ଅନଶନ ବେଳେ ଅସୁସ୍ଥ ହୋଇପଡ଼ିଲେ ୨ ବୃଦ୍ଧ

ଜଳେଶ୍ୱର, ୬।୧(ଡି.ଏନ.ଏ.)  ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ନାମ୍ପୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବହୁବର୍ଷ ହେଲା ସ୍ଥାୟୀ ଡାକ୍ତର ନ ଥିବାରୁ ଗ୍ରାମବାସୀ ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁଥିଲେ। ଗତ ମଙ୍ଗଳବାର ଗ୍ରାମବାସୀଙ୍କ ପକ୍ଷରୁ ଅହୋରାତ୍ର ଆମରଣ ଅନଶନ ଆରମ୍ଭ ହୋଇଛି। ମଙ୍ଗଳବାର ଅପରାହ୍ନରେ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ପ୍ରଭାସଚନ୍ଦ୍ର ନାୟକ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପ୍ରତିନିଧି ରଞ୍ଜନ ନାୟକ ପହଞ୍ଚତ୍ ସପ୍ତାହକୁ ୨ଦିନ ଜଣେ ଡାକ୍ତରଙ୍କୁ ପଠାଇବା ଓ ୧ମାସ ପରେ ଡାକ୍ତର ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ସ୍ଥାୟୀ ନିଯୁକ୍ତିି ଦାବିରେ ଅଡ଼ି ବସିଥିଲେ। ଆନ୍ଦୋଳନକାରୀଙ୍କ ମଧ୍ୟରୁ ବୁଧବାର ମଧ୍ୟାହ୍ନରେ ସୁଧୀର ଭୂୟାଁ(୬୩) ଓ ବିଜୟ ପାତ୍ର (୬୭) ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ ା ତାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିବା ଜଣାଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଗୋପାଳ ଦତ୍ତ, ସୁମତୀ ଦେ, ଜଗନ୍ନାଥ ପ୍ରଧାନ, ପ୍ରତାପ ସେନାପତି, ସ୍ବରୂପ ସିଂହ, ହରିଶଚନ୍ଦ୍ର ହୁଇ, ସୁଧୀର ଭୂୟାଁ, ଜ୍ୟୋତିବ୍ରହ୍ମ ଦେ, ଜନ୍ମେଜୟ ଚନ୍ଦ, ବିନୟ ଭୂୟାଁ, ଅକ୍ଷୟ ଜେନା, ଦିଲୀପ ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri