ୍କ ନିଜ ହାତରୁ ଦୁଇଶହ ଅଣଚାଳିଶ ଟଙ୍କା ଅଧିକ ଖର୍ଚ୍ଚ ହୋଇଛି । ଏହା ଜାଣି ସେ ମନେ ମନେ ଢେର ଖୁସି ହେଲେ l ନିଜର କିଛି ଅର୍ଥ ବାଙ୍କେ ବିହାରୀଙ୍କ ସେବାରେ ଲାଗିଥିବାରୁ ସେ କୃତାର୍ଥ ମଣିଲେ ।

ଏଣେ ନଟଖଟିଆ ବାଙ୍କେବିହାରୀ ଗୋଟିଏ ଛୋଟିଆ ଲୀଳା ଆରମ୍ଭ କରିଦେଲେ । ସେ ସେହିଦିନ ରାତିରେ ସେଠଙ୍କୁ ସ୍ବପ୍ନରେ ଦେଖାଦେଇ ଉକ୍ତ ବ୍ୟବସାୟୀଙ୍କୁ ଦୁଇ ଶହ ଅଣଚାଳିଶ ଟଙ୍କା ଫେରାଇ ଦେବାକୁ କହିଲେ । ବ୍ୟବସାୟୀ ଜଣକ ବୃନ୍ଦାବନରୁ ଫେରିଲା ପରେ ସେଠ ତାଙ୍କୁ ନିଜ ଘରକୁ ଡାକି ଦୁଇଶହ ଅଣଚାଳିଶ ଟଙ୍କା ଫେରାନ୍ତେ, ସେ ଏଥିରେ ଆଶ୍ଚର୍ଯ୍ୟ ହୋଇଗଲେ l

ମୁଁ ତ ଏ ଟଙ୍କା ବିଷୟରେ କାହାକୁ କିଛି କହିନି !

ପୁଣି ନିର୍ଦ୍ଦିଷ୍ଟ ଏତିକି ଟଙ୍କା ବାବଦରେ ସେଠ କେମିତି ଜାଣିଲେ !

ପରେ ସେଠ ନିଜ ସ୍ବପ୍ନ କଥା ବର୍ଣ୍ଣନା କଲେ ।
ଭଗବତ ଉଦ୍ଦେଶ୍ୟରେ ଖର୍ଚ୍ଚ ହୋଇଥିବା ଅର୍ଥକୁ ଭଗବାନ ଯେତେବେଳେ ନିଜେ ଫେରାଇ ଦେଉଛନ୍ତି, ତେବେ ଅନ୍ୟ ଗରିବଗୁରୁବାଙ୍କ ପାଇଁ ଆପଣ ଯଦି କେବେ ଖର୍ଚ୍ଚ କରିଛନ୍ତି, କରୁଛନ୍ତି ବା ଭବିଷ୍ୟତରେ କରିବେ, ତେବେ କେବେ ନିଜକୁ ଦାନୀ ବୋଲି ଭାବିବେ ନାହିଁ । କାରଣ ଏହି ସେବା ଆପଣ ଅନ୍ୟ ପାଇଁ ନୁହେଁ, ନିଜ ପାଇଁ ହିଁ କରୁଛନ୍ତି । ଏୟା ଭାବି ଆଜିଠାରୁ ଯେତେ ପାରୁଛନ୍ତି ସେତେ ସାହାଯ୍ୟ ବା ପରୋପକାର କରିଚାଲନ୍ତୁ । ଧନକୁ ଜମେଇ ରଖନ୍ତୁନି । ଅଧିକ ଅର୍ଥକୁ ବ୍ୟାଙ୍କରେ ନ ରଖି ପୁଣ୍ୟର ବ୍ୟାଙ୍କରେ ରଖନ୍ତୁ l ବଳକା ଟଙ୍କାକୁ ବୋକାମାନେ ବ୍ୟାଙ୍କରେ ରଖନ୍ତି । ଚାଲାକ ଲୋକମାନେ ତାକୁ ସମାଜସେବାରେ ଖର୍ଚ୍ଚ କରିଦିଅନ୍ତି ।
– ଦିବ୍ୟାଲୋକ ସନ୍ଧାନେ, ରାମନଗର,
ତେଲେଙ୍ଗାପେଣ୍ଠ, କଟକ , ମୋ -୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ଡିସ୍‌କାଉଣ୍ଟ ଦେବାରୁ ଚଢ଼ାଉ, ଔଷଧର ମାନ ନେଇ ପ୍ରଶ୍ନ କଲା ସଂଘ, ଲାଇସେନ୍ସ ଅଛି କହି…

ବଲାଙ୍ଗୀର,୧୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ବୁଧବାର ଏକ ଅଜବ ଘଟଣା ଘଟିଛି। ଜଣେ ଔଷଧ ଦୋକାନୀ କ୍ରେତାଙ୍କୁ ଅଧିକ ଡିସ୍‌କାଉଣ୍ଟ ଦେବାରୁ ତାଙ୍କ ଔଷଧର ମାନ…

ଟ୍ରେନରେ ବିନା ବୁକିଙ୍ଗରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ବରକୋଳି ଚାଲାଣ, ରେଳ କର୍ତ୍ତୃପକ୍ଷ ନିରବ

କେସିଙ୍ଗା,୧୧।୨(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା, ନର୍ଲା, ରୁପ୍ରା, ଲାଞ୍ଜିଗଡ଼, ଟିଟିଲାଗଡ଼ ଆଦି ରେଲୱେ ଷ୍ଟେସନରୁ ଆନ୍ଧ୍ରପ୍ରଦେଶର ବରକୋଳି ବ୍ୟବସାୟିମାନେ ବିନା ଟିକେଟରେ ଜିନିଷ…

ତ୍ରିକୋଣୀୟ ପ୍ରେମରୁ ସତ୍ୟବ୍ରତଙ୍କୁ ହତ୍ୟା, ଲିଜାଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌…

ଭୁବନେଶ୍ୱର,୧୧ା୨: ଭୁବନେଶ୍ୱର ନୀଳାଦ୍ରିବିହାର ସତ୍ୟବ୍ରତ ପ୍ରଧାନଙ୍କ ହତ୍ୟା ଉପରୁ ପର୍ଦ୍ଦା ହଟାଇଛି ପୋଲିସ। ତ୍ରିକୋଣୀୟ ପ୍ରେମରୁ ହତ୍ୟା ବୋଲି ସ୍ପଷ୍ଟ କରିଛନ୍ତି ଏସିପି ସୋନାଲ ସିଂ ପରମାର।…

‘ଶ୍ରମିକଙ୍କୁ ମିଳିବ ରୋଜଗାରର ନୂଆ ଗ୍ୟାରେଣ୍ଟି’

କର୍ଲାମୁଣ୍ଡା,୧୧।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ପଞ୍ଚାୟତ ସମିତି ରାଜୀବ ଗାନ୍ଧୀ ସେବା ଭବନଠାରେ ବିକଶିତ ଭାରତ-ଜୀ ରାମ ଜୀ ଆକ୍ଟ ସମ୍ପର୍କୀୟ ବ୍ଲକସ୍ତରୀୟ ପ୍ରସ୍ତୁତି…

ରାମାୟଣ ନିର୍ଦ୍ଦେଶକଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, ୫୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇ…

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର): ଅବିଭକ୍ତ ଗଞ୍ଜାମ ଜିଲାର ପୌରାଣିକ ରାମାୟଣ ଥିଏଟର ନିର୍ଦ୍ଦେଶକ ଦାମୋଦର ବାଡ଼ତ୍ୟା (ଦାମ ମାଷ୍ଟ୍ର)ଙ୍କ ୮୫ ବର୍ଷ ବୟସରେ ତାଙ୍କ ପୈତୃକ ଗ୍ରାମ…

ଦ୍ୱିତୀୟ ମହଲାରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଗୁଣପୁର,୧୧ା୨(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ସହରର ବଳରାମ ନଗର ଅଞ୍ଚଳର ଶ୍ରୀରାମନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ନିବାସୀ ପ୍ରଫୁଲ୍ଲ ସେନାପତିଙ୍କ ଦ୍ୱିତୀୟ ମହଲାରେ…

ୟୁ ଟର୍ନ ପାର୍ଟ ୨! ବିଶ୍ୱକପରୁ ବାହାରି ଯିବାକୁ ନେଇ ବାଂଲାଦେଶ ଦେଲା ବଡ଼ ବୟାନ, ଖେଳାଳିଙ୍କ ଉପରେ ଲଗାଇଲା ‘ଅଭିଯୋଗ’

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି୨୦ ବିଶ୍ୱକପରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଏବେ କେବଳ କ୍ରୀଡା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ ଘଟଣାକ୍ରମରେ,…

ବାଂଲାଦେଶ ନିର୍ବାଚନରେ ପୁରୁଣା ହୋଇଗଲା ‘ବ୍ୟାଟେଲ ଅଫ ବେଗମ୍ସ’, ଏବେ ରହମାନଙ୍କ ମଧ୍ୟରେ ସିଧା ଟକ୍କର

ଢାକା,୧୧।୨: ବାଂଲାଦେଶରେ ଫେବୃଆରୀ ୧୨, ୨୦୨୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥର, ପାରମ୍ପରିକ ‘ଦୋ ବେଗମ’ ରାଜନୀତି ପରିବର୍ତ୍ତେ, ଦୁଇ ରହମାନଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri