ଯାଆଁଳା ଶିଶୁ ଓ ସ୍ତନ୍ୟପାନ

ମା’ କ୍ଷୀର ଶିଶୁ ପାଇଁ ଈଶ୍ୱରଙ୍କ ବରଦାନ ା କାରଣ ଏହା ଶିଶୁ ନିମନ୍ତେ ସର୍ବୋତ୍ତମ ଖାଦ୍ୟ। ଏହା ଶିଶୁ ମୃତ୍ୟୁହାର କମାଇବା ସହ ମା’ ଓ ଶିଶୁକୁ ଅନେକ ରୋଗରୁ ରକ୍ଷା କରିଥାଏ ା ସ୍ତନ୍ୟପାନ ଲାଗି ସଚେତନତା ସୃଷ୍ଟି କରିବା ତଥା ଶିଶୁ ମୃତ୍ୟୁହାର କମାଇବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ, ୟୁନିସେଫ୍‌ ଓ ଗ୍ଲୋବାଲ ବ୍ରେଷ୍ଟ ଫିଡିଂର ମିଳିତ ଆନୁକୂଲ୍ୟରେ ସାରା ବିଶ୍ୱରେ ଅଗଷ୍ଟ ୧ରୁ ୭ ତାରିଖ ଯାଏଁ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି ା ୨୦୨୨ର ବାର୍ତ୍ତା ହେଉଛି ‘ଷ୍ଟେପ୍‌ ଅପ୍‌ ଫର୍‌ ବ୍ରେଷ୍ଟ ଫିଡିଂ, ଏଜୁକେଟ ଆଣ୍ଡ ସପୋର୍ଟ’ ସ୍ତନ୍ୟପାନ ପାଇଁ ସଚେତନତାର ମାତ୍ରାକୁ ଆହୁରି ବଢ଼ାଇ ଅନେକ ସାମାଜିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଅନ୍ତର୍ଭୁକ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ଦରକାର।
ସମସ୍ତେ ଜାଣନ୍ତି ମା’ କ୍ଷୀର ଶିଶୁମାନଙ୍କୁ ଉପଯୁକ୍ତ ମାତ୍ରାରେ ଆବଶ୍ୟକ ପୋଷକ ଯଥା ପୁଷ୍ଟିସାର, ସ୍ନେହସାର ଓ ଶ୍ୱେତସାର, ଭିଟାମିନ୍‌ ଏ, ଡି ତଥା ଇମ୍ୟୁନୋଗ୍ଲୋବୁଲିନ ଓ ରୋଗ ପ୍ରତିରୋଧକ ଶକ୍ତି ଯୋଗାଇଥାଏ ଏବଂ ଅନ୍ୟାନ୍ୟ ସଂକ୍ରମଣ ଦୂରକରିଥାଏ ା ବଡ ହେଲେ ଏଇ ଶିଶୁମାନେ ବିଭିନ୍ନ ରୋଗରୁ ରକ୍ଷା ପାଇଥାନ୍ତି ା ସ୍ତନ୍ୟପାନ କରାଇ ଥିବା ମା’ ମାନେ ମଧ୍ୟ ଅନେକ ମାରାତ୍ମକ ରୋଗରୁ ରକ୍ଷା ପାଇଥାନ୍ତି ା
ତେବେ ଆଜିକାଲି ଅନେକ କର୍ମଜୀବୀ ମହିଳା ନିଜ ଶିକ୍ଷା ଶେଷକରି, ନିଜ କ୍ୟାରିୟର ପାଇଁ ବିଶେଷ ଧ୍ୟାନଦେଉଥିବାରୁ ବିଳମ୍ବରେ ବିବାହ କରୁଛନ୍ତି ଏବଂ ପରେ ପରେ ବନ୍ଧ୍ୟାଦୋଷ ମଧ୍ୟ ଭୋଗୁଛନ୍ତି ା ତେଣୁ ବନ୍ଧ୍ୟାରୋଗର ଚିକିସତ୍ା ପାଇଁ ଔଷଧ ସେବନ ତଥା ବେଶି ବୟସରେ ଗର୍ଭଧାରଣ କରିବା ଦ୍ୱାରା ସେମାନେ ଯମଜ ସନ୍ତାନ ଜନ୍ମ ଦେଇଥାନ୍ତି ା ଫଳରେ ଯାଆଁଳା ଶିଶୁମାନଙ୍କର ଜନ୍ମ ହାର ବଢ଼ିଯାଉଛି ଏବଂ ପ୍ରସବ ପରେ ପରେ ଦୁଇ ଦୁଇଟି ପିଲାଙ୍କୁ ସ୍ତନ୍ୟପାନ କରାଇବା ଏକ ସମମ୍ୟା ହୋଇ ପଡୁଛି। ଯାଆଁଳା ଶିଶୁଙ୍କୁ ସ୍ତନ୍ୟପାନ କରାଇବା ପାଇଁ ମା’ର ଦୃଢ଼ ଇଚ୍ଛାଶକ୍ତି ଦରକାର ା ଜନ୍ମର ବହୁ ପୂର୍ବରୁ ଏହା ଚିହ୍ନଟ ହେବା ଦ୍ୱାରା ମା’ ମଧ୍ୟ ଶାରୀରିକ ଓ ମାନସିକ ସ୍ତରରେ ଦୁହିଁଙ୍କୁ ସ୍ତନ୍ୟପାନ କରାଇବା ପାଇଁ ପ୍ରସ୍ତୁତ ହୋଇଥାଏ ା ଏହା ମା’ ପାଇଁ ଖୁବ୍‌ ଚ୍ୟାଲେଞ୍ଜିଂ ହୋଇଥାଏ ା କାରଣ ଗୋଟିଏ ଶିଶୁକୁ ଭଲ କରି ଖୁଆଇ ସାରିଲା ପରେ ଆର ଶିଶୁକୁ ଖୁଆଇବାକୁ ପଡ଼ିଥାଏ ଏବଂ ଦ୍ୱିତୀୟ ଶିଶୁକୁ ଖୁଆଇବାର ମାତ୍ର ଅଳ୍ପ ସମୟ ପରେ ପ୍ରଥମ ଶିଶୁଟି ଦ୍ୱିତୀୟ ଫିଡିଂ ପାଇଁ କାନ୍ଦ ଆରମ୍ଭ କରି ଦେଇଥାଏ ା ତେଣୁ ସାରା ଦିନ ଓ ରାତି ମା’ଟି କେବଳ ଦୁଇଟି ଶିଶୁଙ୍କୁ ଖୁଆଉ ଖୁଆଉ ସରିଯାଇଥାଏ ଏବଂ ଏହାଦ୍ୱାରା ମା’ ମଧ୍ୟ କ୍ଲାନ୍ତ ହୋଇଯାଏ ା ତେଣୁ ଯାଆଁଳା ଶିଶୁ ଜନ୍ମହେବା ଆଗରୁ ଘରେ ଜଣେ ଦୁଇଜଣ ଆମତ୍ୀୟ ସ୍ବଜନ ବା ପରିଚାରିକାଙ୍କୁ ପ୍ରସ୍ତୁତ ରଖିବା ଦରକାର ା
ମା’ମାନେ ଯାଆଁଳା ଶିଶୁଙ୍କର ଠିକ୍‌ ପୋଜିସନ ସହ ସପ୍ଲାଇ ଆଣ୍ଡ ଡିମାଣ୍ଡ ଭିତ୍ତିରେ ଖୁଆଇବା ଦରକାର ା ସେଥିପାଇଁ ମା’ ମନରେ ସାହସ ଓ ଦମ୍ଭ ସହିତ ଏନର୍ଜି ବା ଶକ୍ତିରେ ନିଜକୁ ଭରପୂର କରି ଖୁଆଇବା ଦରକାର ା ଏଥିପାଇଁ ରାତି ରାତି ଅନିଦ୍ରା ରହିବାକୁ ମଧ୍ୟ ପ୍ରସ୍ତୁତ ହେବା ଦରକାର ା ଜନ୍ମ ହେବା ପରେ (ଅବଶ୍ୟ ନର୍ମାଲ ଡେଲିଭରି ହୋଇଥିଲେ) ମା’ ନିଜେ ଦୁଇ ଶିଶୁଙ୍କୁ ଦୁଇପଟେ ଖୁଆଇ ପାରିବ ା ଯଦି ସିଜରିଆନ ହୋଇଥାଏ ତେବେ ଜଣେ ନର୍ସ ତାଙ୍କୁ ଏଥିରେ ସାହାଯ୍ୟ କରିବେ ା ଏଥିରେ ଶିଶୁମାନେ ଉଷୁମ ରହିବା ସହ ମା’ ଓ ଶିଶୁ ଦୁହିଁଙ୍କର ଏକ ଅତୁଟ ବନ୍ଧନ ସୃଷ୍ଟି ହୋଇଥାଏ ା ଫିଡିଂରେ ନିଜ ସ୍ବାମୀମାନେ ମଧ୍ୟ ମା’କୁ ସାହାଯ୍ୟ କରିବା ଆବଶ୍ୟକ ା
ତେବେ ମା’ ସାଷ୍ଟାମ ହେଲା ପରେ ଦୁଇ ହାତରେ ଦୁଇଟି ଶିଶୁଙ୍କୁ ଧରି ଖୁଆଇବ, ଏହାକୁ ‘ଟାଣ୍ଡେମ ବ୍ରେଷ୍ଟ ଫିଡିଂ’ କହିିଥାନ୍ତି। ଦୁଇଜଣଙ୍କୁ ଏକାଠି ଦୁଇପଟ ଖୁଆଇଲେ ଏହାକୁ (ଡବଲ ରଗ୍‌ବିବଲ) ପୋଜିସନ କହନ୍ତି। ପାରାଲାଲ ପୋଜିସନ ମା’ ନିଜର ଦୁଇ ଶିଶୁଙ୍କ ଶରୀରର ସମାନ୍ତରାଳ ପୋଜିସନରେ ଖୁଆଇ ପାରିବେ ବା ଲେଡ୍‌ ବ୍ୟାକ୍‌ ପୋଜିସନ ଦୁଇ ଶିଶୁଙ୍କୁ ପେଟ ଉପରେ ପକାଇ ଖୁଆଇ ପାରିବେ। ଯଦି ନିହାତି ଅସୁବିଧା ହେବ, ତେବେ ଗୋଟିଏ ଶିଶୁକୁ ଗୋଟିଏ ସ୍ତନରୁ ସମ୍ପୂର୍ଣ୍ଣ ଭାବେ ଖୁଆଇ ଆର ସ୍ତନରୁ ଦ୍ୱିତୀୟ ଶିଶୁକୁ ଖୁଆଇବା ଦରକାର ା ଖୁଆଇବା ସମୟରେ ମା’ ଖଟକୁ ଆଉଜି କି ତଳେ ଆରାମଦାୟକ ପୋଜିସନରେ ବସି ପ୍ରଚୁର ପାଣି ପିଇବ ବା କ୍ଷୀର ପିଇ ଶିଶୁକୁ ଖୁଆଇବା ଦରକାର ା ଆଜିକାଲି ଏଥିପାଇଁ ସ୍ବତନ୍ତ୍ର ତକିଆ ମଧ୍ୟ ମିଳିଲାଣି। ତେବେ ଯାଆଁଳା ଶିଶୁ ହେଲେ ମଧ୍ୟ ସେମାନଙ୍କର ଶରୀରର ଚାହିଦା ଏକା ହୋଇ ନ ଥାଏ ା ଗୋଟିଏ ଶିଶୁ ଖୁବ୍‌ ଶୀଘ୍ର ଖାଇଲେ ମଧ୍ୟ ଆର ଶିଶୁଟି ଖାଇପାରି ନ ଥାଏ ା ତେଣୁ ପ୍ରଥମ ଶିଶୁର ଓଜନ ବଢ଼ିଗଲା ବେଳେ ଅନ୍ୟ ଶିଶୁଟିର ଓଜନ ବଢ଼ିପାରି ନ ଥାଏ ା ଭୋକ ହେଲେ ପ୍ରଥମ ଶିଶୁଟି କାନ୍ଦିଥାଏ ବା ଏପଟ ସେପଟ ହୋଇଥାଏ ବାରମ୍ବାର ଜିଭ ବାହାର କରିଥାଏ ବା ହାତ ଚୁଚୁମିଥାଏ, କିନ୍ତୁ ଅନ୍ୟ ଶିଶୁଟି ଶୋଇ ରହିଥାଏ ା ଏପରି ସ୍ଥଳରେ ମା’ଟି ଚେଷ୍ଟାକରି ଦୁଇ ଶିଶୁଙ୍କୁ ଖୁଆଇବା ଜରୁରୀ ା
ସ୍ତନ୍ୟଦାତ୍ରୀଙ୍କ ଖାଦ୍ୟ-ଜଣେ ଗର୍ଭବତୀ ମହିଳାଙ୍କର ଯେତିକି କ୍ୟାଲୋରି ଦରକାର ତା’ଠାରୁ ଆହୁରି ବେଶି କ୍ୟାଲୋରି ସ୍ତନ୍ୟପାନ ପାଇଁ ଦରକାର ହୋଇଥାଏ ା ଯାଆଁଳା ଶିଶୁ ପାଇଁ ଆହୁରି ବେଶି କ୍ୟାଲୋରି ଦରକାର ହୋଇଥାଏ ା ତେଣୁ ମା’ ସୁଷମ ଓ ସୁପାଚ୍ୟ ଖାଦ୍ୟ ଯଥା ପୁଷ୍ଟିସାର, ଶ୍ୱେତସାର, ସ୍ନେହସାର ଓ ଭିଟାମିନ୍‌ ଯୁକ୍ତ ଖାଦ୍ୟ ଖାଇବା ଦରକାର। ସାଧାରଣତଃ ମା’ ଲାଉ, ସନ୍ତୁଳା, ଶାଗ ଆଦି ଖାଇଲେ ଓ ସ୍ତନ୍ୟପାନ ପୂର୍ବରୁ କ୍ଷୀର ଓ ପାଣି ପିଇଲେ କ୍ଷୀର ପରିମାଣ ବଢ଼ିଥାଏ ା
ବେଳେବେଳେ ଗୋଟିଏ ଶିଶୁ ସୁସ୍ଥ ହୋଇଥିଲା ବେଳେ ଅନ୍ୟ ଯାଆଁଳା ଶିଶୁଟି ଅସୁସ୍ଥ ଓ ଅଳ୍ପ ଓଜନର ହୋଇଥାଏ, ସେକ୍ଷେତ୍ରରେ ସ୍ତନରୁ କ୍ଷୀର କାଢ଼ି ପିଆଇବାକୁ ପଡ଼ିଥାଏ। ବେଳେ ବେଳେ ଦୁଇଟି ଶିଶୁଙ୍କୁ ମଧ୍ୟ କ୍ଷୀର କାଢ଼ି ଖୁଆଇବାକୁ ପଡ଼ିଥାଏ ା ଅପରିଣତ ଶିଶୁଙ୍କୁ ଏହି ମା ’ କ୍ଷୀର ନେକ୍ରୋଟାଇଜିଂ କୋଲାଇଟିସରୁ ରକ୍ଷା କରିଥାଏ ା ତେବେ ଦୁଇଟି ଯାଆଁଳା ପିଲାଙ୍କୁ ମା’ ନିୟମିତ ଭାବରେ ସ୍ତନକ୍ଷୀର ଖୁଆଇ ହୃଷ୍ଟପୁଷ୍ଟ କରି ରଖିବା ଖୁବ୍‌ କଷ୍ଟକର ପାଠ ା ମା’ର ଅସୀମ ଧୈର୍ଯ୍ୟ, ଦୃଢ଼ ଇଚ୍ଛାଶକ୍ତି , ତ୍ୟାଗ ଓ ପରିବାରର ସହଯୋଗ ହିଁ ତାକୁ ଦୁଇ ଯାଅଁାଳା ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ସକ୍ଷମ କରିଥାଏ ା
– ଡା. ସରୋଜିନୀ ଷଡ଼ଙ୍ଗୀ
ଲିଙ୍କ୍‌ରୋଡ୍‌, କଟକ-୧୨
ମୋ-୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?