ଯାଆଁଳା ଶିଶୁ ଓ ସ୍ତନ୍ୟପାନ

ମା’ କ୍ଷୀର ଶିଶୁ ପାଇଁ ଈଶ୍ୱରଙ୍କ ବରଦାନ ା କାରଣ ଏହା ଶିଶୁ ନିମନ୍ତେ ସର୍ବୋତ୍ତମ ଖାଦ୍ୟ। ଏହା ଶିଶୁ ମୃତ୍ୟୁହାର କମାଇବା ସହ ମା’ ଓ ଶିଶୁକୁ ଅନେକ ରୋଗରୁ ରକ୍ଷା କରିଥାଏ ା ସ୍ତନ୍ୟପାନ ଲାଗି ସଚେତନତା ସୃଷ୍ଟି କରିବା ତଥା ଶିଶୁ ମୃତ୍ୟୁହାର କମାଇବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ, ୟୁନିସେଫ୍‌ ଓ ଗ୍ଲୋବାଲ ବ୍ରେଷ୍ଟ ଫିଡିଂର ମିଳିତ ଆନୁକୂଲ୍ୟରେ ସାରା ବିଶ୍ୱରେ ଅଗଷ୍ଟ ୧ରୁ ୭ ତାରିଖ ଯାଏଁ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି ା ୨୦୨୨ର ବାର୍ତ୍ତା ହେଉଛି ‘ଷ୍ଟେପ୍‌ ଅପ୍‌ ଫର୍‌ ବ୍ରେଷ୍ଟ ଫିଡିଂ, ଏଜୁକେଟ ଆଣ୍ଡ ସପୋର୍ଟ’ ସ୍ତନ୍ୟପାନ ପାଇଁ ସଚେତନତାର ମାତ୍ରାକୁ ଆହୁରି ବଢ଼ାଇ ଅନେକ ସାମାଜିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଅନ୍ତର୍ଭୁକ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ଦରକାର।
ସମସ୍ତେ ଜାଣନ୍ତି ମା’ କ୍ଷୀର ଶିଶୁମାନଙ୍କୁ ଉପଯୁକ୍ତ ମାତ୍ରାରେ ଆବଶ୍ୟକ ପୋଷକ ଯଥା ପୁଷ୍ଟିସାର, ସ୍ନେହସାର ଓ ଶ୍ୱେତସାର, ଭିଟାମିନ୍‌ ଏ, ଡି ତଥା ଇମ୍ୟୁନୋଗ୍ଲୋବୁଲିନ ଓ ରୋଗ ପ୍ରତିରୋଧକ ଶକ୍ତି ଯୋଗାଇଥାଏ ଏବଂ ଅନ୍ୟାନ୍ୟ ସଂକ୍ରମଣ ଦୂରକରିଥାଏ ା ବଡ ହେଲେ ଏଇ ଶିଶୁମାନେ ବିଭିନ୍ନ ରୋଗରୁ ରକ୍ଷା ପାଇଥାନ୍ତି ା ସ୍ତନ୍ୟପାନ କରାଇ ଥିବା ମା’ ମାନେ ମଧ୍ୟ ଅନେକ ମାରାତ୍ମକ ରୋଗରୁ ରକ୍ଷା ପାଇଥାନ୍ତି ା
ତେବେ ଆଜିକାଲି ଅନେକ କର୍ମଜୀବୀ ମହିଳା ନିଜ ଶିକ୍ଷା ଶେଷକରି, ନିଜ କ୍ୟାରିୟର ପାଇଁ ବିଶେଷ ଧ୍ୟାନଦେଉଥିବାରୁ ବିଳମ୍ବରେ ବିବାହ କରୁଛନ୍ତି ଏବଂ ପରେ ପରେ ବନ୍ଧ୍ୟାଦୋଷ ମଧ୍ୟ ଭୋଗୁଛନ୍ତି ା ତେଣୁ ବନ୍ଧ୍ୟାରୋଗର ଚିକିସତ୍ା ପାଇଁ ଔଷଧ ସେବନ ତଥା ବେଶି ବୟସରେ ଗର୍ଭଧାରଣ କରିବା ଦ୍ୱାରା ସେମାନେ ଯମଜ ସନ୍ତାନ ଜନ୍ମ ଦେଇଥାନ୍ତି ା ଫଳରେ ଯାଆଁଳା ଶିଶୁମାନଙ୍କର ଜନ୍ମ ହାର ବଢ଼ିଯାଉଛି ଏବଂ ପ୍ରସବ ପରେ ପରେ ଦୁଇ ଦୁଇଟି ପିଲାଙ୍କୁ ସ୍ତନ୍ୟପାନ କରାଇବା ଏକ ସମମ୍ୟା ହୋଇ ପଡୁଛି। ଯାଆଁଳା ଶିଶୁଙ୍କୁ ସ୍ତନ୍ୟପାନ କରାଇବା ପାଇଁ ମା’ର ଦୃଢ଼ ଇଚ୍ଛାଶକ୍ତି ଦରକାର ା ଜନ୍ମର ବହୁ ପୂର୍ବରୁ ଏହା ଚିହ୍ନଟ ହେବା ଦ୍ୱାରା ମା’ ମଧ୍ୟ ଶାରୀରିକ ଓ ମାନସିକ ସ୍ତରରେ ଦୁହିଁଙ୍କୁ ସ୍ତନ୍ୟପାନ କରାଇବା ପାଇଁ ପ୍ରସ୍ତୁତ ହୋଇଥାଏ ା ଏହା ମା’ ପାଇଁ ଖୁବ୍‌ ଚ୍ୟାଲେଞ୍ଜିଂ ହୋଇଥାଏ ା କାରଣ ଗୋଟିଏ ଶିଶୁକୁ ଭଲ କରି ଖୁଆଇ ସାରିଲା ପରେ ଆର ଶିଶୁକୁ ଖୁଆଇବାକୁ ପଡ଼ିଥାଏ ଏବଂ ଦ୍ୱିତୀୟ ଶିଶୁକୁ ଖୁଆଇବାର ମାତ୍ର ଅଳ୍ପ ସମୟ ପରେ ପ୍ରଥମ ଶିଶୁଟି ଦ୍ୱିତୀୟ ଫିଡିଂ ପାଇଁ କାନ୍ଦ ଆରମ୍ଭ କରି ଦେଇଥାଏ ା ତେଣୁ ସାରା ଦିନ ଓ ରାତି ମା’ଟି କେବଳ ଦୁଇଟି ଶିଶୁଙ୍କୁ ଖୁଆଉ ଖୁଆଉ ସରିଯାଇଥାଏ ଏବଂ ଏହାଦ୍ୱାରା ମା’ ମଧ୍ୟ କ୍ଲାନ୍ତ ହୋଇଯାଏ ା ତେଣୁ ଯାଆଁଳା ଶିଶୁ ଜନ୍ମହେବା ଆଗରୁ ଘରେ ଜଣେ ଦୁଇଜଣ ଆମତ୍ୀୟ ସ୍ବଜନ ବା ପରିଚାରିକାଙ୍କୁ ପ୍ରସ୍ତୁତ ରଖିବା ଦରକାର ା
ମା’ମାନେ ଯାଆଁଳା ଶିଶୁଙ୍କର ଠିକ୍‌ ପୋଜିସନ ସହ ସପ୍ଲାଇ ଆଣ୍ଡ ଡିମାଣ୍ଡ ଭିତ୍ତିରେ ଖୁଆଇବା ଦରକାର ା ସେଥିପାଇଁ ମା’ ମନରେ ସାହସ ଓ ଦମ୍ଭ ସହିତ ଏନର୍ଜି ବା ଶକ୍ତିରେ ନିଜକୁ ଭରପୂର କରି ଖୁଆଇବା ଦରକାର ା ଏଥିପାଇଁ ରାତି ରାତି ଅନିଦ୍ରା ରହିବାକୁ ମଧ୍ୟ ପ୍ରସ୍ତୁତ ହେବା ଦରକାର ା ଜନ୍ମ ହେବା ପରେ (ଅବଶ୍ୟ ନର୍ମାଲ ଡେଲିଭରି ହୋଇଥିଲେ) ମା’ ନିଜେ ଦୁଇ ଶିଶୁଙ୍କୁ ଦୁଇପଟେ ଖୁଆଇ ପାରିବ ା ଯଦି ସିଜରିଆନ ହୋଇଥାଏ ତେବେ ଜଣେ ନର୍ସ ତାଙ୍କୁ ଏଥିରେ ସାହାଯ୍ୟ କରିବେ ା ଏଥିରେ ଶିଶୁମାନେ ଉଷୁମ ରହିବା ସହ ମା’ ଓ ଶିଶୁ ଦୁହିଁଙ୍କର ଏକ ଅତୁଟ ବନ୍ଧନ ସୃଷ୍ଟି ହୋଇଥାଏ ା ଫିଡିଂରେ ନିଜ ସ୍ବାମୀମାନେ ମଧ୍ୟ ମା’କୁ ସାହାଯ୍ୟ କରିବା ଆବଶ୍ୟକ ା
ତେବେ ମା’ ସାଷ୍ଟାମ ହେଲା ପରେ ଦୁଇ ହାତରେ ଦୁଇଟି ଶିଶୁଙ୍କୁ ଧରି ଖୁଆଇବ, ଏହାକୁ ‘ଟାଣ୍ଡେମ ବ୍ରେଷ୍ଟ ଫିଡିଂ’ କହିିଥାନ୍ତି। ଦୁଇଜଣଙ୍କୁ ଏକାଠି ଦୁଇପଟ ଖୁଆଇଲେ ଏହାକୁ (ଡବଲ ରଗ୍‌ବିବଲ) ପୋଜିସନ କହନ୍ତି। ପାରାଲାଲ ପୋଜିସନ ମା’ ନିଜର ଦୁଇ ଶିଶୁଙ୍କ ଶରୀରର ସମାନ୍ତରାଳ ପୋଜିସନରେ ଖୁଆଇ ପାରିବେ ବା ଲେଡ୍‌ ବ୍ୟାକ୍‌ ପୋଜିସନ ଦୁଇ ଶିଶୁଙ୍କୁ ପେଟ ଉପରେ ପକାଇ ଖୁଆଇ ପାରିବେ। ଯଦି ନିହାତି ଅସୁବିଧା ହେବ, ତେବେ ଗୋଟିଏ ଶିଶୁକୁ ଗୋଟିଏ ସ୍ତନରୁ ସମ୍ପୂର୍ଣ୍ଣ ଭାବେ ଖୁଆଇ ଆର ସ୍ତନରୁ ଦ୍ୱିତୀୟ ଶିଶୁକୁ ଖୁଆଇବା ଦରକାର ା ଖୁଆଇବା ସମୟରେ ମା’ ଖଟକୁ ଆଉଜି କି ତଳେ ଆରାମଦାୟକ ପୋଜିସନରେ ବସି ପ୍ରଚୁର ପାଣି ପିଇବ ବା କ୍ଷୀର ପିଇ ଶିଶୁକୁ ଖୁଆଇବା ଦରକାର ା ଆଜିକାଲି ଏଥିପାଇଁ ସ୍ବତନ୍ତ୍ର ତକିଆ ମଧ୍ୟ ମିଳିଲାଣି। ତେବେ ଯାଆଁଳା ଶିଶୁ ହେଲେ ମଧ୍ୟ ସେମାନଙ୍କର ଶରୀରର ଚାହିଦା ଏକା ହୋଇ ନ ଥାଏ ା ଗୋଟିଏ ଶିଶୁ ଖୁବ୍‌ ଶୀଘ୍ର ଖାଇଲେ ମଧ୍ୟ ଆର ଶିଶୁଟି ଖାଇପାରି ନ ଥାଏ ା ତେଣୁ ପ୍ରଥମ ଶିଶୁର ଓଜନ ବଢ଼ିଗଲା ବେଳେ ଅନ୍ୟ ଶିଶୁଟିର ଓଜନ ବଢ଼ିପାରି ନ ଥାଏ ା ଭୋକ ହେଲେ ପ୍ରଥମ ଶିଶୁଟି କାନ୍ଦିଥାଏ ବା ଏପଟ ସେପଟ ହୋଇଥାଏ ବାରମ୍ବାର ଜିଭ ବାହାର କରିଥାଏ ବା ହାତ ଚୁଚୁମିଥାଏ, କିନ୍ତୁ ଅନ୍ୟ ଶିଶୁଟି ଶୋଇ ରହିଥାଏ ା ଏପରି ସ୍ଥଳରେ ମା’ଟି ଚେଷ୍ଟାକରି ଦୁଇ ଶିଶୁଙ୍କୁ ଖୁଆଇବା ଜରୁରୀ ା
ସ୍ତନ୍ୟଦାତ୍ରୀଙ୍କ ଖାଦ୍ୟ-ଜଣେ ଗର୍ଭବତୀ ମହିଳାଙ୍କର ଯେତିକି କ୍ୟାଲୋରି ଦରକାର ତା’ଠାରୁ ଆହୁରି ବେଶି କ୍ୟାଲୋରି ସ୍ତନ୍ୟପାନ ପାଇଁ ଦରକାର ହୋଇଥାଏ ା ଯାଆଁଳା ଶିଶୁ ପାଇଁ ଆହୁରି ବେଶି କ୍ୟାଲୋରି ଦରକାର ହୋଇଥାଏ ା ତେଣୁ ମା’ ସୁଷମ ଓ ସୁପାଚ୍ୟ ଖାଦ୍ୟ ଯଥା ପୁଷ୍ଟିସାର, ଶ୍ୱେତସାର, ସ୍ନେହସାର ଓ ଭିଟାମିନ୍‌ ଯୁକ୍ତ ଖାଦ୍ୟ ଖାଇବା ଦରକାର। ସାଧାରଣତଃ ମା’ ଲାଉ, ସନ୍ତୁଳା, ଶାଗ ଆଦି ଖାଇଲେ ଓ ସ୍ତନ୍ୟପାନ ପୂର୍ବରୁ କ୍ଷୀର ଓ ପାଣି ପିଇଲେ କ୍ଷୀର ପରିମାଣ ବଢ଼ିଥାଏ ା
ବେଳେବେଳେ ଗୋଟିଏ ଶିଶୁ ସୁସ୍ଥ ହୋଇଥିଲା ବେଳେ ଅନ୍ୟ ଯାଆଁଳା ଶିଶୁଟି ଅସୁସ୍ଥ ଓ ଅଳ୍ପ ଓଜନର ହୋଇଥାଏ, ସେକ୍ଷେତ୍ରରେ ସ୍ତନରୁ କ୍ଷୀର କାଢ଼ି ପିଆଇବାକୁ ପଡ଼ିଥାଏ। ବେଳେ ବେଳେ ଦୁଇଟି ଶିଶୁଙ୍କୁ ମଧ୍ୟ କ୍ଷୀର କାଢ଼ି ଖୁଆଇବାକୁ ପଡ଼ିଥାଏ ା ଅପରିଣତ ଶିଶୁଙ୍କୁ ଏହି ମା ’ କ୍ଷୀର ନେକ୍ରୋଟାଇଜିଂ କୋଲାଇଟିସରୁ ରକ୍ଷା କରିଥାଏ ା ତେବେ ଦୁଇଟି ଯାଆଁଳା ପିଲାଙ୍କୁ ମା’ ନିୟମିତ ଭାବରେ ସ୍ତନକ୍ଷୀର ଖୁଆଇ ହୃଷ୍ଟପୁଷ୍ଟ କରି ରଖିବା ଖୁବ୍‌ କଷ୍ଟକର ପାଠ ା ମା’ର ଅସୀମ ଧୈର୍ଯ୍ୟ, ଦୃଢ଼ ଇଚ୍ଛାଶକ୍ତି , ତ୍ୟାଗ ଓ ପରିବାରର ସହଯୋଗ ହିଁ ତାକୁ ଦୁଇ ଯାଅଁାଳା ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ସକ୍ଷମ କରିଥାଏ ା
– ଡା. ସରୋଜିନୀ ଷଡ଼ଙ୍ଗୀ
ଲିଙ୍କ୍‌ରୋଡ୍‌, କଟକ-୧୨
ମୋ-୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଅଗଷ୍ଟର ଶେଷ ସପ୍ତାହ ଏହି ୫ ରାଶି ପାଇଁ ରହିବ ବହୁତ ଖାସ୍‌: ବଢିବ ଦରମା ସାଙ୍ଗକୁ…

ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ୨୯ ଅଗଷ୍ଟ ୨୦୨୬ ଦିନଟି ବେଶ ବିଶେଷ ରହିପାରେ। ଏହି ଦିନଠାରୁ ଭାଦ୍ରବ ମାସ ଆରମ୍ଭ ହେଉଥିବା ବେଳେ କୃଷ୍ଣପକ୍ଷ ପ୍ରତିପଦା…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

ପୁସ୍ତକ ପ୍ରତ୍ୟାହାର ଅଭିଯୋଗକୁ ଫେଙ୍ଗୁଇନ୍‌ ଇଣ୍ଡିଆର ଖଣ୍ଡନ

ନୂଆଦିଲ୍ଲୀ, ୨୯।୮: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ଜୀବନୀ ‘ବିଲଙ୍ଗିଙ୍ଗ୍‌:ଏ ଜର୍ଣ୍ଣି ଅଫ୍‌ ଲଭ୍‌’ ପ୍ରକାଶନକୁ ନେଇ ଆସିଥିବା ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପେଙ୍ଗୁଇନ ରାଣ୍ଡମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri