ମା’ବାପାଙ୍କ ଆଗରେ ଚାଲିଗଲା ୨ ପିଲାଙ୍କ ଜୀବନ

ରମ୍ଭା,୧୦ା୩-ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସାବୁଳିଆ ଛକରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ବିବାହ ଉତ୍ସବରେ ଯୋଗଦେବାକୁ ବାଇକ୍‌ରେ ଯିବାବେଳେ ଦୁର୍ଘଟଣାରେ ମା’ ବାପାଙ୍କ ଆଗରେ ୨ ପିଲାଙ୍କ ଜୀବନ ଚାଲିଯାଇଛି। ସେମାନେ ହେଲେ ରମ୍ଭା ଟିକରପଡ଼ା ସାହିର ଅନ୍ତର୍ଯାମୀ ବେହେରାଙ୍କ ପୁଅ ପାର୍ଥ (୧୦) ଓ ଝିଅ ଆର୍ଯ୍ୟାସ୍ମିତା (୪)। ସ୍ତ୍ରୀଙ୍କ ସହ ଅନ୍ତର୍ଯାମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଦମ୍ପତିଙ୍କୁ ପ୍ରଥମେ ରମ୍ଭା ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି।
ବିବାହ ଭୋଜିରେ ଯୋଗଦେବାକୁ ସ୍ତ୍ରୀ ଓ ପିଲାଙ୍କୁ ଧରି ଅନ୍ତର୍ଯାମୀ ଏକ ବାଇକ୍‌ରେ ପଥରା ଅଭିମୁଖେ ଯାଉଥିଲେ। ସାବୁଳିଆ ଛକରେ ବାଇକ୍‌ ସହ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସିମେଣ୍ଟ ବୋଝେଇ ଟ୍ରକ (ଏପି ୩୧ଟିଡବ୍ଲୁ ୯୩୦୯) ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଆର୍ଯ୍ୟାସ୍ମିତା ଓ ପାର୍ଥଙ୍କ ମୃତ୍ୟୁ ଘଟିଥିଲା। ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ, ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ, ରମ୍ଭା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ ଦୁର୍ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବାଇକକୁ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଳିକନ୍ଦିରେ ଧଳାଜହର

ଢେଙ୍କାନାଳ ଅଫିସ, ୧୩।୭: ଧଳାଜହର ବ୍ୟବସାୟର ନୂଆ ଠିକଣା ପାଲଟିଛି ଢେଙ୍କାନାଳ। ଗଳିକନ୍ଦିରେ ଖୋଲାଖୋଲି ବିକ୍ରି ହେଉଛି ବ୍ରାଉନସୁଗାର। ପୋଲିସ ଏବଂ ଅବକାରୀ ବିଭାଗ ମଧ୍ୟରେ ସମନ୍ବୟର...

ଜିଲା ମୁଖ୍ୟ ଚିକିତ୍ସାଳୟରେ ମାସ୍କ ବଣ୍ଟନ

କେନ୍ଦୁଝର, ୭ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କ ସେବାରେ ନିୟୋଜିତ ନର୍ସମାନଙ୍କୁ ମାସ୍କ ବଣ୍ଟନ କରାଯାଇଛି। କେନ୍ଦୁଝର ସହରସ୍ଥ ମା’ ଜଗଦମ୍ବା ଟ୍ରଷ୍ଟ ତରଫରୁ...

ପୋଲିସ ମାଡ଼ରେ ଡ୍ରାଇଭରଙ୍କ ଗୋଡ଼ ଭାଙ୍ଗିଲା

ଆନନ୍ଦପୁର,୧୨ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସ ମାଡ଼ରେ ଟ୍ରାକ୍ଟର ଡ୍ରାଇଭରଙ୍କ ଗୋଡ଼ ଭାଙ୍ଗିବା ଘଟଣା ଚର୍ଚ୍ଚାକୁ ଆସିଛି। ଟ୍ରାକ୍ଟର ଡ୍ରାଇଭର ପାର୍ଥ ପୂର୍ତ୍ତି ଆନନ୍ଦପୁର ମୁଖ୍ୟ...

ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ: ହାଇକୋର୍ଟ

କଟକ ଅଫିସ,୨୩ା୫: ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହଁ ବୋଲି ଶନିବାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କୋରାପୁଟ ଜିଲା ପଟାଙ୍ଗୀ...

ମନ୍‌ବଲ ଆଗ୍‌କେ ବଢ଼ବାର ବାଟ କଢ଼ାସି

ଲାଠୋର, ୧୫ା୪ (ଡି.ଏନ୍‌.ଏ): ସମାଜରେ ସଭେ ଜିଁବାର ଖାଏବାର ଲାଗି କିଛି ନାଇଁ କିଛି କରୁଛନ୍‌। କିଏ ବୁଧି ବିବେକ ଖଟେ ତ ଆର କିଏ...

ଟାଲ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ

ବରଗଡ଼ ଅଫିସ,୨୦।୪: ବରଗଡ଼ ଜିଲା ରାଜୋରାସମ୍ବର ବ୍ଲକ ଅନ୍ତର୍ଗତ ଟାଲ ଗ୍ରାମକୁ ମଙ୍ଗଳବାରରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସ୍ଥାନୀୟ ସରପଞ୍ଚ ସୌକିଲାଲ ସେଠ୍‌ ଏକ...

ବ୍ରହ୍ମପୁର ଜୋନ ଯୁକ୍ତ ଦୁଇ ପରୀକ୍ଷାଫଳ କଳାରେ ପାସ୍‌ ହାର ୬୧.୨୧%, ବାଣିଜ୍ୟରେ ୬୦.୮୮%, ଧନ୍ଦାମୂଳକ ଶିକ୍ଷାରେ ୪୩.୬୯ %

ବ୍ରହ୍ମପୁର ଅଫିସ୍‌,୨୨ା୬-ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଜୋନ ଅଧୀନସ୍ଥ ଗଞ୍ଜାମ, ଗଜପତି,...

ମୋ ଗେହ୍ଲା ଝିଅ, ନିର୍ଭୟ କଢ଼ି କାର୍ଯ୍ୟକ୍ରମ: ଅଷ୍ଟମ ଶ୍ରେଣୀ ଛାତ୍ରୀ ମାମାଲି ବ୍ରାଣ୍ଡ ଆମ୍ବାସଡର

ଛତ୍ରପୁର,୪ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ମୋ’ ଗେହ୍ଲାଝିଅ ଓ ନିର୍ଭୟ କଢ଼ି କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ ହେଉଛି। କନ୍ୟା ସନ୍ତାନ ଜନ୍ମ ଦେଉଥିତ୍ବା ମା’ମାନଙ୍କୁ ସମ୍ବର୍ଦ୍ଧନା ଦେବା...

Advertisement
Archives

Model This Week