୫୮.୧୪ କୋଟିର ଜିଏସ୍‌ଟି ଠକେଇ ଧରାପଡ଼ିଲା: ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସମେତ ୨ ଗିରଫ

କଟକ ଅଫିସ,୩।୯: ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗ ୧୮୧୯ କୋଟିର ଜାଲ ବିଲ୍‌ ର଼୍ୟାକେଟକୁ ଧରିଛି। ଏଥିସହ ସମ୍ପୃକ୍ତ ୨ଜଣ ମାଷ୍ଟରମାଇଣ୍ଡ୍‌ଙ୍କୁ ଗୁରୁବାର ଗିରଫ କରିଛି। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅମିତ କୁମାର ଅଗ୍ରୱାଲଙ୍କୁ ଝାରସୁଗୁଡାରୁ ଓ ସତୀନ୍ଦ୍ର କୁମାର ଯାଦବଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ଏହି ଜାଲ ବିଲ୍‌ ବଳରେ ସେମାନେ ୩୨୩ କୋଟିର ଇନ୍‌ପୁଟ ଟାକ୍ସ କ୍ରେଡିଟ(ଆଇଟିସି) ହାତେଇବା ସହ ମୋଟ ୫୮.୧୪ କୋଟି ଟଙ୍କାର ଜିଏସ୍‌ଟି ଠକେଇ କରିଛନ୍ତି। କଟକସ୍ଥିତ ବାଣିଜ୍ୟ କର ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସିଟି ଆଣ୍ଡ୍‌ ଜିଏସ୍‌ଟି କମିଶନର ସୁଶିଲ କୁମାର ଲୋହାନୀ ଏନେଇ ସୂଚନା ଦେଇଛନ୍ତି। ସମ୍ପୃକ୍ତ ୨ ଅଭିଯୁକ୍ତ ଅନ୍ୟମାନଙ୍କ ସହ ଦେଶର ବିଭିନ୍ନ ରାଜ୍ୟରେ ୧୩ଟି ଜାଲ୍‌ ବ୍ୟାବସାୟିକ ସଂସ୍ଥା ଖୋଲିଥିଲେ। ଏହା ମାଧ୍ୟମରେ ଜାଲ କ୍ରୟ ବିକ୍ରୟ ବିଲ୍‌ ପ୍ରସ୍ତୁତ କରି ଉକ୍ତ ଆଇଟିସି ହାତେଇଥିବାବେଳେ ତାହାକୁ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କୁ ହସ୍ତାନ୍ତର କରି ରାଜ୍ୟ ସରକାରଙ୍କ ବିପୁଳ ରାଜସ୍ବ କ୍ଷତି କରିଛନ୍ତି। ଅଳ୍ପ ଦିନର ବ୍ୟବଧାନ ମଧ୍ୟରେ ସେମାନେ ଏହି ଜାଲ୍‌ କିଣା ବିଲ ଯୋଗାଡ କରିଥିବା ଜଣାପଡିଛି।

ଜାଲ୍‌ ବିଲ୍‌ ସମ୍ପର୍କରେ ସୂଚନା ମିଳିବା ପରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଯାଞ୍ଚବେଳେ ଜାଲ୍‌ କାଗଜପତ୍ର ଓ କାରବାର ଧରାପଡିଥିଲା। ଅଭିଯୁକ୍ତମାନେ ଚାକିରି ଲୋଭ ଦେଖାଇ କୋଲକାତାରେ ରହୁଥିବା ଝୋଟକଳ ଶ୍ରମିକ, ଝାଡୁଦାର ଆଦି ଲୋକଙ୍କ ଫଟୋ ସହ ପରିଚୟ ପତ୍ର, ବ୍ୟାଙ୍କ ପାସବୁକ ଆଦି ହାସଲ କରିଥିଲେ। ସେଗୁଡିକୁ ବ୍ୟବହାର କରି ଜିଏସ୍‌ଟି ପଞ୍ଜୀକରଣ କରିବା ସହ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଜାଲ୍‌ କମ୍ପାନୀ ପ୍ରସ୍ତୁତ କରିଥିଲେ। କୌଣସି ଦ୍ରବ୍ୟର କିଣାବିକା ବିନା ଜାଲ ବିଲ୍‌ ବ୍ୟବସାୟରେ ଲିପ୍ତ ରହିଥିଲେ। ୧୩ଟି ଜାଲ କମ୍ପାନୀ ମଧ୍ୟରୁ ୩ଟିର ପ୍ରୋପ୍ରାଇଟର ପଶ୍ଚିମବଙ୍ଗ ଡେଲହାଉସୀ ଝୋଟ କଳ ଶ୍ରମିକ ଓ ଝାଡୁଦାର ହୋଇଥିବା ଜିଏସ୍‌ଟି କମିଶନର ଲୋହାନୀ ସୂଚନା ଦେଇଛନ୍ତି। ଏପରିକି ଝାରସୁଗୁଡ଼ାର ଏକ ପଡ଼ିଆକୁ ମଧ୍ୟ କମ୍ପାନୀର ଠିକଣା ଭାବେ ଉଲ୍ଲେଖ କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri