କୁକୁଡ଼ା ଚାଷ କରି ସ୍ବାବଲମ୍ବୀ ଏସ୍‌ଏଚ୍‌ଜି

ରାୟଗଡା ଅଫିସ,୯ା୫: ରାୟଗଡା ବ୍ଲକ ଅନ୍ତର୍ଗତ କତା ପେଟା ଗ୍ରାମର ମିଶନ ଶକ୍ତିର ମା’ ଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚଜି)ର ସଭ୍ୟାମାନେ କପା ଚାଷରୁ ମୁହଁ ଫେରାଇ ଏବେ କୁକୁଡ଼ା ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି। ବର୍ଷା ହେଲେ କପା ନଷ୍ଟ ହେବା ସମ୍ଭାବନା ଥିବାରୁ କୁକୁଡ଼ା ଚାଷରେ କ୍ଷତି ନ ଥିବା ଯୋଗୁ ଏସ୍‌ଏଚ୍‌ଜି ଏହାକୁ ଆପଣେଇଛି।
ମା ଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ୧୦ ଜଣ ମହିଳା ଗତ ଫେବୃୟାରୀ ମାସରୁ ବୟଲର କୁକୁଡ଼ା ଚାଷ ଆରମ୍ଭ କରିଛନ୍ତି। ୪୦ ହଜାର ଟଙ୍କା ଖର୍ଚ୍ଚ କରି ବିଷମ କଟକରୁ ୧୦୦୦ ଚିଆଁ ଆଣି ଚାଷ ଆରମ୍ଭ କରିଛନ୍ତି। ପ୍ରତ୍ୟେକ ଦିନ ଗ୍ରୁପର ଜଣେ ଲେଖାଏ ସଦସ୍ୟ ଏହି ଚିଆଁ ଯତ୍ନ ନେଇଥାନ୍ତି । ପ୍ରଥମେ ୧୦୦ କେଜି, ପରେ ୧୫୦ କେଜି ଏପରି ଏଯାଏ ମୋଟ ୨୫୦ କେଜି ବୟଲର ବିକ୍ରି କରି ମୋଟ ୨ ଲକ୍ଷ ୫୦ ହଜାର ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଆଗକୁ ଆହୁରି ବିକ୍ରି ହେବା ନେଇ ସଭ୍ୟମାନେ ଆଶା କରିଛନ୍ତି । ପୂର୍ବରୁ କପା ଚାଷ କରୁଥିଲୁ, ତାହା ଋତୁ ଅନୁଯାୟୀ ହୁଏ । ସେଥିରୁ ଅଧିକ ଲାଭ ନ ହେବାରୁ କୁକୁଡ଼ା ଚାଷ କରୁଛୁ ବୋଲି କହିଛନ୍ତି। କୁକୁଡ଼ା ଚାଷ ସବୁ ଋତୁରେ କରି ହେବ ବୋଲି ପ୍ରାଣୀ ସମ୍ପଦ ବିଭଗ ଜଣାଇବା ପରେ ଏହି ଚାଷ କଲୁ ବୋଲି ମହିଳା ଗୋଷ୍ଠୀ କହିଛନ୍ତି । ପୂର୍ବରୁ ଘର ଚଳିବା କଷ୍ଟକର ହେଉଥିଲା। ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ପରେ ସମୟାନୁକ୍ରମେ ରୋଜଗାରକ୍ଷମ ହେବା ଦ୍ୱାରା ସମ୍ମାନ ପାଇଲୁ ବୋଲି ସଭାପତି ଭାରତୀ ହିମିରିକା କହିଛନ୍ତି। ସେହିପରି ଗ୍ରୁପର ସଦସ୍ୟା ସବିତା ତାଡିଙ୍ଗି କହିଛନ୍ତି, ବର୍ତମାନ ଆମେ ଚିଆଁ ଅନ୍ୟ ବ୍ଲକରୁ ଚଢା ଦରରେ ଆଣୁଛୁ । କୁକୁଡ଼ା ଖାଦ୍ୟ ମଧ୍ୟ ବିଷମ କଟକରୁ ଆଣୁଛୁ। ରାୟଗଡାରେ ଥିବା ଚିଆଁ ଉତ୍ପାଦନ କେନ୍ଦ୍ରକୁ ବନ୍ଦ କରଯାଇଛି। ଏହାକୁ ଖୋଲାଗଲେ ନିଜ ଅଞ୍ଚଳରୁ ସୁବିଧାରେ ଚିଆଁ ଓ ଖାଦ୍ୟଶସ୍ୟ ଏସବୁ ପାଇପାରନ୍ତୁ ବୋଲି କହିଛନ୍ତି। ପଶୁ ପାଳନ ପାଇଁ ଆବଶ୍ୟକ ସାମଗ୍ରୀ ଖାଦ୍ୟ ଶସ୍ୟ ଚିଆଁ ସରକାରୀ ରିହାତି ଦରରେ ମିଳିଲେ ପଶୁ ପାଳନ ପ୍ରତି ଲୋକେ ଅଧିକ ଆଗ୍ରଡ କରିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଶୁଭାରମ୍ଭ; ଜଳ କଳସଯାତ୍ରାରେ ସହସ୍ରାଧିକ ଶ୍ରଦ୍ଧାଳୁ ସାମିଲ, ସୋମବାରଠୁ ଶତରୁଦ୍ର ମହାଯଜ୍ଞ 

ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri