କେସିଙ୍ଗା,୧୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଖଜୁରପଡା ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ୨୬ରେ ଦୁଇ ଜଣ ଡ୍ରାଇଭରଙ୍କୁ ଏକ କ୍ୟାଣ୍ଟର ବୁଧବାର ସକାଳ ସାଢ଼େ ତିନି ଘଣ୍ଟା ସମୟରେ ଧକ୍କା ଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖଜୁରପଡା ପଡା ଏକ ଧାନ ମିଲକୁ ଧାନ ଆଣିଥିଲେ। ଦୁଇ ଜଣ ଡ୍ରାଇଭର ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିଲେ। ଭବାନୀପାଟଣାରୁ କେସିଙ୍ଗା ଅଭିମୁଖେ ଯାଉଥିବା ଏକ କେଣ୍ଟର ଧକ୍କା ଦେବା ଫଳରେ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ଜଣ ମୃତ ବ୍ୟକ୍ତିଙ୍କ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ନିଆଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
Dharitri – Odisha’s No.1 Odia Daily

