ବାଇଡେନ୍‌ଙ୍କ ପ୍ରଶାସନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ୨୦ ଭାରତୀୟ ବଂଶୋଦ୍ଭବ

ଓ୍ବାଶିଂଟନ,୧୭।୧: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଜାନୁୟାରୀ ୨୦ରେ ଶପଥ ନେବେ। ବାଇଡେନଙ୍କ ପ୍ରଶାସନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ଲାଗି ଇତିମଧ୍ୟରେ ୨୦ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ମନୋନୀତ କରାଯାଇଛି। ସେମାନଙ୍କ ମଧ୍ୟରେ ୧୩ ଜଣ ମହିଳା ରହିଛନ୍ତି। ସେହିପରି ହ୍ବାଇଟ୍‌ ହାଉସ୍‌ରେ ୧୭ ଜଣ ଭାରତୀୟ ବଂଶୋଦ୍ଭବ କାର୍ଯ୍ୟ କରିବେ। ସେମାନଙ୍କ ମଧ୍ୟରୁ ନୀରା ଟଣ୍ଡନଙ୍କୁ ହ୍ବାଇଟ୍‌ ହାଉସ୍‌ କାର୍ଯ୍ୟାଳୟର ନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଛି। ଡ. ବିବେକ ମୂର୍ତ୍ତିଙ୍କୁ ଆମେରିକା ସର୍ଜନ ଜେନେରାଲ, ବିନିତା ଗୁପ୍ତାଙ୍କୁ ନ୍ୟାୟ ବିଭାଗ ସହକାରୀ ଆଟର୍ନି ଜେନେରାଲ, ସାଧାରଣ ସୁରକ୍ଷା-ଗଣତନ୍ତ୍ର-ମାନବାଧିକାର ସଚିବ ଭାବେ ଉଜ୍ରା ଜେୟା, ବାଇଡେନ୍‌ଙ୍କ ସ୍ତ୍ରୀ ଡ. ଜିଲି ବାଇଡେନ୍‌ଙ୍କ ନୀତି ନିର୍ଦ୍ଦେଶକ ଭାବେ ମାଲା ଆଦିଗାଙ୍କୁ ମନୋନୀତ କରାଯାଇଛି। ସେହିପରି ସାବ୍ରିନା ସିଂଙ୍କୁ ପ୍ରେସ୍‌ ସଚିବ, ଆଇଶା ଶାହାଙ୍କୁ ହ୍ବାଇଟ୍‌ ହାଉସ୍‌ର ଡିଜିଟାଲ ରଣନୀତି ଅଂଶୀଦାର ପରିଚାଳକ, ସମିରା ଫୈଜିଲଙ୍କୁ ଜାତୀୟ ଆର୍ଥିକ ପରିଷଦ ସହ ନିର୍ଦ୍ଦେଶିକା, ଭାରତ ରାମମୂର୍ତ୍ତିଙ୍କୁ ଜାତୀୟ ଆର୍ଥିକ ପରିଷଦ ସହ ନିର୍ଦ୍ଦେଶକ, ଗୌତମ ରାଘବନଙ୍କୁ ରାଷ୍ଟ୍ରପତିଙ୍କ କାର୍ମିକ କାର୍ଯ୍ୟାଳୟ ସହ ନିର୍ଦ୍ଦେଶକ ଏବଂ ବିନୟ ରେଡ୍ଡୀଙ୍କୁ ସ୍ପିଚ୍‌ ରାଇଟିଂ ନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଛି। ବାଇଡେନ୍‌ଙ୍କ ସରକାରରେ ଭାରତୀୟ ବଂଶୋଦ୍ଭବ କମଲା ହାରିସ୍‌ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ। ଆମେରିକା ଜନସଂଖ୍ୟାରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା ପ୍ରାୟ ୧ ପ୍ରତିଶତ ରହିଛି। ମାତ୍ର ବାଇଡେନ୍‌ଙ୍କ ସରକାରେ ସେମାନଙ୍କ ସଂଖ୍ୟା ଅଧିକ ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଝାରସୁଗୁଡ଼ାରେ ଭାଜପାର ତୀବ୍ର ଗୋଷ୍ଠୀ କନ୍ଦଳ : ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଟକାଇଲେ କର୍ମୀ ମା’ ସମଲେଇ ଦର୍ଶନ ନକରି ଫେରିଲେ…

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ଜିଲାର ଦୁଇ ପ୍ରମୁଖ ନେତା—ରାଜସ୍ୱ ଓ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ଗୁଡାରିରେ କଡ଼ାକଡ଼ି ଗାଡ଼ି ଯାଞ୍ଚ: ୭ ହଜାର ଟଙ୍କାର ଚାଲାଣ କାଟିଲା…

ଗୁଡାରି, ୧୧।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍‌ପି) ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଶନିବାର…

ରାଜନୈତିକ ରାଲିରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସାମିଲ: ୭ ଦିନ ମଧ୍ୟରେ ଜବାବ ତଲବ

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଆୟୋଜିତ ଏକ ରାଜନୈତିକ ପ୍ରତିବାଦ ସଭାରେ ସ୍କୁଲ ସମୟରେ ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା…

ରାତିରେ ମହିଳାଙ୍କ ଘରେ ପ୍ରବେଶ କରୁଥିଲେଏଏସଆଇ: ଧରିପକାଇ ପିଟିଦେଇଗଲେ ଲୋକେ, ଭିଡିଓ ଭାଇରାଲ୍

ନୟାଗଡ, ୧୧।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ରଣପୁର ଥାନା ଅଞ୍ଚଳରେ ଜଣେ ଏଏସଆଇଙ୍କୁ ଅଟକ ରଖି ମାଡ଼ ମରାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri