Posted inଜାତୀୟ

ସୂଚନା ପ୍ରସାରଣ ମନ୍ତ୍ରୀଙ୍କ ସହିତ ଆଲୋଚନା ପାଇଁ ଟୁଇଟର ଆଗ୍ରହୀ

ନୂଆଦିଲ୍ଲୀ,୯।୨: ଜାନୁୟାରୀ ୨୬ରେ ଟାକ୍ଟର ରାଲି ସମୟରେ ଘଟିଥିବା ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାକିସ୍ତାନ ଏବଂ ଖଲିସ୍ତାନ ସହିତ ସମ୍ପର୍କିତ ୧୧୭୮ ଆକାଉଣ୍ଟ୍‌ ହଟାଇବା ପାଇଁ ଟୂଇଟର୍‌କୁ କୁହାଯାଇଥିଲା। ଏହାକୁ ନେଇ ଟୁଇଟର ନିଜର ପ୍ରତିକ୍ରିୟା ରଖିଛି। କମ୍ପାନୀ ପକ୍ଷରୁ ଭାରତୀୟ ସୂଚନା ଏବଂ ପ୍ରସାରଣମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ସହିତ ସୃଷ୍ଟି ହୋଇଥିବା ସମସ୍ୟା ସମ୍ପର୍କରେ ଆଲୋଚନା ଲାଗି ଆଗ୍ରହ ପ୍ରକାଶ କରାଯାଇଛି। ଜାନୁୟାରୀ ୩୧ରେ ଭାରତ ସରକାରଙ୍କ ନିର୍ଦ୍ଦେଶ ପରେ ପୂର୍ବରୁ ପ୍ରତିବନ୍ଧକ ଲଗାଯାଇଥିବା ୨୫୭ ଆକାଉଣ୍ଟ ଉପରୁ କଟକଣା ଗତ ସପ୍ତାହରେ ଉଠାଇ ନିଆଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ପୁଣି କେତେକ ଆକାଉଣ୍ଟ୍‌ କୁ ହଟାଇବା ଲାଗି ଫେବୃୟାରୀ ୪ରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ପାଳନ ନେଇ ଟୁଇଟର ନିଜସ୍ବ ମତ ରଖିଛି। କମ୍ପାନୀ କହିଛି ଯେ, ଟୂଇଟର ନିଜ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଥାଏ। ବାଧାମୁକ୍ତ ବାର୍ତ୍ତା ସମ୍ପ୍ରସାରଣ ଦ୍ୱାରା ସମଗ୍ର ପୃଥବୀ ଉପରେ ସକରାତ୍ମକ ପ୍ରଭାବ ପଡ଼ିଥାଏ। ଏଭଳି କାର୍ଯ୍ୟ ଟୁଇଟର ଜାରି ରଖିଛି। ଏହାକୁ ନିଶ୍ଚିତ କରିବା ପାଇଁ କମ୍ପାନୀ ପକ୍ଷରୁ ଉପଯୁକ୍ତ ଆଲର୍ଟ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥାଏ। ସାର୍ବଜନୀକ ଖବର ସମ୍ପ୍ରସାରଣ ଲାଗି କମ୍ପାନୀ ପ୍ରତିଶ୍ରୁତିବଦ୍ଧ ବୋଲି ଟୁଇଟର କହିଛି। ସୂଚନାଯୋଗ୍ୟ, କିଛି ଦିନ ତଳେ କମ୍ପାନୀର ସିଇଓ ଜ୍ୟାକ୍‌ ଡୋର୍ସେ ଭାରତରେ ଜାରି ରହିଥିବା ଚାଷୀ ସଂଗଠନଙ୍କ ଆନ୍ଦୋଳନକୁ ସମର୍ଥନ କରିଥିବା କିଛି ବିଦେଶୀଙ୍କ ଟ୍ବିଟ୍‌କୁ ପସନ୍ଦ କରିଥିଲେ। ଏହାପରେ ଭାରତ ସରକାରଙ୍କ ପକ୍ଷରୁ କେତେକ ଟୁଇଟର ଆକାଉଣ୍ଟ ଉପରେ କଟକଣା ଲଗାଇବା ଲାଗି କୁହାଯାଇଥିଲା। ଆମେରିକା ଏବଂ ଜାପାନ ପରେ ଭାରତ ଟୁଇଟରର ତୃତୀୟ ସର୍ବବୃହତ୍‌ ବଜାର ଭାବେ ପରିଚିତି ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri