୧୧ ବର୍ଷରେ ଦୁଇ ଇଞ୍ଜିନିୟରିଂ ଡିଗ୍ରୀ

ମେକ୍ସିକୋ ସିଟି, ୯ା୫: ଅଦମ୍ୟ ଇଚ୍ଛାଶକ୍ତି ବଳରେ ସବୁ ସମ୍ଭବ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ମେକ୍ସିକୋର ୧୧ ବର୍ଷୀୟା ଆଧାରା ପେରେଜ୍‌ ସାନ୍‌ଚେଜ୍‌। ଅଟିଷ୍ଟିକ୍‌ ହେବା ସତ୍ତ୍ୱେ ଆଧାରା ଖୁବ୍‌ ଜ୍ଞାନୀ। ତାଙ୍କ ଆଇକ୍ୟୁ (ଇଣ୍ଟେଲିଜେନ୍ସ କୋସେଣ୍ଟ) ୧୬୨ ରହିଛି। ପ୍ରକାଶିତ ରିପୋର୍ଟ ଅନୁସାରେ, ଆଧାରାଙ୍କ ଆଇକ୍ୟୁ ନୋବେଲ ପୁରସ୍କାର ବିଜେତା ପଦାର୍ଥ ବିଜ୍ଞାନୀ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କଠାରୁ ମଧ୍ୟ ଅଧିକ। ମେକ୍ସିକୋର ସିଏନ୍‌ସିଆଇ ୟୁନିଭର୍ସିଟିର ସିଷ୍ଟମ ଇଞ୍ଜିନିୟରିଂରେ ଆଧାରା ସ୍ନାତକ ହାସଲ କରିଛନ୍ତି। ଏହାଛଡ଼ା ଟେକ୍ନୋଲୋଜିକାଲ ୟୁନିଭର୍ସିଟି ଅଫ୍‌ ମେକ୍ସିକୋରେ ଇଣ୍ଡଷ୍ଟ୍ରିଆଲାଇଜିଂ ଇଞ୍ଜିନିୟରିଂରେ ମଧ୍ୟ ସେ ଡିଗ୍ରୀ କରିଛନ୍ତି। ବଡ଼ ହୋଇ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା)ରେ ଜ୍ୟୋତିର୍ବିଜ୍ଞାନୀ ଭାବେ କାର୍ଯ୍ୟ କରିବା ତାଙ୍କ ସ୍ବପ୍ନ। ବର୍ତ୍ତମାନ ଆଧାରା ମେକ୍ସିକୋ ସ୍ପେସ୍‌ ଏଜେନ୍ସିରେ କାମ କରୁଛନ୍ତି।
ଅଟିଷ୍ଟିକ୍‌ ହେବା ଯୋଗୁ ସ୍କୁଲରେ ପଢ଼ିବା ସମୟରେ ସହପାଠୀମାନେ ଆଧାରାଙ୍କୁ ଥଟ୍ଟା କରୁଥିଲେ। ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା ଆଧାରା ମାତ୍ର ୫ ବର୍ଷ ବୟସରେ ପ୍ରାଇମେରି ସ୍କୁଲ ପାଠପଢ଼ା ଶେଷ କରିଥିଲେ। ଅଟିଷ୍ଟିକ୍‌ ପାଇଁ ୩ ବର୍ଷ ବୟସରେ ତାଙ୍କର ଏକ ଅସ୍ତ୍ରୋପଚାର କରାଯାଇଥିଲା, ଯାହାପରେ ସେ ଧୀରେ ଧୀରେ କଥା କହିବା

ଆରମ୍ଭ କରିଥିଲେ। ସାଙ୍ଗମାନଙ୍କ ଥଟ୍ଟା ଇଙ୍ଗିତକୁ କେନ୍ଦ୍ର କରି ତାଙ୍କୁ ୩ଥର ସ୍କୁଲ ପରିବର୍ତ୍ତନ କରିବାକୁ ପଡ଼ିଥିଲା। ଅବସାଦ ଯୋଗୁ ଆଧାରା କିଛିଦିନ ନିଜକୁ ରୁମ୍‌ରେ ବନ୍ଦ କରି ରଖିଥିଲେ। ପରେ ମା’ ନାଲେଲି ସାଞ୍ଚେଜ୍‌ ତାଙ୍କୁ ଜଣେ ଥେରାପିଷ୍ଟଙ୍କ ନିକଟକୁ ନେଇଥିଲେ, ଯାହାପରେ ଆଧାରାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ସେ ପ୍ରଖର ବୁଦ୍ଧିମତ୍ତା ସମ୍ପନ୍ନ ବୋଲି ଥେରାପି ଜରିଆରେ ଡାକ୍ତର ଜାଣିବାକୁ ପାଇଥିଲେ। ଧୀରେ ଧୀରେ ପାଠପଢ଼ା ପ୍ରତି ତାଙ୍କର ଆଗ୍ରହ ବଢ଼ିବାକୁ ଲାଗିଥିଲା। ମାତ୍ର ୬ ବର୍ଷ ବୟସରେ ସେ ହାଇସ୍କୁଲ ପାଠପଢ଼ା ଶେଷ କରିବାକୁ ସକ୍ଷମ ହୋଇଥିଲେ। ଏପ୍ରିଲରେ ମାରି କ୍ଲେର୍‌ ମେକ୍ସିକୋ ମାଗାଜିନ୍‌ର କଭର୍‌ରେ ଆଧାରାଙ୍କ ଫଟୋ ଛପାଯାଇଛି।
ଭିଜା ହୋଇ ନ ପାରିବାରୁ ଆଧାରା ୟୁନିଭର୍ସିଟି ଅଫ୍‌ ଆରିଜୋନାରେ ପାଠ ପଢ଼ିବାର ଇଚ୍ଛାକୁ ପୂରା କରିପାରି ନ ଥିବା କହିଛନ୍ତି। ୟଙ୍ଗ ସାଇଣ୍ଟିଷ୍ଟମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କରାଯାଉଥିବା ଜି-ଟେଷ୍ଟସ୍‌ରେ ଆଧାରା ଅଂଶଗ୍ରହଣ କରିଛନ୍ତି। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାବେଳକୁ ତାଙ୍କୁ ୧୭ ବର୍ଷ ହୋଇଯାଇଥିବାବେଳେ ବିଶ୍ୱରେ ପ୍ରଥମ ଅଟିଷ୍ଟିକ୍‌ ଭାବେ ଆଧାରା ମହାକାଶରେ ଉଡ଼ିବାର ସୁଯୋଗ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri