୧୧ ବର୍ଷରେ ଦୁଇ ଇଞ୍ଜିନିୟରିଂ ଡିଗ୍ରୀ

ମେକ୍ସିକୋ ସିଟି, ୯ା୫: ଅଦମ୍ୟ ଇଚ୍ଛାଶକ୍ତି ବଳରେ ସବୁ ସମ୍ଭବ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ମେକ୍ସିକୋର ୧୧ ବର୍ଷୀୟା ଆଧାରା ପେରେଜ୍‌ ସାନ୍‌ଚେଜ୍‌। ଅଟିଷ୍ଟିକ୍‌ ହେବା ସତ୍ତ୍ୱେ ଆଧାରା ଖୁବ୍‌ ଜ୍ଞାନୀ। ତାଙ୍କ ଆଇକ୍ୟୁ (ଇଣ୍ଟେଲିଜେନ୍ସ କୋସେଣ୍ଟ) ୧୬୨ ରହିଛି। ପ୍ରକାଶିତ ରିପୋର୍ଟ ଅନୁସାରେ, ଆଧାରାଙ୍କ ଆଇକ୍ୟୁ ନୋବେଲ ପୁରସ୍କାର ବିଜେତା ପଦାର୍ଥ ବିଜ୍ଞାନୀ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କଠାରୁ ମଧ୍ୟ ଅଧିକ। ମେକ୍ସିକୋର ସିଏନ୍‌ସିଆଇ ୟୁନିଭର୍ସିଟିର ସିଷ୍ଟମ ଇଞ୍ଜିନିୟରିଂରେ ଆଧାରା ସ୍ନାତକ ହାସଲ କରିଛନ୍ତି। ଏହାଛଡ଼ା ଟେକ୍ନୋଲୋଜିକାଲ ୟୁନିଭର୍ସିଟି ଅଫ୍‌ ମେକ୍ସିକୋରେ ଇଣ୍ଡଷ୍ଟ୍ରିଆଲାଇଜିଂ ଇଞ୍ଜିନିୟରିଂରେ ମଧ୍ୟ ସେ ଡିଗ୍ରୀ କରିଛନ୍ତି। ବଡ଼ ହୋଇ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା)ରେ ଜ୍ୟୋତିର୍ବିଜ୍ଞାନୀ ଭାବେ କାର୍ଯ୍ୟ କରିବା ତାଙ୍କ ସ୍ବପ୍ନ। ବର୍ତ୍ତମାନ ଆଧାରା ମେକ୍ସିକୋ ସ୍ପେସ୍‌ ଏଜେନ୍ସିରେ କାମ କରୁଛନ୍ତି।
ଅଟିଷ୍ଟିକ୍‌ ହେବା ଯୋଗୁ ସ୍କୁଲରେ ପଢ଼ିବା ସମୟରେ ସହପାଠୀମାନେ ଆଧାରାଙ୍କୁ ଥଟ୍ଟା କରୁଥିଲେ। ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା ଆଧାରା ମାତ୍ର ୫ ବର୍ଷ ବୟସରେ ପ୍ରାଇମେରି ସ୍କୁଲ ପାଠପଢ଼ା ଶେଷ କରିଥିଲେ। ଅଟିଷ୍ଟିକ୍‌ ପାଇଁ ୩ ବର୍ଷ ବୟସରେ ତାଙ୍କର ଏକ ଅସ୍ତ୍ରୋପଚାର କରାଯାଇଥିଲା, ଯାହାପରେ ସେ ଧୀରେ ଧୀରେ କଥା କହିବା

ଆରମ୍ଭ କରିଥିଲେ। ସାଙ୍ଗମାନଙ୍କ ଥଟ୍ଟା ଇଙ୍ଗିତକୁ କେନ୍ଦ୍ର କରି ତାଙ୍କୁ ୩ଥର ସ୍କୁଲ ପରିବର୍ତ୍ତନ କରିବାକୁ ପଡ଼ିଥିଲା। ଅବସାଦ ଯୋଗୁ ଆଧାରା କିଛିଦିନ ନିଜକୁ ରୁମ୍‌ରେ ବନ୍ଦ କରି ରଖିଥିଲେ। ପରେ ମା’ ନାଲେଲି ସାଞ୍ଚେଜ୍‌ ତାଙ୍କୁ ଜଣେ ଥେରାପିଷ୍ଟଙ୍କ ନିକଟକୁ ନେଇଥିଲେ, ଯାହାପରେ ଆଧାରାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ସେ ପ୍ରଖର ବୁଦ୍ଧିମତ୍ତା ସମ୍ପନ୍ନ ବୋଲି ଥେରାପି ଜରିଆରେ ଡାକ୍ତର ଜାଣିବାକୁ ପାଇଥିଲେ। ଧୀରେ ଧୀରେ ପାଠପଢ଼ା ପ୍ରତି ତାଙ୍କର ଆଗ୍ରହ ବଢ଼ିବାକୁ ଲାଗିଥିଲା। ମାତ୍ର ୬ ବର୍ଷ ବୟସରେ ସେ ହାଇସ୍କୁଲ ପାଠପଢ଼ା ଶେଷ କରିବାକୁ ସକ୍ଷମ ହୋଇଥିଲେ। ଏପ୍ରିଲରେ ମାରି କ୍ଲେର୍‌ ମେକ୍ସିକୋ ମାଗାଜିନ୍‌ର କଭର୍‌ରେ ଆଧାରାଙ୍କ ଫଟୋ ଛପାଯାଇଛି।
ଭିଜା ହୋଇ ନ ପାରିବାରୁ ଆଧାରା ୟୁନିଭର୍ସିଟି ଅଫ୍‌ ଆରିଜୋନାରେ ପାଠ ପଢ଼ିବାର ଇଚ୍ଛାକୁ ପୂରା କରିପାରି ନ ଥିବା କହିଛନ୍ତି। ୟଙ୍ଗ ସାଇଣ୍ଟିଷ୍ଟମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କରାଯାଉଥିବା ଜି-ଟେଷ୍ଟସ୍‌ରେ ଆଧାରା ଅଂଶଗ୍ରହଣ କରିଛନ୍ତି। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାବେଳକୁ ତାଙ୍କୁ ୧୭ ବର୍ଷ ହୋଇଯାଇଥିବାବେଳେ ବିଶ୍ୱରେ ପ୍ରଥମ ଅଟିଷ୍ଟିକ୍‌ ଭାବେ ଆଧାରା ମହାକାଶରେ ଉଡ଼ିବାର ସୁଯୋଗ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଦୁଇ ବଡ଼ ପ୍ରତିଦ୍ୱନ୍ଦ୍ୱୀ, ଫଳାଫଳକୁ ଅପେକ୍ଷା

ଓ୍ବାଶିଂଟନ,୮ା୫: ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିପବ୍ଲିକାନ ଏବଂ ଡେମୋକ୍ରାଟିକ୍‌ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ କରିବାକୁ ପ୍ରାଥମିକ ନିର୍ବାଚନ ଚାଲିଛି।...

ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତା କିଏ? ଜାଣନ୍ତୁ କେଉଁ ସ୍ଥାନରେ ଅଛନ୍ତି ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୫: ମେ ୭ରେ କ୍ରେମଲିନ ପ୍ୟାଲେସରେ ଭ୍ଲାଡିମର ପୁଟିନ ପଞ୍ଚମଥର ପାଇଁ ରୁଷିଆର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୦ରେ ପୁଟିନ ପ୍ରଥମ ଥର...

ସାରା ବିଶ୍ୱରୁ କରୋନା ଭ୍ୟାକ୍ସିନ ପ୍ରତ୍ୟାହାର କଲା ଆଷ୍ଟ୍ରାଜେନେକା

ଲଣ୍ଡନ,୮।୫: ବ୍ରିଟିଶ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନେକା କରୋନା ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସାରା ବିଶ୍ୱରେ ଉତ୍ତେଜନା ପ୍ରକାଶ ପାଇବା ପରେ କମ୍ପାନୀ ଏହାର କରୋନା...

ହସ୍ପିଟାଲ ବେଡ୍‌ରେ ସ୍ତ୍ରୀଙ୍କ ଗଳାଚିପି ଦେଲେ ସ୍ବାମୀ: ଜାଣନ୍ତୁ ପଛରେ ରହିଛି କ’ଣ କାରଣ

ଓ୍ବାଶିଂଟନ,୮ା୫:ଆମେରିକାର ମିସୌରୀ ରାଜ୍ୟର କାନ୍‌ସାସ ସିଟିରେ ଜଣେ ୭୫ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମେଡିକାଲ ବିଲ୍‌ ପୈଠ କରି ନ ପାରି ହସ୍ପିଟାଲ ବେଡ୍‌ରେ...

୫ମ ଥର ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁଟିନ୍‌

ମସ୍କୋ,୮ା୫:ଭ୍ଲାଡିମିର୍‌ ପୁଟିନ୍‌ ରେକର୍ଡ ୫ମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଚଳାଇବା ସହ ନିଜର ରାଜନୈତିକ...

ନାଟୋକୁ ପୁଟିନଙ୍କ ଚେତାବନୀ- ଆମ ଉପରେ ଚାପ ପକାଇଲେ ବିନାଶ ଦେଖିବ…

ମସ୍କୋ,୭।୫: ରୁଷିଆ ରାଷ୍ଟ୍ରପତି ଭାବେ ୫ ଥର ଲାଗି ଭ୍ଲାଡିମିର ପୁଟିନ ଶପଥ ନେବା ସହ ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। ନିଜର ପ୍ରଥମ ସମ୍ବୋଧନରେ...

ହସ୍ପିଟାଲରେ ଛୁରାମାଡ ୨ ମୃତ, ୨୧ ଆହତ

ୟୁନାନ,୭।୫: ମଙ୍ଗଳବାର ଚାଇନାର ଦକ୍ଷିଣ-ପଶ୍ଚିମ ପ୍ରଦେଶର ୟୂନାନ ଡାକ୍ତରଖାନାରେ ଛୁରୀ ଆକ୍ରମଣରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ...

ଗାଜା ଯୁଦ୍ଧ କଭରେଜ ପାଇଁ ନ୍ୟୁୟର୍କ ଟାଇମ୍ସ, ରଏଟର୍ସକୁ ମିଳିଲା ପୁଲିତଜର ଆଓ୍ବାର୍ଡ

ନ୍ୟୁୟର୍କ,୭।୫: ସୋମବାରର ପୁଲିତଜର ପୁରସ୍କାରରେ ଗାଜା ଯୁଦ୍ଧକୁ ବିଶେଷ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ଇସ୍ରାଏଲ, ହମାସର ସଂଘର୍ଷକୁ କଭର କରିଥିବା ଖବରଦାତାଙ୍କୁ ବିଶେଷ ପ୍ରଶଂସା କାଯାଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri