ପୁରୁଣା ବହିରେ ଅବକାଶକାଳୀନ ହୋମଓ୍ବାର୍କ

ରାୟଗଡ଼ା,୯ା୫(ସ୍ବ.ପ୍ର.): ଗ୍ରୀଷ୍ମ ଅବକାଶରେ ପାଠପଢ଼ା ଜାରି ରଖିବା ଲାଗି ପିଲାମାନଙ୍କୁ ଶିକ୍ଷକ ହୋମଓ୍ବାର୍କ ଦେବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଘରେ ରହି ସୁବିଧାରେ ପାଠ ପଢ଼ିବା ପାଇଁ ଏହି ଯୋଜନା ହେଲା। ଏଥିପାଇଁ ଜିଲାସ୍ତରରେ ହେଲ୍ପ ଡେସ୍କ ବ୍ୟବସ୍ଥା କରାଗଲା। କ୍ଲଷ୍ଟରସ୍ତରରେ ବହି ବଣ୍ଟନ ପାଇଁ ସିଆର୍‌ସିମାନଙ୍କୁ ନିର୍ଦ୍ଦେଶ ଦିଆଗଲା। ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷକମାନଙ୍କୁ ବିଭାଗରୁ ଦିଆଯାଇଥିବା ଗଣିତ, ଭାଷା ଏବଂ ପରିବେଶ ପାଠ ବିଷୟରେ ପ୍ରସ୍ତାବିତ ହୋମ୍‌ୱାର୍କର ନକଲ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ନିର୍ଦ୍ଦେଶ ରହିଥିଲା। ମେ ୧ରୁ ଉକ୍ତ ଯୋଜନା ଲାଗୁ ହୋଇ ସପ୍ତାହେ ବିତିଯାଇଥିଲେ ବି ସବୁଠି ଏହା ସୂଚାରୁରୂପେ କାର୍ଯ୍ୟକାରୀ ହୋଇନି। ଅଧିକାଂଶ ସ୍ଥାନରେ ଛାତ୍ରୀଛାତ୍ରଙ୍କୁ ନୂଆ ବହି ମିଳିପାରିନାହିଁ। ତେଣୁ ପିଲାମାନେ ପୁରୁଣା ବହିରେ ହୋମୱାର୍କ କରୁଥିବା କେତେଜଣ ଅଭିଭାବକ ସୂଚନା ଦେଇଛନ୍ତି।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗତ ୨୦ ତାରିଖରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲା ଶିକ୍ଷାଧିକାରୀମାନଙ୍କୁ ହଲି ଡେ’ ହୋମୱାର୍କ କାର୍ଯ୍ୟ ସମ୍ପର୍କରେ ଅବଗତ କରିଥିଲେ। ଏଥିରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଶ୍ରେଣୀଭିତ୍ତିିରେ କିଭଳି ଶିକ୍ଷା ସହିତ ଜଡ଼ିତ ରଖିହେବ ସେ ନେଇ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନରେ ସହାୟତା ପାଇଁ ପ୍ରଧାନଶିକ୍ଷକ ଓ ଶିକ୍ଷକମାନଙ୍କ ଭୂମିକା ସମ୍ପର୍କରେ ୧୫ଟି ନିର୍ଦ୍ଦେଶାବଳୀ ଦିଆଯାଇଥିଲା। ପିଲାଙ୍କୁ ବିଭାଗ ଦ୍ୱାରା ପ୍ରସ୍ତୁତ ଅବକାଶକାଳୀନ ହୋମୱାର୍କ ପତ୍ରିକାର ନକଲ ଦେବା ପାଇଁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ରହିଥିଲା। ଏନେଇ ଖର୍ଚ୍ଚ ହେବାକୁ ଥିବା ଟଙ୍କା ମାଧ୍ୟମିକସ୍ତରରେ ଏଲଇପି ଓ ପ୍ରାଥମିକସ୍ତରରେ କମ୍ପୋଜିଟ ସ୍କୁଲ ପାଣ୍ଠିରୁ ଖର୍ଚ୍ଚ କରିବାକୁ କୁହାଯାଇଥିଲା। ଏହା ସତ୍ତ୍ୱେ କେତେକ ସ୍କୁଲ କତ୍ତୃପକ୍ଷ ପିଲାଙ୍କୁ ହାତଲେଖା ନକଲ ଦେଇଥିବା ଦେଖାଦେଇଛି। ସେହିପରି ହୋମୱାର୍କ ସମୟରେ ପିଲାଙ୍କୁ ପାଠ୍ୟପୁସ୍ତକ ନିହାତି ଆବଶ୍ୟକ। ତେଣୁ ବିଭାଗ ପକ୍ଷରୁ ସିଆରସିମାନଙ୍କୁ ଶୀଘ୍ର ବହି ବଣ୍ଟନ ନିର୍ଦ୍ଦେଶ ରହିଥିବା ବେଳେ କେତେକ ଶିକ୍ଷକ ବିଇଓ ଅଫିସରୁ ବହି ନେଇ ନିଜ ପାଖରେ ରଖିଛନ୍ତି। ଆଉ କେତେଜଣ ଶିକ୍ଷକ ବହି ପାଇଥିଲେ ମଧ୍ୟ ବଂଟନ କରିନଥିବା ଅଭିଯୋଗ ହୋଇଛି। ଏନେଇ କେତେଜଣ ସିଆରସି ଓ ପ୍ରଧାନଶିକ୍ଷକଙ୍କ ସହ ଯୋଗାଯୋଗ କରିବାରୁ ନାମ ଗୋପନ ସର୍ତ୍ତରେ କହିଛନ୍ତି, ସମସ୍ତ ଛାତ୍ରୀଛାତ୍ରଙ୍କୁ ନୂତନ ପୁସ୍ତକ ଓ ପ୍ରିଣ୍ଟେଡ ଫର୍ମାଟ ଦିଆଯାଇପାରିନାହିଁ  ଖୁବଶୀଘ୍ର ଦିଆଯିବ। ଏନେଇ ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଅଭିଭାବକ ମହଲରେ ଦାବି ହୋଇଛି। ଏ ବିଷୟରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଭଜନଲାଲ ମାଝିଙ୍କୁ ପଚାରିବାରୁ ହେଲ୍ପ ଡେସ୍କ ପକ୍ଷରୁ ବହି ବଣ୍ଟନ ଓ ପ୍ରିଣ୍ଟ ଫର୍ମାଟ ଦିଆଯାଇଥିବା ନେଇ ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ନିୟମିତ ପଚରାଯାଉଥିବା ପ୍ରକାଶ କରିଛନ୍ତି। ଯଦି ସେଭଳି କୌଣସି ଅଭିଯୋଗ ଆସେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାଝି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?