ସାତକୋଶିଆକୁ ଆସିଲା ୨ ବୋଟ୍‌, ଜେଟି

ବନ୍ତଳା, ୪ା୮(ଡି.ଏନ.ଏ.)

ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ପହଞ୍ଚିଛି ୧୦ ସିଟ୍‌ ବିଶିଷ୍ଟ ୨ଟି ନୂଆ ବୋଟ୍‌ ଓ ଜେଟି। ଏହାର ମୂଲ୍ୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାଯାଇଛି। ଏହି ବୋଟ୍‌ ପାଟ୍ରୋଲିଂ କାମରେ ଲାଗିବ। ସେଥିରୁ ଗୋଟିଏ କଟରଙ୍ଗ ଘାଟ ଓ ଅନ୍ୟଟି ବଳଦମରା ଚେନଗେଟ୍‌ ନିକଟରେ ରହିବ ବୋଲି ସୂଚନା ରହିଛି।
ପ୍ରକାଶଥାଉ କି, ସାତକୋଶିଆ ଅଭୟାରଣ୍ୟକୁ ମଧ୍ୟପ୍ରଦେଶରୁ ଆସିଥିବା ବାଘୁଣୀ ସୁନ୍ଦରୀ ଆକ୍ରମଣରେ ୨୦୧୮ ସେପ୍ଟେମ୍ବର ୧୨ରେ ଜଣେ ଲୋକଙ୍କ ମୃତ୍ୟୁ ଅଭିଯୋଗ ପରେ ସ୍ଥାନୀୟ ବାସିନ୍ଦା ପର୍ଯ୍ୟଟକ ଓ ବନବିଭାଗ ପାଇଁ ଥିବା ୭ଟି ବୋଟ୍‌କୁ ପୋଡ଼ି ଦେଇଥିଲେ। ଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା କମିବା ସହ ପାଟ୍ରୋଲିଂ ପାଇଁ ବିଭାଗକୁ ଅସୁବିଧା ହୋଇଥିଲା। ପରବର୍ତ୍ତୀ ସମୟରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ ବନ୍ୟପ୍ରାଣୀଙ୍କ ପ୍ରସ୍ତାବ କ୍ରମେ ଅଭୟାରଣ୍ୟ ପାଇଁ ୪ଟି ବୋଟ୍‌ ଅଣାଯାଇଥିଲା। ସେଥିରୁ ଗୋଟିଏ ଜିଲିଣ୍ଡା ରେଞ୍ଜକୁ ଦିଆଯାଇଥିବାବେଳେ ଆଉ ୨ଟି ପର୍ଯ୍ୟଟକ ଓ ଗୋଟିଏ ବନ ବିଭାଗର ପାଟ୍ରୋଲିଂ ପାଇଁ ବ୍ୟବହୃତ ହେଉଛି। ପରେ ସାତକୋଶିଆ ଡିଏଫଓ ଆଉ ୮ଟି ବୋଟ୍‌ ଓ ଦୁଇଟି ଜେଟି ପାଇଁ ପ୍ରସ୍ତାବ ଦେଇଥିଲେ। ସେଥିମଧ୍ୟରୁ ଏବେ ୨ଟି ବୋଟ୍‌ ଓ ଜେଟି ଅଭୟାରଣ୍ୟରେ ପହଞ୍ଚିଛି। ଅନ୍ୟପକ୍ଷରେ କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଘଡ଼ିଆଳ ଓ ମଗର କୁମ୍ଭୀର ଥିବା ଟିକରପଡା ପ୍ରଜନନ, ସଂରକ୍ଷଣ କେନ୍ଦ୍ରକୁ ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଛି। ସାତକୋଶିଆ ଡିଏଫଓ ରାମାସ୍ବାମୀ ପି. କହିଛନ୍ତି, ଏହି ଦୁଇଟି ବୋଟ୍‌ ପାଟ୍ରୋଲିଂ ପାଇଁ ବ୍ୟବହାର କରାଯିବ। କୁମ୍ଭୀର ପ୍ରଜନନ ଓ ସଂରକ୍ଷଣ କେନ୍ଦ୍ରକୁ ପର୍ଯ୍ୟଟକମାନେ ଯିବା ଉପରେ କଟକଣା ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ବିଭାଗର ମହିଳା ଯୋଦ୍ଧା

ଭୁବନେଶ୍ୱର,୨୪ା୭(ବ୍ୟୁରୋ): କରୋନା ମହାମାରୀ ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ, ମେଡିସିନ ଯୋଗାଇବା ସହ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ରେଳ...

ଝଗଡ଼ା ପରେ ବିଷ ପିଇଲେ ନବବିବାହିତା

ବ୍ରହ୍ମପୁର ଅଫିସ,୨୭ା୮: ବିଷପିଇ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣେ ନବବିବାହିତା ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ଅଲାରିଗଡ ଗ୍ରାମର...

ଭାଟସାହିରେ ଚୋର ଧରିବା ପାଇଁ ବୁଲିଲା ଖଟ: ଗାଁକୁ ୩ ଥର ଯାଇ ଖଟବୁଲାଳିଙ୍କୁ ଧରିପାରିଲାନି ପୋଲିସ

ନୟାଗଡ଼ ଅଫିସ,୨।୧୧: ନୟାଗଡ଼ ଜିଲା ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୨ କିଲୋମିଟର ଦୂର ଭାଟସାହି ଗ୍ରାମରେ ଶୁକ୍ରବାର ଗ୍ରାମବାସୀ ଚୋର ଧରିବା ପାଇଁ ଖଟ ବୁଲାଇଥିଲେ।...

CORONAVIRUS UPDATE: ଜଗତସିଂହପୁରରେ ପୁଣି ୨୦ କରୋନା ପଜିଟିଭ; ସମସ୍ତେ କୋଲକତା ଫେରନ୍ତା

ଭୁବନେଶ୍ୱର,୧୮।୫(ବ୍ୟୁରୋ)-ଜଗତସିଂହପୁର ଜିଲାରେ ସୋମବାର ଅପରାହ୍ନରେ ପୁଣି ୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନାଉଗାଁ ବ୍ଲକ ଜାମୁଗାଁ କ୍ୱାରାଣ୍ଟାଇନ ସେଣ୍ଟରରୁ ୧୯ ପଜିଟିଭ ଚିହ୍ନଟ ହୋଇଥିବାବେଳେ...

କରୋନାରେ ୧୫ବର୍ଷୀୟ ନାବାଳିକାଙ୍କ ଜୀବନ ଗଲା

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ରାଜ୍ୟରେ ପୁଣି ଜଣେ ପିଲାର କରୋନାରେ ମୃତ୍ୟୁ ଘଟିଛି। ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ କୋରାପୁଟ...

ମାଓବାଦୀଙ୍କ ବର୍ବରତା: ଜାଳି ଦେଲେ ୭ ଗାଡ଼ି

ମାଲକାନଗିରି,୨୬ା୪: ଛତିଶଗଡ଼ରେ ଅପରେଶନ ପ୍ରହାର-୩କୁ ବିରୋଧ କରି ମାଓବାଦୀଙ୍କ ପକ୍ଷରୁ ଏପ୍ରିଲ ୨୬ରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ସୋମବାର ମାଲକାନଗିରି ଜିଲାରେ...

୭ ଜିଲାକୁ ସୁନାମି ଭୟ

ଭୁବନେଶ୍ୱର,୩।୭(ବ୍ୟୁରୋ):ରାଜ୍ୟକୁ ବାତ୍ୟା, ବନ୍ୟା, ବଜ୍ରପାତ, ମରୁଡ଼ି ଭଳି ସୁନାମି ଆଉ ଏକ ବିପତ୍ତି ଭାବେ ଉଭାହେଲାଣି। କେଉଁ ସମୟରେ ସୁନାମି ଉପକୂଳକୁ କ୍ଷତି ପହଞ୍ଚାଇବ ତାହା...

ଗୁପ୍ତା ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ ଅଧ୍ୟକ୍ଷଙ୍କ ପରଲୋକ

କଟକ ରୋଡ,୨୨।୨(ଡି.ଏନ୍‌.ଏ.): ଗୁପ୍ତା ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ ଅଧ୍ୟକ୍ଷ ଭଗତରାମ ଗୁପ୍ତାଙ୍କ ଶୁକ୍ରବାର ପରଲୋକ ଘଟିଛି। ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। କିଛିଦିନ ପୂର୍ବେ...

Advertisement
Archives

Model This Week