Posted inଜାତୀୟ

୨ ଦିନ ପରେ କବରରୁ ଉଠିଲେ ମୃତ ବ୍ୟକ୍ତି !

କାନପୁର, ୯।୮: ଉତ୍ତରପ୍ରଦେଶରେ ପୋଲିସ ବିଭାଗର ମନମୁଖୀ ତଦନ୍ତ ଯୋଗୁ ସାଧାରଣ ଲୋକେ ହଇରାଣ ହେବାରେ ଲାଗିଛିନ୍ତି। ପୋଲିସ ବାବୁମାନେ ଜୀବିତ ଲୋକଙ୍କୁ କାଗଜପତ୍ରରେ ମୃତ ଘୋଷିତ କରି ଦେଉଛନ୍ତି। ଏହାର ସଦସ୍ୟତମ ଘଟଣା କାନପୁରର କଲୋନେଲଗଞ୍ଜ୍‌ରେ ଘଟିଛି। ଜଣେ ବ୍ୟକ୍ତିଙ୍କୁ କବର ଦିଆଯିବାର ୨ ଦିନ ପରେ ସେ ଘରକୁୁ ଫେରିଛନ୍ତି। ବ୍ୟକ୍ତି ଜଣକ ମୃତ ଘୋଷଣା କରାଯାଇଥିବା ଅହମଦ୍‌ ହାସନ୍‌ ବୋଲି ରବିବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୨ ଦିନ ତଳେ କାହାକୁ କବର ଦିଆଯାଇଥିଲା ସେ ନେଇ ପୋଲିସ ବିଭାଗର ବୁଦ୍ଧି ହଜିଯାଇଛି। ଅଗଷ୍ଟ ୨ରେ ସ୍ତ୍ରୀ ନଗ୍‌ମାଙ୍କ ସହିତ ପାଟିତୁଣ୍ଡ କରି ହାସନ ଘରୁ ପଳାଇ ଯାଇଥିଲେ। ସେ ନିଖୋଜ ହେବା ସମ୍ପର୍କରେ ପରିବାର ପକ୍ଷରୁ ଚାକେରି ଥାନାରେ ଏତଲା ଦାଏର କରାଯାଇଥିଲା। ଅଗଷ୍ଟ ୫ରେ ପୋଲିସକୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା। ଏନେଇ ପୋଲିସ ପକ୍ଷରୁ ହାସନଙ୍କ ପରିବାର ସହିତ ଯୋଗାଯୋଗ କରାଯାଇଥିଲା। ମୃତଦେହ କ୍ଷତବିକ୍ଷତ ଥିବାରୁ ପରିବାର ଲୋକେ ତାହା ହାସନଙ୍କର ବୋଲି ଚିହ୍ନଟ କରିଥିଲେ। ଏହାପରେ ତାଙ୍କୁ କବର ଦିଆଯାଇଥିଲା। ତେବେ ଅଗଷ୍ଟ ୭ରେ ହାସନ ହଠାତ୍‌ ଘରକୁ ଫେରିଥିଲେ। ତାଙ୍କୁ ଦେଖି ଘରେ ଲାଗି ରହିଥିବା କାନ୍ଦବୋବାଳି ବନ୍ଦ ହୋଇଯାଇଥିଲା। ସ୍ତ୍ରୀ ନଗ୍‌ମା ହାସନଙ୍କୁ ଧରି ପୋଲିସ ଥାନାରେ ପହଞ୍ଚିଥିଲେ। ହାସନଙ୍କୁ ଦେଖି ଥାନା ବାବୁଙ୍କ ଅକଲଗୁଡୁମ୍‌ ହୋଇଯାଇଥିଲା। କବର ଦିଆଯାଇଥିବା ବ୍ୟକ୍ତି ଜଣକ କିଏ ସେ ନେଇ ତଦନ୍ତ ଜାରି ରହିଥିବା କାନପୁର ଏସ୍‌ପି ପ୍ରୀତିନ୍ଦର ସିଂ ସୂଚନା ଦେଇଛନ୍ତି। ଏହି ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପୋଲିସ ବାବୁମାନେ କାମଚଳା ତଦନ୍ତ କରୁଥିବାରୁ ଏଭଳି ଘଟୁଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ଲଘୁଚାପ: ରାଜ୍ୟର ୧୧ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ କଲା…

ଭୁବନେଶ୍ୱର, ୯ା୯(ସୌମ୍ୟରଞ୍ଜନ ରାଉତ) – ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ ଆଣି ଗ୍ରାମବାସୀ…

ଛତ୍ରପୁର,୯ା୯(ଦିଲ୍ଲୀପ ସମାଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାମରମାନକୁ…

ରାତି ୧୦ଟା ପରେ ବାଜିବନି ଲାଉଡ୍‌ ସ୍ପିକର, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ଛତ୍ରପୁର,୯ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଶ୍ରୀଗଣେଶ ପୂଜାକୁ ଶୃଙ୍ଖଳିତ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଛତ୍ରପୁର ପୋଲିସ ଏବଂ ପ୍ରଶାସନ…

ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’

ହାଟଡିହୀ, ୯।୯(ଶୁଭକାନ୍ତ ନାୟକ): ଇନଷ୍ଟାଗ୍ରାମରେ ପ୍ରେମ, ତା’ପରେ ପ୍ରତ୍ୟାଖ୍ୟାନ, ଆଉ ଶେଷରେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। ବୁଧବାର ଏଭଳି ଏକ ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲା ହାଟଡିହୀ…

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri